ସାଲେପୁର ୨୨।୧୧: ଆଜି ପବିତ୍ର ଗରୁଡ଼ ଦ୍ୱାଦଶୀ । ପୌରାଣିକ ବିଶ୍ୱାସ ଅନୁଯାୟୀ, ଆଜିର ଦିନଟି ହେଉଛି ପକ୍ଷୀରାଜ ଗରୁଡ଼ଙ୍କ ଜନ୍ମ ଦିବସ । ଏହି ପବିତ୍ର ତିଥିରେ ଗରୁଡ଼ ଦେବଙ୍କୁ ଦର୍ଶନ କରି ପୂଜାର୍ଚ୍ଚନା କଲେ ଦୁଃଖ କଷ୍ଟ ଦୂର ହେବା ସହ ସର୍ପଭୟରୁ ମୁକ୍ତି ମିଳେ ବୋଲି ରହିଛି ଲୋକବିଶ୍ୱାସ । ଏହି ଆସ୍ଥା ଓ ପରମ୍ପରାକୁ ନେଇ କଟକ ଜିଲ୍ଲା ସାଲେପୁର ବ୍ଲକ୍ର ଓଡ଼ାସିଂହ ଗ୍ରାମସ୍ଥିତ ପୁରାଣ ବର୍ଣ୍ଣିତ ପାତାଳୀ ଗରୁଡ଼ ପୀଠରେ ପାଳିତ ହୋଇଛି ଗରୁଡ଼ଙ୍କ ଜନ୍ମୋତ୍ସବ । ଏଥିସହ ଆରମ୍ଭ ହୋଇଛି ପାଞ୍ଚଦିନ ବ୍ୟାପୀ ୩୧ତମ ଗରୁଡ଼ ବିଶ୍ୱଶାନ୍ତି ମହାଯଜ୍ଞ ।

ଏହି ଅବସରରେ ପୀଠରେ ଲାଗି ହୋଇଛି ଗରୁଡ଼ ଦେବଙ୍କ ଅତି ପ୍ରିୟ ଖଇ ଭୋଗ । ଖଇ ଭୋଗ ଲାଗି କରି ସପରିବାରେ ପ୍ରସାଦ ସେବନ କଲେ ବର୍ଷସାରା ସର୍ପଦଂଶନ ଭୟରୁ ମୁକ୍ତି ମିଳେ ବୋଲି ରହିଛି ଦୃଢ଼ ବିଶ୍ୱାସ । ଏହି ବିଶ୍ୱାସ ଓ ଭକ୍ତିଭାବରେ ଦୂରଦୂରାନ୍ତରୁ ଛୁଟି ଆସିଛନ୍ତି ହଜାର ହଜାର ଶ୍ରଦ୍ଧାଳୁ ।

Also Read:- ପୁରୁଷୋତ୍ତମପୁର ଥାନା ମହିଳା SI ମୃତ୍ୟୁ ମାମଲା : ହତ୍ୟା ନା ଆତ୍ମହତ୍ୟା ? ଗର୍ଭବତୀ ଥିଲେ ପ୍ରଭାସିନୀ !

ଦିନତମାମ ପୀଠରେ ଲାଗି ରହିଥିଲା ଭକ୍ତଙ୍କ ଗହଳି । ଗରୁଡ଼ ଦେବଙ୍କୁ ଦର୍ଶନ କରିବା ସହ ଖଇ ଭୋଗ ଓ ପ୍ରସାଦ ସେବନ କରି ଧନ୍ୟ ହୋଇଛନ୍ତି ଭକ୍ତ । ଅନ୍ୟପଟେ ଗ୍ରାମବାସୀଙ୍କ ସହଯୋଗରେ ଆୟୋଜକ କମିଟି ପକ୍ଷରୁ ଶ୍ରଦ୍ଧାଳୁଙ୍କ ଦର୍ଶନ ଓ ପ୍ରସାଦ ସେବନ ପାଇଁ କରାଯାଇଛି ସମସ୍ତ ବ୍ୟବସ୍ଥା ।

Watch Video: