ସୋନପୁର ୨୨।୦୩ : ମୃତ୍ୟୁ ବି ଏପରି ଆସେ। ପୁଅର ମୃତ୍ୟୁ ହେବାର କିଛି ସମୟ ପରେ ମା’ର ମୃତ୍ୟୁ l ପୁଅର ମୃତ୍ୟୁ ହେବା ଖବର ପାଇବା ପରେ ଆଉ ସମ୍ଭାଳିପାରିଲାନି ଦୁଃଖ । ଶେଷରେ ମାଆଙ୍କ ବି ମୃତ୍ୟୁ ହୋଇଯାଇଛି । ଅଧ ଘଣ୍ଟାର ବ୍ୟବଧାନରେ ମାଆ ଓ ପୁଅର ମୃତ୍ୟୁ ଘଟିଛି l ସୁବର୍ଣ୍ଣପୁର ଜିଲ୍ଲା ଡୁଙ୍ଗୁରିପାଲି ବ୍ଲକ ସହଲା ଗାଁରୁ ଆସିଛି ଏପରି ହୃଦୟ ବିଦାରକ ଚିତ୍ର ।

Also Read:-ଇରାନକୁ ଆମେରିକା ରାଷ୍ଟ୍ରପତିଙ୍କ ଚେତାବନୀ, କହିଲେ-୪୮ ଘଣ୍ଟା ଭିତରେ ହର୍ମୁଜ ପ୍ରଣାଳୀ ସ୍ବାଭାବିକ କର ନଚେତ୍‌...

ଖବର ଅନୁଯାୟୀ, ସହଲା ଗାଁର ବ୍ୟବସାୟୀ ରମେଶ ବାରିକଙ୍କ (53) ଆକସ୍ମିକ ଭାବେ ମୃତ୍ୟୁ ହୋଇଥିଲା । ଯେତେବେଳେ ଏହି ଖବର ଘରର ସମସ୍ତ ସଦସ୍ୟ ଜାଣିଥିଲେ । ଠିକ୍ ମାଆଙ୍କ ମୃତ୍ୟୁକୁ ଅଧ ଘଣ୍ଟା ନ ପୁରୁଣୁ ତାଙ୍କ ମାତା ବିଲାଶ ବାରିକ (୭୬) ମଧ୍ୟ ଆଖି ବୁଜିଦେଲେ । ଏହା ସାଙ୍ଗରେ ଗୋଟିଏ ଜୁଈରେ ମାଆ ଓ ପୁଅର ଅନ୍ତିମ ସତ୍କାର ହୋଇଯାଇଛି l ଏହି ହୃଦୟ ବିଦାରକ ଖବର ଅଞ୍ଚଳରେ ପ୍ରକଟ ହେବା ପରେ ପୁରା ଗାଁରେ ଶୋକର ଛାୟା ଖେଳିଯାଇଛି l

ଗତ କିଛି ଦିନ ହେବ ପୁଅ ଏକ ରୋଗରେ ଆକ୍ରାନ୍ତ ହୋଇ ଚିକିତ୍ସିତ ହେଉଥିଲେ l ଚିକିତ୍ସିତ ହୋଇ ଘରକୁ ଆସିଥିଲେ । ହେଲେ ଏବେ ତାଙ୍କର ମୃତ୍ୟୁ ହୋଇଯାଇଛି l ସହଲା ଗାଁରେ ପୁରା ଶୋକାକୁଳ ପରିବେଶ ସୃଷ୍ଟି ହୋଇଯାଇଛି ।

Also Read:-ସମୁଦ୍ରରେ ଭାରତୀୟ ଗ୍ୟାସ୍ ଟ୍ୟାଙ୍କରକୁ ସୁରକ୍ଷା ଦେଉଥିଲା ଇରାନ, ଷ୍ଟ୍ରେଟ୍ ଅଫ୍ ହର୍ମୋଜରେ ଜଗିଥିଲା ନୌସେନା