ଭୁବନେଶ୍ଵର: କୋଷ୍ଟାଲ ହାଇୱେକୁ କ୍ୟାବିନେଟ ମଞ୍ଜୁରୀ ପରେ ରାଜନୈତିକ ବୟାନବାଜି ଆରମ୍ଭ ହୋଇଛି । ବିଜେଡି ଅଭିଯୋଗ କରିଛି ଗୋପାଳପୁରରୁ ଦିଘା ପ୍ରାୟ ୪୫୦ କିମି ପର୍ଯ୍ୟନ୍ତ ରାଜପଥ ନିର୍ମାଣ ପାଇଁ ଓଡିଶା ବାସୀଙ୍କୁ ସ୍ୱପ୍ନ ଦେଖା ଯାଇଥିଲା। ଏବେ ରାମେଶ୍ୱରରୁ ପାରାଦ୍ୱୀପ ପର୍ଯ୍ୟନ୍ତ ପ୍ରକଳ୍ପ ଅନୁମୋଦନ ଓଡିଶା ବାସୀଙ୍କୁ ନିରାଶ କରିଛି । ଯେଉଁ ଉଦ୍ଦେଶ୍ୟ ନେଇ କୋଷ୍ଟାଲ ହାଇଓ୍ଵେର ପରିକଳ୍ପନା କରା ଯାଇଥିଲା ତାହା ଲକ୍ଷ୍ୟ ଠାରୁ ବହୁ ଦୂରରେ । ପୂର୍ତ୍ତମନ୍ତ୍ରୀ କହିଛନ୍ତି ରୁଟ ପରିବର୍ତ୍ତନ ହେବାର କାରଣ ବିଜେଡି। ବର୍ଷ ବର୍ଷ ଧରି ଏହି ପ୍ରକଳ୍ପ ଆରମ୍ଭ ପାଇଁ ସହଯୋଗ କରୁନଥିଲେ ପୂର୍ବ ସରକାର । ଗୋପାଳପୁର ପରିବର୍ତ୍ତେ ରମେଶ୍ଵର ହେବାର ଷଡଯନ୍ତ୍ର ବି ବିଜେଡି କରିଥିଲା ।

କୋଷ୍ଟାଲ ହାଇୱେକୁ କେନ୍ଦ୍ର କ୍ୟାବିନେଟ ମଞ୍ଜୁରୀ ମିଳିବା ପରେ ତେଜିଛି ରାଜନୀତି । ଏନେଇ ତିନି ପ୍ରମୁଖ ଦଳ ବିଜେଡି, କଂଗ୍ରେସ ,ବିଜେପି ମୁହାଁ ମୁହିଁ ହୋଇଛନ୍ତି । ବିଜେଡି ଅଭିଯୋଗ କରିଛି ଆଉ ଗୋଟିଏ ଦଶନ୍ଧିର ସ୍ୱପ୍ନ ଦେଖାଇଛନ୍ତି କେନ୍ଦ୍ର ସରକାର । ଏହି ପ୍ରକଳ୍ପରେ ପର୍ଯ୍ୟଟନର କୌଣସି ସୁଯୋଗ ରହିବ ନାହିଁ । । ୨୦୧୫ ରେ କେନ୍ଦ୍ର ମନ୍ତ୍ରୀ ନିତିନ ଗଡ଼କରୀ ପିପିଲି ଠାରେ କୋଷ୍ଟାଲ ହାଇଓ୍ୱେ ନେଇ ଘୋଷଣା କରିଥିଲେ। ଗୋପାଳପୁରରୁ ଦୀଘା ପ୍ରାୟ ୪୫୦ କିମି ପର୍ଯ୍ୟନ୍ତ ଉପକୂଳ ରାଜପଥ ନିର୍ମାଣ ପାଇଁ ଓଡିଶା ବାସୀ ଙ୍କୁ ସ୍ୱପ୍ନ ଦେଖାଇ ଦିଆ ଯାଇଥିଲା।

Also Read: ରାଜ୍ୟରେ ସତ୍ତା ପରିବର୍ତ୍ତନକୁ ୨ ବର୍ଷ, ଓଡ଼ିଶାର ରାଜନୈତିକ ଇତିହାସରେ ଏକ ଯୁଗାନ୍ତକାରୀ ଓ ଗୌରବମୟ ଦିବସ କହିଲେ ମୁଖ୍ୟମନ୍ତ୍ରୀ

