ଭୁବନେଶ୍ଵର: ବାଲେଶ୍ବର ଜିଲ୍ଲା ଜଳେଶ୍ୱର ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ନାବାଳିକାକୁ ଦୁଷ୍କର୍ମ ଓ ହତ୍ୟା ଘଟଣାକୁ ନେଇ ପୋଲିସ ଓ ସରକାରଙ୍କୁ ଘେରିଲା ବିଜେଡ଼ି । ଉକ୍ତ ଘଟଣାର CBI ତଦନ୍ତ ଦାବି ସହ ଘଟଣାର ପର୍ଦ୍ଦାଫାଶ କରିବାକୁ ଦାବି କଲା ବିଜେଡି । ବିଜେଡିର ଅଭିଯୋଗ ହେଉଛି ଘଟଣାରେ ପୋଲିସ ହେଉଛି ସହଯୋଗୀ ଅଭିଯୁକ୍ତ । ଅନ୍ୟପଟେ ବାଲେଶ୍ୱର ସାଂସଦଙ୍କ ଖାମ୍ ଖିଆଲି ମନ୍ତବ୍ୟକୁ ବିଜେଡିର ଦୃଢ଼ ନିନ୍ଦା । ଏଭଳି ଖାମଖିଆଲି ନୀତି ପାଇଁ ସୌମ୍ୟାଶ୍ରୀର ଜୀବନ ଚାଲିଗଲା ବୋଲି ଅଭିଯୋଗ କରିଛନ୍ତି ବରିଷ୍ଠ ନେତ୍ରୀ ଲେଖାଶ୍ରୀ ସାମନ୍ତସିଂହାର ।

ଲେଖାଶ୍ରୀ ସାମନ୍ତସିଂହାର କହିଛନ୍ତି, ଏହି ନିନ୍ଦନୀୟ ଘଟଣାଟି ଦିଲ୍ଲୀ ନିର୍ଭୟା ଘଟଣା ଠାରୁ କିଛି କମ ନୁହେଁ। ୧୬ ତାରିଖ ଠାରୁ ଝିଅ ନିଖୋଜ ହେବା ପରେ ପରିବାର ଲୋକେ ଖୋଜିବା ଆରମ୍ଭ କରିଥିଲେ । ସେହିଦିନ ବିଳମ୍ବିତ ରାତିରେ କାହ୍ନାକୁ ପଚରା ଉଚୁରା କରିବା ସହିତ ଥାନାକୁ ନେଇଥିଲା ପୋଲିସ । କିନ୍ତୁ ୧୮ ତାରିଖ ଦିନ ପୋଲିସ କାହ୍ନାକୁ ଛାଡ଼ି ଦେଇଥିଲା । ଜଣେ ବିଜେପି ନେତାଙ୍କ ଲିଖିତ ପତ୍ର ଦେବା ପରେ ସ୍ଥାନୀୟ ପୋଲିସ ଛାଡ଼ି ଦେଲା ।

Also Read: ରାଜ୍ୟସଭା କ୍ରସ ଭୋଟିଂ ମାମଲା: ୫ ବିଧାୟକଙ୍କୁ ହାଇକୋର୍ଟଙ୍କ ନୋଟିସ୍, ଏଜିଙ୍କ ଭୂମିକା ଉପରେ ପ୍ରଶ୍ନ ଉଠାଇଲେ ପ୍ରମିଳା ମଲ୍ଲିକ

ଗାଁ ଲୋକଙ୍କ ଚାପରେ ଆତ୍ମ ସମର୍ପଣ

୨୧ ତାରିଖ ଦିନ ଗାଁ ଲୋକଙ୍କ ଚାପରେ କାହ୍ନା ନିଜେ ସ୍ୱୀକାର କରିଥିଲା କି ସେ ନାବାଳିକାକୁ ଦୁଷ୍କର୍ମ ଓ ହତ୍ୟା କରିଛି । ୨୨ ତାରିଖ ଦିନ ନିଜେ କାହ୍ନା ପୋଲିସ ପାଖରେ ଆତ୍ମସମର୍ପଣ କରିଥିଲା। ଯେଉଁଭଳି ସେ ଝିଅକୁ ହତ୍ୟା କରାଯାଇଛି ସେଥିରେ ଏସିଡ ବ୍ୟବହାର କରାଯାଇଛି । ଜଳେଶ୍ୱର ଥାନା ଆଇଆଇସିଙ୍କୁ ଜିଲ୍ଲା ମୁଖ୍ୟାଳୟକୁ ବଦଳି କରାଯାଇଛି । ସ୍ଥାନୀୟ ଫାଣ୍ଡି ଅଧିକାରୀ ଅଧିକାରୀ ଓ ଆଇଆଇସିଙ୍କୁ ତଦନ୍ତ ପରିସରଭକ୍ତ କରାଯାଉ । ପୋଲିସ କହୁ କେଉଁ ବିଜେପି ନେତାଙ୍କ କଥାରେ କାହ୍ନାକୁ ଛାଡିଦେଲେ । ପୋଲିସର ଫୋନ ରେକର୍ଡ ଯାଞ୍ଚ କରାଯାଉ । ମୃତ ଝିଅର ସାଙ୍ଗର କଲ ଡିଟେଲ ଯାଞ୍ଚ କରାଯାଉ ।

CBI ତଦନ୍ତ ଦାବି

ଏଥିରେ ଅନେକ ଲୋକଙ୍କ ସମ୍ପୃକ୍ତି ରହିଛି ତାର ପର୍ଦ୍ଦାଫାଶ ହେଉ। ଏସିଡ କିଭଳି ବ୍ୟବହାର ହେଲା ଓ କିଏ ଆଣିଲା ତାକୁ ତଦନ୍ତ କରାଯାଉ । ଏହା ଦୁଷ୍କର୍ମ ନା ଗଣ ଦୁଷ୍କର୍ମ ତାହା ମଧ୍ୟ ତଦନ୍ତ କରାଯାଉ । ଘଟଣାକୁ ହାଲକା ନ ନେଇ ତୁରନ୍ତ CBI ତଦନ୍ତ କରାଯାଉ । ସେହିଭଳି ଜଳେଶ୍ୱର ବିଧାୟକ ମଧ୍ୟ ଘଟଣାକୁ ନେଇ କହିଛନ୍ତି ଫାଣ୍ଡି ଅଧିକାରୀ ଅଭିଯୁକ୍ତ କୁ ଛାଡି ଦେବା ପରେ ମୃତ ନା ବାଳିକା ର ଶରୀରକୁ ନଷ୍ଟ କରିଦେବାର ସୁଯୋଗ ପାଇଲା । ଏଥିରେ ପୋଲିସର ଭୂମିକା ସନ୍ଦେହରେ ରହିଛି। ଆମର ଦାବି ଫାଣ୍ଡି ଅଧିକାରୀ ଓ ଆଇଆଇସିଙ୍କୁ ତଦନ୍ତ ପରିସରଭୁକ୍ତ କରାଯାଉ ବୋଲି ବିଜେଡି ଦାବି କରିଛି।