ନୂଆଦିଲ୍ଲୀ: ଭାରତରେ ବିବାହ ଋତୁ ଆରମ୍ଭ ହେବାକୁ ଯାଉଛି । ଏଥିପାଇଁ ଦେଶରେ ପୁଣି ଥରେ ସୁନା କ୍ରିୟ ବଢ଼ିବ । ସୁନା ଅଳଙ୍କାର କିଣିବାକୁ ଥିବା ଗ୍ରାହକଙ୍କ ପାଇଁ ଗୋଟିଏ ଭଲ ଖବର ହେଉଛି, ଗତ ଏକ ମାସରେ ଗୋଲ୍ଡ ରେଟ୍ ପ୍ରାୟ ୫ ପ୍ରତିଶତରୁ ଅଧିକ ହ୍ରାସ ପାଇଛି ।

ଉଲ୍ଲେଖଯୋଗ୍ୟ ଯେ ଅକ୍ଟୋବର ୨୧ ଅପରାହ୍ଣରେ ୨୪ କ୍ୟାରେଟ୍ ସୁନାର ୧୦ ଗ୍ରାମ ମୂଲ୍ୟ ୧,୪୬,୨୭୦ ଟଙ୍କା ଥିଲା । ଏହି ସମୟରେ ୨୨ କ୍ୟାରେଟ୍ ସୁନାର ମୂଲ୍ୟ ୧୦ ଗ୍ରାମ ପ୍ରତି ୧,୩୪,୦୮୧ ଟଙ୍କା ଥିଲା । ବୁଲିଅନ୍ ୱେବସାଇଟ୍ ଅନୁଯାୟୀ, ଠିକ୍ ମାସେ ପୂର୍ବରୁ ସେପ୍ଟେମ୍ବର ୨୧ରେ ସୁନାର ମୂଲ୍ୟ ପ୍ରତି ୧୦ ଗ୍ରାମ ୧,୫୩,୭୮୦ ଟଙ୍କା ଥିଲା । ଅର୍ଥାତ୍ ମାସେ ଭିତରେ ସୁନା ମୂଲ୍ୟରେ ୫.୧୩ ପ୍ରତିଶତ ହ୍ରାସ ଦେଖାଯାଇଛି ।

Also Read: ଏବେ Flipkartରୁ ବି ଅର୍ଡର କରି ହେବ ଖାଦ୍ୟ, ଖୁବ ଶୀଘ୍ର କମ୍ପାନୀ ଲଞ୍ଚ କରିବ ଫୁଡ ଡେଲିଭରୀ ସର୍ଭିସ

ବଜାର ବିଶେଷଜ୍ଞଙ୍କ ଅନୁସାରେ ବିବାହ ଋତୁ ପୂର୍ବରୁ ଏହି ସମୟ ସୁନା କିଣିବା ପାଇଁ ସଠିକ୍ ସମୟ । ସାଧାରଣତଃ ଧନତେରସ ଏବଂ ଦୀପାବଳି ସମୟରେ ସୁନା କ୍ରୟ ବଢ଼ିଥାଏ । ଏପରି ସ୍ଥିତିରେ ସୁନା ମୂଲ୍ୟରେ ପୁଣି ଥରେ ହ୍ରାସ ଘଟିବାର ସମ୍ଭାବନା କମ୍ । ସେପଟେ ସାରା ବିଶ୍ୱର କେନ୍ଦ୍ରୀୟ ବ୍ୟାଙ୍କଗୁଡ଼ିକ ନିଜ ସୁନା ଭଣ୍ଡାରକୁ ବଡ଼ କରୁଛନ୍ତି, ଯେଉଁଥି ପାଇଁ ବର୍ତ୍ତମାନ ସ୍ତରରୁ ସୁନା ମୂଲ୍ୟ କମିବା ପରିବର୍ତ୍ତେ ଉପରକୁ ଉଠିପାରେ ।

(ସୂଚନା: ଏହା କୌଣସି ପ୍ରକାର ନିବେଶ କିମ୍ୱା କ୍ରୟ ପାଇଁ ପରାମର୍ଶ ନୁହେଁ, କେବଳ ଖବର ପାଇଁ ଦିଆଯାଇଛି ।)