ଜଗତସିଂହପୁର ୧।୧୧: ଜଗତସିଂହପୁର ଜିଲ୍ଲା ସଁଅରା ଛକ ନିକଟରେ ତିର୍ତ୍ତୋଲ ପୋଲିସର ବଡ଼ ଧରଣର ଚଢ଼ାଉ । ରଙ୍ଗ ଦୋକାନ ଆଢୁଆଳରେ ଚାଲିଥିଲା ବେଆଇନ ବାଣ କାରବାର । ଜବତ ହେଲା ପ୍ରାୟ ୧୫ ଲକ୍ଷ ଟଙ୍କାରୁ ଉର୍ଦ୍ଧ୍ୱ ମୂଲ୍ୟର ବାଣ ଓ ବାରୁଦ ।

Also Read:- ଶ୍ରମବଳର ୧% କର୍ମଚାରୀ ଛଟେଇ କରିବ ଅଲାସ୍କା ଏୟାରଲାଇନ୍ସ ,ଗଲା ୨୦୦ କର୍ମଚାରୀଙ୍କ ଚାକିରି

ସଁଅରା ଛକର ଏକ ଦୋକାନ ସାମନାରେ ରଙ୍ଗ ବିକ୍ରି ହେଉଥିବା ବେଳେ, ପଛପଟ ଗୋଦାମରେ ଗଚ୍ଛିତ ହୋଇ ରହିଥିଲା ବିପୁଳ ପରିମାଣର ବାଣ । ଖବର ପାଇ ପୋଲିସ ସେଠାରେ ଚଢ଼ଉ କରି ଏସବୁ ଜବତ କରିଛି । ଘଟଣାରେ ପୋଲିସ ମୁଖ୍ୟ ବ୍ୟବସାୟୀ ରମେଶ ପୃଷ୍ଟିଙ୍କୁ ଗିରଫ କରିଥିବା ବେଳେ ଅନ୍ୟ ଦୁଇ ଜଣଙ୍କୁ ଅଟକ ରଖି ପଚରାଉଚରା କରୁଛି । ବେଆଇନ ଭାବେ ଏଭଳି ବାଣ ଗଚ୍ଛିତ ରଖିଥିବା ଅଭିଯୋଗରେ ପୋଲିସର ତଦନ୍ତ ଜାରି ରହିଛି ।