ମୁମ୍ବାଇ-; ବିବାଦରେ ଓସ୍କାର ବିଜେତା ସଙ୍ଗୀତ ନିର୍ଦ୍ଧେଶକ ଏ. ଆର. ରେହମାନ l ନୀତେଶ ତିୱାରୀ ନିର୍ଦ୍ଧେସିତ ଫିଲ୍ମ ରାମାୟଣର ବହୁ ଚର୍ଚିତ ସଙ୍ଗୀତ ମଙ୍ଗଲ ରାମ ଏବେ ଖୁବ ଚର୍ଚ୍ଚାରେ ରହିଛି l ଲୋକେ କହୁଛନ୍ତି ଏହି ସଙ୍ଗୀତଟି ଅନ୍ୟ ଏକ ସଙ୍ଗୀତର ଧୁନ ସହିତ ମେଳଖାଉଛି ଯାହା ଏବେ ସଙ୍ଗୀତର ମୌଳିକତା ଉପରେ ପ୍ରଶ୍ନ ଛିଡା କରିଛି l ଏହା ପୂର୍ବରୁ ଆସିଥିବା ମିଉଜିକକୁ ନେଇ ମଧ୍ୟ ଲୋକଙ୍କ ପ୍ରତିକ୍ରିୟା ଦେଖିବାକୁ ମିଳିଥିଲା l ତେବେ ସଙ୍ଗୀତନୁ ନେଇ ସମାଲୋଚନା ହେବା ପରେ ଶେଷରେ ଏ. ଆର. ରେହମାନ ପ୍ରତିକ୍ରୟା ପ୍ରକାଶ କରିଛନ୍ତି l

ରେହମାନ କହିଛନ୍ତି ଗୀତ କମ୍ପୋଜ କରୁଥିବା ସମୟରେ ତାଙ୍କୁ ଏତେ ମାତ୍ରାରେ ପରିଶ୍ରମ କରିବାକୁ ପଡୁଛି ଯେ ଲୋକଙ୍କ ପ୍ରତିକ୍ରିୟା ଶୁଣିବାକୁ ଶକ୍ତି ନଥାଏ l ହିନ୍ଦୁସ୍ଥାନ ଟାଇମ୍ସକୁ ଦେଇଥିବା ସାକ୍ଷାତକାରରେ ରେହମାନ କହିଛନ୍ତି ଆମକୁ ସମ୍ପୂର୍ଣ ଭାବରେ ସଙ୍ଗୀତ ଓ ସ୍ୱର ଭିତରେ ହଜି ଯିବାକୁ ପଡିଥାଏ l ସ୍ୱରକୁ ପରୀକ୍ଷା ନିରୀକ୍ଷା କରିବା ସହିତ ବାରମ୍ବାର ସେଥିରେ ପରିବର୍ତନ କରିବାକୁ ମଧ୍ୟ ପଡିଥାଏ l ଏତେ ସବୁ କାମ ଭିତରେ ଲୋକଙ୍କ ପ୍ରତିକ୍ରୟା ଶୁଣିବାକୁ ସମୟ ମିଳିନଥାଏ l ଗୀତ ତିଆରି ହେଲା ପରେ ତାକୁ ସିଧା ଦର୍ଶକଙ୍କ ସାମ୍ନାରେ ରଖି ଦିଆଯାଏ l ପ୍ରଥମରୁ ଏକାଧିକ ଥର ତ୍ରୁଟି ସୁଧାରା ଯାଇଥିବା ସଙ୍ଗୀତକୁ ପୁଣି ଥରେ ଅନୁଶୀଳନ କରିବାକୁ ଆଉ ଶକ୍ତି ନଥାଏ l ପରିଶେଷରେ ରେହମାନ କୁହନ୍ତି ମୁଁ ଗୀତକୁ ସତ ପ୍ରତିଶତ ଭଲ କରିବାକୁ ଚେଷ୍ଟା କରିଛି ତେଣୁ ଆଉ ଆଶା କରୁଛି ଲୋକ ଏହାକୁ ପସନ୍ଦ କରିବେ l

ଏ. ଆର. ରେହମାନଙ୍କୁ ରାମାୟଣ ଚଳଚିତ୍ରର ଦୁଇଟି ଗୀତ ଉପରେ ସବୁଠାରୁ ଅଧିକ ଆଲୋଚନାର ସାମ୍ନା କରିବାକୁ ପଡିଛି l ପ୍ରଥମ ରାବଣ ତାଣ୍ଡବ ଏବଂ ଦୁତୀୟରେ ମଙ୍ଗଲ ରଙ୍ଗ l ରାବଣ ତାଣ୍ଡବ ସମୟରେ କୁହାଗଲା କି ରହମାନ ତାଙ୍କ ପୁରୁଣା କମ୍ପୋଜକୁ ପୁଣି ଥରେ ଦୋହରାଇ ଛନ୍ତି l ଅନ୍ୟପଟେ ମଙ୍ଗଲ ରଙ୍ଗରେ ମଧ୍ୟ ଅନ୍ୟଗୀତର କପି କରାଯାଇଥିବା ନେଇ ଚର୍ଚ୍ଚା କରାଯାଉଛି l କୁହାଯାଉଛି ମଙ୍ଗଲ ରଙ୍ଗର ଧୁନ ରକ ଷ୍ଟାର ଚଳଚିତ୍ରର ''କୁନ ଫୟ କୁନ କାବାଲି'' ସହିତ ମେଳଖାଉଛି l

also read- Ranbir Kapoor-Alia Bhatt: ୩ଟି ସିଂହ ସାମ୍ନାରେ ଆଲିଆଙ୍କୁ ପ୍ରପୋଜ କରିଥିଲେ ରଣବୀର, ସାହାସ ଦେଖି ଆଶ୍ଚର୍ଯ୍ୟ ହୋଇଗଲେ ଅମିତାଭ

କେବଳ ଏତିକି ନୁହେଁ ଲୋକେ ୨୬ ବର୍ଷ ପୁରୁଣା ଧୁନକୁ ଖୋଜି ପାଇଛନ୍ତି ଯାହା ମଙ୍ଗଲ ରଙ୍ଗର ଧୁନ ସହିତ ଶୁଣିବାକୁ ସମାନ l ତେବେ ଯେଉଁ ସବୁ ମିଉଜିକରୂ ଏହି ଗୀତ କପି ହୋଇଛି ବୋଲି ଚର୍ଚ୍ଚା ହେଉଛି ସେହି ସବୁ ଗୀତର ମିଉଜିକ କାମ୍ପୋଜାର ହେଉଛନ୍ତି ଖୋଦ ଏ. ଆର. ରେହମାନ l ଏହି ଦୁଇଟି ଗୀତ ସୋସିଆଲ ପ୍ଲାଟଫର୍ମରେ ଆସିଲା ପାରେ ଅନେକ କଣ୍ଟେଣ୍ଟ କ୍ରିଏଟର ଗୀତରେ ଥିବା ତ୍ରୁଟିକୁ ନେଇ କଣ୍ଟେଣ୍ଟ ପ୍ରସ୍ତୁତ କରