ରାୟଗଡା : ଦାଦନ ଖଟିବାକୁ ଯାଇଥିଲେ ଯୁବକ ଜଣକ। ହେଲେ ଫେରିଲା ତାଙ୍କର ମର ଶରୀର। ଏଭଳି ଏକ ଘଟଣା ଦେଖିବାକୁ ମିଳିଛି ରାୟଗଡା ଜିଲ୍ଲାର କାଶୀପୁର ବ୍ଲକ ଅନ୍ତର୍ଗତ ସିରିପାଇ ଗ୍ରାମପଞ୍ଚାୟତର ଲେଲିଗୁମା ଗ୍ରାମରେ। ଉକ୍ତ ଗାଁର ପାଇକ ମାଝୀ ପଡ଼ୋଶୀ ଆନ୍ଧ୍ର ପ୍ରଦେଶକୁ  ଗତ ୨ମାସ ତଳେ ଦାଦନ ଖଟିବାକୁ ଯାଇଥିଲେ। ସେ ସେଠାରେ ଏକ କେମିକାଲ କମ୍ପାନୀ କାର୍ଯ୍ୟ କରୁଥିଲେ । ଗତ ବୁଧବାର ଦିନ ସନ୍ଧ୍ୟାରେ କାର୍ଯ୍ୟରତ ସମୟରେ ହଠାତ୍ କୌଣସି କାରଣ ବଶତଃ ସେ ଅସୁସ୍ଥ ହୋଇ ଯାଇଥିଲେ। ତାପରେ ତାଙ୍କର  ମୃତ୍ୟୁ ହୋଇଥିଲା।

ଏଭଳି ଏକ ଦୁଃଖଦ ଘଟଣା ଗୁରୁବାର ପୂର୍ବାହ୍ନ ୪ଟା ସମୟ ରେ ପାଇକଙ୍କ  ମୃତ ଶରୀର ଲେଲିଗୁମା ଗ୍ରାମରେ ଆମ୍ବୁଲାନ୍ସ ଯୋଗେ ପହଞ୍ଚିଥିଲା। ଏଘଟଣା  ପରେ ପରିବାର ପୂରା ଭାଙ୍ଗି ପଡ଼ିଛି। କାରଣ ତାଙ୍କର  ୪ଟି ପୁଅ ଝିଅ ରହିଥିବା ବେଳେ ଏବେ ସେମାନେ ଅସହାୟ। ସେମାନେ ଚଳିବେ କେମିତି ତାକୁ ନେଇ ଏବେ ବଡ଼ ଚିନ୍ତା। କାରଣ ଅବେଳରେ କୁନି କୁନି ପିଲାଙ୍କ ମୁଣ୍ଡରୁ ବାପାଙ୍କ ହାତ ଉଠିଯିବା ଦୁଃଖଠୁ ବଳି ଆଉ କଣ ବା ଦୁଃଖ ଆଛି। 

​​​​​​​

ସେପଟ  କାଶୀପୁର ବ୍ଲକରେ ଦୁଇ ଦୁଇଟି କମ୍ପାନୀ ଥାଇ ବି କାମ ମିଳୁ ନ ଥିବାରୁ ଅନେକ ଯୁବକ ଅନ୍ୟ ରାଜ୍ୟକୁ ଦାଦନ ଖଟିବାକୁ ଯାଉଛନ୍ତି। ଆଉ ଶବ ହୋଇ ଫେରୁଛନ୍ତି  ବୋଲି ଉକ୍ତ ଗ୍ରାମର ଯୁବକ  ରାମନାଥ ମାଝୀ କହିଛନ୍ତି। ପ୍ରଶାସନ ଏଥିପ୍ରତି ଧ୍ୟାନ ଦେଲେ ଏଭଳି ଅଘଟଣକୁ ରୋକିହେବ ବୋଲି କୁହାଯାଇଛି।

Also Read- Puri Bada Danda Accident : ଟଳିଗଲା ବଡ଼ ବିପଦ, ଦୁର୍ଘଟଣାରୁ ବଞ୍ଚାଇଦେଲେ ମହାପ୍ରଭୁ...