ଭୁବନେଶ୍ୱର : ଓଡ଼ିଆ କଣ୍ଠଶିଳ୍ପୀ ଦୀପ୍ତିରେଖାଙ୍କ ପାଇଁ ଖୁସି ଖବର। ସେ ଗାଇଥିବା ଏକ ଭଜନକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ନିଜ ସୋସିଆଲ୍ ମିଡିଆ ପେଜରେ ସେୟାର୍ କରିଛନ୍ତି। ଚୈତ୍ର ନବରାତ୍ରୀ ଅବସରରେ ପ୍ରଧାନମନ୍ତ୍ରୀ ନିଜ ଟ୍ୱିଟର ପେଜରେ ଏହି ଭକ୍ତିମୟ ଓଡ଼ିଆ ଗୀତର ୟୁଟ୍ୟୁବ୍ ଲିଙ୍କ୍ ସେୟାର କରିଛନ୍ତି । ଯାହା ନିହାତି ଭାବେ ଦିପ୍ତୀ ରେଖାଙ୍କ ପାଇଁ ଏକ ବଡ଼ ଉପଲବ୍ଧି ବୋଲି କହିପାରିବା ।

ପ୍ରଧାନମନ୍ତ୍ରୀ କରିଛନ୍ତି ସେୟାର

ଗୀତର ନାଁ ରହିଛି 'ଦୁର୍ଗତିନାଶିନୀ' ମାଆ। ଏହି ଗୀତକୁ ଗାଇଛନ୍ତି ଓଡ଼ିଆ ଲୋକପ୍ରିୟ କଣ୍ଠଶିଳ୍ପୀ ଦୀପ୍ତିରେଖା ପାଢ଼ୀ। ଏହି ଗୀତଟି ଏତେ ସୁନ୍ଦର ହୋଇଛି ଯେ, ରିଲିଜ୍ ହେବା ମାତ୍ରେ ଖୁବ୍ ଲୋକପ୍ରିୟତା ସାଉଁଟିଛି। ଏମିତି କି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବି ନିଜ ସୋସିଆଲ୍ ମିଡିଆ ପେଜ୍ ରେ ଏହି ଗୀତକୁ ସେଆର କରି ଲେଖିଛନ୍ତି, ‘ମାଆଙ୍କର ଭକ୍ତିରେ ବିରାଟ ଶକ୍ତି ରହିଛି। ଦେବୀ ମାଆଙ୍କ ବନ୍ଦନାରେ ଶ୍ରଦ୍ଧାଳୁଙ୍କ ମନ ସକରାତ୍ମକ ଉର୍ଜାରେ ଭରିଯାଏ ବୋଲି ଲେଖିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ।’

ଧର୍ମେନ୍ଦ୍ର ପ୍ରଧାନଙ୍କ ଶୁଭେଚ୍ଛା

ପ୍ରଧାନମନ୍ତ୍ରୀଙ୍କ ପୋଷ୍ଟ ପରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଟ୍ୱିଟ୍ କରିଛନ୍ତି। ସେ ଲେଖିଛନ୍ତି ଓଡ଼ିଶାର ବିଶିଷ୍ଟ କଣ୍ଠଶିଳ୍ପୀ ଦୀପ୍ତିରେଖା ପାଢ଼ୀଙ୍କ କଣ୍ଠଦାନରେ ପ୍ରସ୍ତୁତ ଭକ୍ତି ସଙ୍ଗୀତ 'ଦୁର୍ଗତି ନାଶିନୀ ମା’' କୁ ସାମାଜିକ ଗଣମାଧ୍ୟମରେ ସେୟାର କରିଛନ୍ତି। ଏହାସହ ଓଡ଼ିଶାର କଳା ଓ ସଂସ୍କୃତିକୁ ସମ୍ମାନ ଜଣାଇଥିବାରୁ ମାନ୍ୟବର ପ୍ରଧାନମନ୍ତ୍ରୀଙ୍କୁ ଅଶେଷ ଧନ୍ୟବାଦ ଜଣାଇଛନ୍ତି ଧର୍ମେନ୍ଦ୍ର ପ୍ରଧାନ। ସେ ଆହୁରି ଲୋଖିଛନ୍ତି “ମା'ଙ୍କ ଭକ୍ତିରେ ବିରାଟ ଶକ୍ତି ରହିଛି ଏବଂ ଏହି ବନ୍ଦନା ଶ୍ରଦ୍ଧାଳୁଙ୍କ ମନରେ ସକାରାତ୍ମକ ଶକ୍ତି ଭରିଦିଏ” ବୋଲି ପ୍ରଧାନମନ୍ତ୍ରୀଙ୍କ ହୃଦୟସ୍ପର୍ଶୀ ବାର୍ତ୍ତା ଆମ ଆଧ୍ୟାତ୍ମିକ ଚେତନାକୁ ଆହୁରି ସମୃଦ୍ଧ କରିଛି । ଏହି ପବିତ୍ର ଦିନରେ ଏଭଳି ଏକ ଭକ୍ତିମୟ ପ୍ରସ୍ତୁତି ପାଇଁ ସମସ୍ତଙ୍କୁ ଶୁଭେଚ୍ଛା।

Also Read- ଏକା ସାଙ୍ଗରେ ଉଠିଲା ମାଆ ଓ ପୁଅଙ୍କ କୋକେଇ ; ପୁଅ' ମୃତ୍ୟୁର କିଛି ସମୟ ପରେ ମାଆ ବି ମୃତ