ଏବେ ରାମେଶ୍ୱରରୁ ପାରାଦ୍ୱୀପ ପର୍ଯ୍ୟନ୍ତ ପ୍ରକଳ୍ପ ଅନୁମୋଦନ କରି ଓଡିଶା ବାସୀଙ୍କୁ ନିରାଶ କରିଛନ୍ତି ଡବଲ ଇଞ୍ଜିନ ସରକାର । ଏହାରି ଭିତରେ ୩ ଥର ଟେଣ୍ଡର ଡକା ହୋଇ ବାତିଲ ହୋଇଛି । ପାରାଦ୍ୱୀପରୁ ଦୀଘା ପର୍ଯ୍ୟନ୍ତ ଯେଉଁ ଅଂଚଳ ରହିଲା ଏହା କ୍ୟାବିନେଟ ମଞ୍ଜୁରୀରୁ କାହିଁକି ବାଦ ପଡିଛି ବୋଲି ବିଜେଡି ପ୍ରଶ୍ନ କରିଛି । ଯେଉଁ ଉଦ୍ଦେଶ୍ୟ ନେଇ କୋଷ୍ଟାଲ ହାଇ ଓ୍ୱେର ପରିକଳ୍ପନା କରା ଯାଇଥିଲା ତାହା ଲକ୍ଷ୍ୟ ଠାରୁ ବହୁ ଦୂରରେ । ସେପଟେ କଂଗ୍ରେସ ମଧ୍ୟ ସମାନ ଅଭିଯୋଗ କରିଛି । କଂଗ୍ରେସ କହିଛି ଡବଲ ଇଞ୍ଜିନ ସରକାର ଓଡିଶାକୁ କେବଳ ଧୋକା ଦେଇଛନ୍ତି।

ବିରୋଧୀଙ୍କ ଅଭିଯୋଗ ଉପରେ ପୂର୍ତ୍ତ ମନ୍ତ୍ରୀ ପୃଥ୍ଵୀରାଜ ହରିଚନ୍ଦନ କଡା ଜବାବ ରଖିଛନ୍ତି । ମନ୍ତ୍ରୀ କହିଛନ୍ତି ଉପକୂଳ ରାଜପଥ ରୁଟ ପରିବର୍ତ୍ତନ ହେବାର କାରଣ ବିଜେଡି । ଏହିପ୍ରକଳ୍ପ ପାଇଁ ସହଯୋଗ କରୁନଥିଲେ ବିଜେଡି ସରକାର । ଗୋପାଳପୁର ପରିବର୍ତ୍ତେ ରାମେଶ୍ଵର ହେବାର ଷଡଯନ୍ତ୍ର ବି ବିଜେଡି କରିଥିଲା । କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଡେ ଟୁ ଡେ ଫଲୋଅପ କରୁଥିଲେ। ସଞ୍ଜୟ ଦାସବର୍ମା ବ୍ୟକ୍ତିଗତ ସ୍ୱାର୍ଥ ପାଇଁ ବଡ଼ ଗେମ ଖେଳିଛନ୍ତି ବୋଲି ଅଭିଯୋଗ କରିଛନ୍ତି ପୃଥ୍ବୀରାଜ ।

Also Read: ରାଜ୍ୟରେ ଫେରିବ ମୂଳ ଓଡ଼ିଆ ନାମ, ୫୦ରୁ ଅଧିକ ସ୍ଥାନର ନାମ ପରିବର୍ତ୍ତନ ପ୍ରସ୍ତାବ

ମନ୍ତ୍ରୀ କହିଛନ୍ତି ଉପକୂଳ ରାଜପଥର ରୁଟ ସଂପୂର୍ଣ୍ଣ ଚିଲିକା ଏବଂ ସମୁଦ୍ର ଉପକୂଳରେ ଯାଉଛି, ଯେଉଁ ବାବୁ ମାନେ କହୁଛନ୍ତି ସେମାନେ ଗୁଗୁଲ ମ୍ୟାପ ଦେଖନ୍ତୁ | ଏହା ପ୍ରଧାନମନ୍ତ୍ରୀଙ୍କ ସ୍ୱପ୍ନର ପ୍ରକଳ୍ପ | ଆଲାଇନମେଣ୍ଟ ଷଡଯନ୍ତ୍ର କରିକି ବନ୍ଦ କରିକି ରଖିବା, ସହଯୋଗ ନକରିବା, ଏ କାମ କିଏ କରୁଥିଲା ଏସବୁ ପ୍ରଶ୍ନର ଉତ୍ତର ଦେଉ ବିଜେଡି ବୋଲି ମନ୍ତ୍ରୀ କହିଛନ୍ତି|

ଦୀର୍ଘ ୧୧ ବର୍ଷ ପରେ ଉପକୂଳ ରାଜପଥର ସ୍ବପ୍ନ ସାକର ହେବାକୁ ଯାଉଛି । ଉପକୂଳ ରାଜପଥ ପ୍ରକଳ୍ପ ପ୍ରଥମ ପର୍ଯ୍ୟାୟରେ ରାମେଶ୍ବରରୁ ପାରାଦ୍ବୀପକୁ ସଂଯୋଗ କରିବ । ଦ୍ଵିତୀୟ ପର୍ଯାୟ ପାଇଁ ଡିପିଆର ଚାଲିଛି । ଦିତୀୟ ପର୍ଯାୟରେ ପାରାଦୀପରୁ କେନ୍ଦ୍ରାପଡା, ଭଦ୍ରକ, ବାଲେଶ୍ବର ଦେଇ ଦିଘା ପର୍ଯନ୍ତ ୨୦୦ କିମି ରାଜପଥ ନିର୍ମାଣ ହେବ । ସମଗ୍ର ଉପକୂଳ ଓଡିଶାକୁ ଏହି ରାଜପଥ ପ୍ରକଳ୍ପ ସଂଯୋଗ କରିବ ।