ପୁରୀ: ପୁରୀ ମଙ୍ଗଳା ନଦୀ ମୁହାଣରେ ଅଘଟଣ। ମଙ୍ଗଳା ନଦୀରେ ଗାଧୋଉଥିବା ବେଳେ କଲେଜ ଛାତ୍ର ନିଖୋଜ। ନିଖୋଜ କଲେଜ ଛାତ୍ର ପୁରୀ ସୁରଜ ମଲ କଲେଜର ଯୁକ୍ତ ଦୁଇର ଛାତ୍ର ଓମ୍ ଶୁଭମ୍ ବାରିକ।

ଖବରପାଇ ଘଟଣାସ୍ଥଳରେ ଲାଇଫ ଗାର୍ଡ, ଅଗ୍ନିଶମ ବିଭାଗ କର୍ମଚାରୀ ଏବଂ ବଳିଆପଣ୍ଡା ଥାନା ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି। ଲାଇଫ ଗାର୍ଡ ଓ ଅଗ୍ନିଶମ ବାହିନୀର କର୍ମଚାରୀ ମାନେ ଦୀର୍ଘ ସମୟ ଧରି ମଙ୍ଗଳା ନଇରେ ଖୋଜାଖୋଜି ଜାରି ରଖିଥିଲେ ମଧ୍ୟ ଓମର କୌଣସି ପତ୍ତା ମିଳିନାହିଁ।

Also Read: ପରିବହନ ମନ୍ତ୍ରୀଙ୍କ ନୂଆ ପଦକ୍ଷେପ, ଏଣିକି Whatapp ଯୋଗେ ହେବ ଅଭିଯୋଗର ଶୁଣାଣି

ଓମଙ୍କ ସାଙ୍ଗ ମାନଙ୍କ କହିବା କଥା ସେମାନେ ୭ ଜଣ ଏକାଠି ହୋଇ ମଙ୍ଗଳା ନଇ ମୁହାଣକୁ ଗାଧୋଇବା ପାଇଁ ଆସିଥିଲେ। ଓମ୍ ଏକୁଟିଆ ମଙ୍ଗଳା ନଇରେ ଗାଧୋଉଥିବା ବେଳେ ଏଭଳି ଅଘଟଣ ଘଟିଥିଲା। ତେବେ ମଙ୍ଗଳା ନଇ କୂଳରୁ ଏନେଇ ଅଧିକ ସୂଚନା ଦେଉଛନ୍ତି ପୁରୀର ସିନିୟର୍ ରିପୋର୍ଟର ଚନ୍ଦ୍ରଶେଖର ପାତ୍ର।