ମାଲକାନଗିରି ୦୧।୧୧ : ଅଭାବନୀୟ ଘଟଣା। ସ୍ବାମୀ-ସ୍ତ୍ରୀଙ୍କୁ ହତ୍ୟା କରିବା ପରେ ପୁଅକୁ ମଧ୍ଯ ହତ୍ୟା ଉଦ୍ୟମ କରିଛି ପଡୋଶୀ । ମାଲକାନଗିରି ଜିଲ୍ଲା ଓର୍କେଲ ଥାନା ଅର୍ନ୍ତଗତ ଏମଭି-36 ଗାଁରେ ଘଟିଛି ଏହି ଘଟଣା ।

ଖବର ଅନୁଯାୟୀ, ମାଲକାନଗିରି ଜିଲ୍ଲା ଓର୍କେଲ ଥାନା ଏମଭି-୩୬ରେ ଗାରୁ ଆସିଛି ଛାତିଥର ଘଟଣା । କୌଣସି ବିବାଦକୁ ନେଇ ପଡୋଶୀ ସାଜିଲେ ହତ୍ୟାକାରୀ । ସ୍ୱାମୀ-ସ୍ତ୍ରୀଙ୍କୁ ଅତି ନିର୍ମମ ଭାବେ ହତ୍ୟା କରିବା ପରେ ପୁଅକୁ ଅତର୍କିତ ଭାବେ ଆକ୍ରମଣ କରିଛନ୍ତି । ହେଲେ ପୁଅଟି ଅଳ୍ପକେ ବର୍ତ୍ତିଯାଇଛନ୍ତି । ପରେ ଗୁରୁତର ଅବସ୍ଥାରେ ପୁଅକୁ ନିକଟସ୍ଥ ମେଡିକାଲରେ ଭର୍ତ୍ତି କରାଯାଇଛି । ମୃତକ ହେଲେ ଏମଭି-୩୬ ଗ୍ରାମର ରବିନ୍ଦ୍ର ନାଥ ସରକାର ଓ ତାଙ୍କ ପତ୍ନୀ ରେବା ସରକାର ।

Also Read:-ନଭେମ୍ବରରେ ଉଭାନ ହୋଇଯିବ ଶୀତ ! ଉପକୂଳରେ କମିବ ଥଣ୍ଡା, IMDର ଅନୁମାନ

ସେପଟେ ହତ୍ୟାକାରୀ ବିଶଙ୍କର ମଣ୍ଡଳକୁ ପୋଲିସ ଗିରଫ କରି ପଚରାଉଚୁରା କରୁଛି । ସେପଟେ ମୃତକଙ୍କ ପୁଅ ଗୁରୁତର ଅବସ୍ତାରେ ମାଲକାନଗିରି ଜିଲ୍ଲା ସଦର ଚିକିତ୍ସାଳୟରେ ଚିକିତ୍ସିତ ହେଉଛି । ହେଲେ କେଉଁ କାରଣ ପାଇଁ ପଡୋଶୀ ଏଭଳି କାରନାମା କରିଲେ, ତାହା ଏବେ ଯାଏଁ ଅସ୍ପଷ୍ଟ ରହିଛି । ପୋଲିସ ତଦନ୍ତ ଏବଂ ଶବ ବ୍ୟବଚ୍ଛେଦ ରିପୋର୍ଟ ପରେ ହତ୍ୟାକାଣ୍ଡର ପ୍ରକୃତ କାରଣ ଜଣାପଡିବ ବୋଲି ଆଶା କରାଯାଉଛି ।