କଟକ ୧।୧୧: ସୌମ୍ୟ ହତ୍ୟା ମାଲଲାରେ ଆଉ ଜଣେ ଗିରଫ । ଭୁବନେଶ୍ୱର ବାଲିଅନ୍ତାରେ GRP କନଷ୍ଟେବଳ ସୌମ୍ୟ ରଞ୍ଜନ ସ୍ୱାଇଁଙ୍କ ହତ୍ୟାକାଣ୍ଡ ମାମଲାରେ କ୍ରାଇମ୍ ବ୍ରାଞ୍ଚ ଆଉ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ।

Also Read:- ବନ୍ୟା ପରିସ୍ଥିତିର ମୁକାବିଲା ପାଇଁ ସରକାରଙ୍କ ପଦକ୍ଷେପ, ବ୍ରହ୍ମପୁରରେ ନିୟୋଜିତ ହେଲେ ଆଉ ୫ ଯନ୍ତ୍ରୀ

ଗିରଫ ଅଭିଯୁକ୍ତ ଜଣଙ୍କ ହେଲେ ଖୋର୍ଦ୍ଧା ଜିଲ୍ଲା ବାଲିଅନ୍ତା ଥାନା ବାଲିକନ୍ଥିଆ ଅଞ୍ଚଳର ଚିନ୍ମୟ ମହାନ୍ତି । ଚିନ୍ମୟ ସୌମ୍ୟ ରଞ୍ଜନଙ୍କ ହତ୍ୟାକାଣ୍ଡରେ ପ୍ରତ୍ୟେକ୍ଷ ଭାବେ ଜଡ଼ିତ ଥିବା ବେଳେ ଦୀର୍ଘ ମାସ ହେବ ଫେରାର ଥିଲେ । ତାଙ୍କୁ ବାଲେଶ୍ୱର ଜିଲ୍ଲା ସିଂଗଲା ଅଞ୍ଚଳରୁ ଗିରଫ କରିଛି କ୍ରାଇମ୍ ବ୍ରାଞ୍ଚ । ଏହି ହତ୍ୟାକାଣ୍ଡ ଘଟଣାରେ ଚିନ୍ମୟଙ୍କୁ ମିଶାଇ ବର୍ତ୍ତମାନ ମୋଟ୍ ୧୩ ଜଣ ଅଭିଯୁକ୍ତ ଗିରଫ ହୋଇ ଜେଲ୍ରେ ଅଛନ୍ତି । ଏହି ହତ୍ୟାକାଣ୍ଡ ଘଟଣାରେ ଗିରଫ ସଂଖ୍ୟା ବୃଦ୍ଧି ପାଇବା ନେଇ ସୂଚନା ମିଳିଛି ।