ଚଣ୍ଡୀଗଡ଼: ଭାରତୀୟ ମାଟିରେ ଦୀର୍ଘ ବର୍ଷ ପରେ ନଜର ଆସିବ ପାକିସ୍ତାନ ହକି ଦଳ। ଆସନ୍ତା ମାସରେ ଆୟୋଜିତ ହେବାକୁ ଥିବା ‘ପୁରୁଷ ଏସିଆନ୍ ଚାମ୍ପିଅନ୍ସ ଟ୍ରଫି ୨୦୨୬’ ପାଇଁ ଭାରତ ଗସ୍ତ କରିବ ପାକ୍ ଟିମ୍। ସୋମବାର ହକି ଇଣ୍ଡିଆ ପକ୍ଷରୁ ଏହି ବହୁପ୍ରତୀକ୍ଷିତ ଟୁର୍ଣ୍ଣାମେଣ୍ଟର ସମ୍ପୂର୍ଣ୍ଣ ସୂଚୀ ଆନୁଷ୍ଠାନିକ ଭାବେ ପ୍ରକାଶ ପାଇଛି।

ପଞ୍ଜାବର ମୋହାଲିଠାରେ ଆୟୋଜିତ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ଭଗବନ୍ତ ମାନ୍ ଟୁର୍ଣ୍ଣାମେଣ୍ଟର ତାରିଖ ଘୋଷଣା କରିଛନ୍ତି। ଆସନ୍ତା ଅକ୍ଟୋବର ୨୭ରୁ ନଭେମ୍ବର ୫ ପର୍ଯ୍ୟନ୍ତ ପଞ୍ଜାବର ଦୁଇଟି ପ୍ରମୁଖ ସହର ଜଳନ୍ଧର ଓ ମୋହାଲିରେ ଟୁର୍ଣ୍ଣାମେଣ୍ଟ ଆୟୋଜିତ ହେବ। ଉଦଘାଟନୀ ସମାରୋହ ଓ ଲିଗ୍ ମ୍ୟାଚ୍ ଜଳନ୍ଧର ଏବଂ ସେମିଫାଇନାଲ୍ ଓ ଫାଇନାଲ୍ ମ୍ୟାଚ୍ ମୋହାଲିରେ ଖେଳାଯିବ।

Also Read: ଷ୍ଟେଜରେ ଅପେକ୍ଷା କରି ରହିଲେ ମୋହସିନ ନକଭି, ଟ୍ରଫି ନେଲାନି ଭାରତୀୟ ଟିମ୍

ଏହି ହାଇ-ଭୋଲଟେଜ୍ ଟୁର୍ଣ୍ଣାମେଣ୍ଟରେ ଏସିଆର ୬ଟି ଶୀର୍ଷ ଦଳ ଭାରତ, ପାକିସ୍ତାନ, ଚୀନ୍, ଜାପାନ୍, କୋରିଆ ଓ ମାଲେସିଆ ମୁହାଁମୁହିଁ ହେବେ। ଯଦି କୌଣସି କାରଣରୁ କୌଣସି ଦଳ ଓହରିଯାଆନ୍ତି, ତେବେ ଓମାନ୍ ଓ ବାଂଲାଦେଶକୁ ରିଜର୍ଭ ଟିମ୍ ଭାବେ ପ୍ରସ୍ତୁତ ରଖାଯାଇଛି।

ପାକିସ୍ତାନର ଗସ୍ତକୁ ନେଇ କ’ଣ କହିଲେ ଭଗବନ୍ତ ମାନ୍ ?

ପାକିସ୍ତାନ ଟିମର ଭାରତ ଗସ୍ତକୁ ନେଇ ପଚରାଯାଇଥିବା ପ୍ରଶ୍ନର ଉତ୍ତରରେ ମୁଖ୍ୟମନ୍ତ୍ରୀ ଭଗବନ୍ତ ମାନ୍ କହିଛନ୍ତି ଯେ, "କୌଣସି ବହୁରାଷ୍ଟ୍ରୀୟ ଟୁର୍ଣ୍ଣାମେଣ୍ଟରେ ଭାଗ ନେବାରେ କୌଣସି ଅସୁବିଧା ନାହିଁ। ଦ୍ୱିପାକ୍ଷିକ ସିରିଜ୍ ହୋଇପାରିବ ନାହିଁ, ମାତ୍ର ଏପରି ଅନ୍ତର୍ଜାତୀୟ ଟୁର୍ଣ୍ଣାମେଣ୍ଟରେ ସମସ୍ତ ଦେଶର ଭାଗ ନେବା ସ୍ୱାଭାବିକ। ଉଦଘାଟନୀ ଉତ୍ସବରେ ହକି ଇଣ୍ଡିଆର ମହାସଚିବ ଭୋଲା ନାଥ ସିଂହ, ମହାପ୍ରବନ୍ଧକ କମାଣ୍ଡର ଆର୍. କେ. ଶ୍ରୀବାସ୍ତବ, କାର୍ଯ୍ୟକାରୀ ବୋର୍ଡ ସଦସ୍ୟ ଆର୍. ପି. ସିଂହ ଏବଂ ହକି ପଞ୍ଜାବ ସଭାପତି ନିତିନ୍ କୋହଲି ପ୍ରମୁଖ ଉପସ୍ଥିତ ଥିଲେ।

Also Read: ହଟିଲେ ହକି ଇଣ୍ଡିଆର ଡିଜି, ଜର୍ସି ବିବାଦକୁ ନେଇ ବଡ଼ ଆକ୍ସନ

ଭାରତର କ୍ରୀଡ଼ା ନୀତି ଓ ନିୟମ

ସୀମାନ୍ତରେ ତିକ୍ତତା ଏବଂ ଗତବର୍ଷ ପହଲଗାମ୍ ଆତଙ୍କବାଦୀ ଆକ୍ରମଣ ପରେ ଭାରତ ସରକାର ପାକିସ୍ତାନ ସହ ସମସ୍ତ ପ୍ରକାର ପ୍ରତ୍ୟକ୍ଷ/ଦ୍ୱିପାକ୍ଷିକ କ୍ରୀଡ଼ା ସମ୍ପର୍କ ବାତିଲ୍ କରିଛନ୍ତି। ହେଲେ ଆନ୍ତର୍ଜାତୀୟ କ୍ରୀଡ଼ା ମହାସଂଘ (AHR & FIH) ନିୟମାନୁସାରେ ଏସିଆନ୍ କପ୍ ଭଳି ବହୁରାଷ୍ଟ୍ରୀୟ ପ୍ରତିଯୋଗିତାରେ ଅଂଶଗ୍ରହଣ କରିବା ପାଇଁ ପାକିସ୍ତାନ ଦଳକୁ ଭାରତ ଆସିବାକୁ ଅନୁମତି ମିଳିଛି।