ନୂଆଦିଲ୍ଲୀ: ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଗୁରୁବାର ରାଷ୍ଟ୍ରପତି ଭବନରେ ଆୟୋଜିତ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ସାନ୍ତାଳୀ ଭାଷାରେ ଭାରତୀୟ ସମ୍ୱିଧାନ ଉନ୍ମୋଚନ କରିଛନ୍ତି । ଏହି ଅବସରରେ ରାଷ୍ଟ୍ରପତି କହିଛନ୍ତି ଯେ ଏହା ସମସ୍ତ ସାନ୍ତାଳୀ ଲୋକଙ୍କ ପାଇଁ ଗର୍ବ ଓ ଖୁସିର ବିଷୟ । ଭାରତର ସମ୍ୱିଧାନ ଏବେ ସାନ୍ତାଳୀ ଭାଷରେ, ଅଲଚିକି ଲିପିରେ ଉପଲବ୍ଧ ହେବ । ଏହାଦ୍ୱାରା ସେମାନେ ସମ୍ୱିଧାନକୁ ନିଜ ଭାଷାରେ ପଢି ପାରିବେ ଓ ବୁଝି ପାରିବେ ।