ମୁମ୍ବାଇ: ଫିଲ୍ମର ସୁଟିଂ ସମୟରେ ନିଜେ ସାମ୍ନା କରିଥିବା କିଛି ଅନୁଭୂତିକୁ ନେଇ ମୁହଁ ଖୋଲିଛନ୍ତି ହିନ୍ଦୀ ଓ ପଞ୍ଜାବୀ ସିନେମାର ଅଭିନେତ୍ରୀ ପ୍ରୀତି ସପ୍ରୁ। ଅବତାର, ଜାଗୀର ଓ ଲାୱାରିସ୍ ଭଳି ଫିଲ୍ମ ସହ ଜଡ଼ିତ ଅନୁଭବ ବାଣ୍ଟିବା ସମୟରେ ସେ ଦାବି କହିଛନ୍ତି ଯେ, ଫିଲ୍ମ ନିର୍ମାତାଙ୍କ ସହ ମତଭେଦ ପରେ ତାଙ୍କ ଭୂମିକାରେ ପରିବର୍ତ୍ତନ କରାଯାଇଥିଲା।

‘ବଲିଉଡ୍ ଠିକାନା’କୁ ଦେଇଥିବା ଏକ ସାକ୍ଷାତକାରରେ ପ୍ରୀତି ସୁଟିଂ ସେଟ୍ରେ ନିଜକୁ ଅସମ୍ମାନିତ ମନେ କରିବାରୁ ସେଟ୍ ଛାଡ଼ି ଚାଲିଯିବା, ଜଣେ ଫିଲ୍ମ ନିର୍ମାତାଙ୍କୁ ଖାଦ୍ୟ ପରଷିବାକୁ ମନା କରିବା ଏବଂ ଜୀବନର ଏକ କଷ୍ଟକର ସମୟରେ ନିର୍ଦ୍ଦେଶକ ପ୍ରକାଶ ମେହେରା ତାଙ୍କୁ ‘ପାଗଳ’ କହିବା ପରେ ତାଙ୍କ ସହ ମୁହାଁମୁହିଁ ହୋଇଥିବା କଥା କହିଛନ୍ତି।

୧୯୮୩ ମସିହାରେ ମୁକ୍ତିଲାଭ କରିଥିବା ଫିଲ୍ମ ''ଅବତାର''ରେ ରାଜେଶ ଖାନ୍ନା ଓ ଶବାନା ଆଜମୀ ଅଭିନୟ କରିଥିଲେ। ଏହି ଫିଲ୍ମର ସୁଟିଂ ସମୟର ଏକ ଘଟଣାକୁ ମନେ ପକାଇ ପ୍ରୀତି କହିଛନ୍ତି ଯେ, ସେଟ୍ରେ କୋରିଓଗ୍ରାଫର ମୁଖ୍ୟ କଳାକାରଙ୍କୁ ସେମାନଙ୍କ ନାମ ଧରି ସମ୍ବୋଧନ କରୁଥିବାବେଳେ ତାଙ୍କୁ ଓ ସଚିନ ପିଲଗାଓଁକରଙ୍କୁ କେବଳ ‘ବୟ ଆଣ୍ଡ ଗର୍ଲ’ ବୋଲି କହୁଥିଲେ।ଏହି ବ୍ୟବହାର ତାଙ୍କୁ ଖରାପ ଲାଗିଥିଲା। ନିଜକୁ ଜଣେ ଜୁନିୟର କଳାକାରଙ୍କ ଭଳି ବ୍ୟବହାର କରାଯାଉଥିବା ଅନୁଭବ କରି ସେ ସୁଟିଂ ସେଟ୍ ଛାଡ଼ି ଚାଲିଯାଇଥିବା କହିଛନ୍ତି।

ପ୍ରୀତି ସପ୍ରୁଙ୍କ କହିବା ଅନୁସାରେ, ଜାଗୀର ଓ ଲାୱାରିସ୍ ଭଳି ଫିଲ୍ମ ସହ ଜଡ଼ିତ ଅନୁଭବ ମଧ୍ୟ ତାଙ୍କ ପାଇଁ ସ୍ମରଣୀୟ ରହିଛି। ଫିଲ୍ମ ନିର୍ମାତାଙ୍କ ସହ ମତଭେଦ ହେବା ପରେ ତାଙ୍କ ଭୂମିକା ବଦଳାଯାଇଥିବା ସେ ଜଣାଇଛନ୍ତି ।ଏହା ସହ ଜଣେ ଫିଲ୍ମ ନିର୍ମାତାଙ୍କୁ ଖାଦ୍ୟ ପରଷିବାକୁ ମନା କରିବା ଏବଂ ପ୍ରକାଶ ମେହେରାଙ୍କ ସହ ହୋଇଥିବା ଏକ ତିକ୍ତ ଅନୁଭବ ବିଷୟରେ ମଧ୍ୟ ସେ ଆଲୋଚନା କରିଛନ୍ତି। ଜୀବନର ଏକ କଷ୍ଟକର ସମୟରେ ପ୍ରକାଶ ମେହେରା ତାଙ୍କୁ ‘ପାଗଳ’ ବୋଲି କହିଥିବାରୁ ସେ ଏହାର ପ୍ରତିବାଦ କରିଥିଲେ ବୋଲି ସାକ୍ଷାତକାରରେ କହିଛନ୍ତି।

also read-ରଣବୀରଙ୍କ ମେଗା ବଜେଟ୍ ଫିଲ୍ମକୁ ନେଇ ବଢୁଛି ଚର୍ଚ୍ଚା, ପ୍ରଥମ ଦିନରେ ବିକ୍ରି ଏତେ କୋଟି ଟଙ୍କାର ଟିକେଟ୍

ସିନେମା ଦୁନିଆର ଚାକଚକ୍ୟ ଭିତରେ ଲୁଚିଥାଏ ଏଭଳି କାହାଣୀ ଯାହା ସାଧାରଣ ଲୋକଙ୍କୁ ଜଣା ପଡ଼ିନଥାଏ l ଅଭିନୟ କରିବା ପାଇଁ ଅଭିନେତା ଅଭିନେତ୍ରୀ ମାନେ ବେଳେ ଏଭଳି ସମସ୍ୟାକୁ ସାମ୍ନା କରିଥାନ୍ତି ଯାହା ପ୍ରୀତିଙ୍କ ଏହି କାହାଣୀରୁ ଜାଣିହୁଏ l କେତେବେଳେ ବରିଷ୍ଠ କଳାକାରଙ୍କ ଜୁଲୁମ ତ ଆଉ କେତେବେଳେ ସିନେ ନିର୍ଦ୍ଧେଶକଙ୍କ ଫେବର ଏସବୁ ଭିତରେ ଗୋଟେ କଳାକାର ଧନ୍ଦି ହୋଇଥାଏ l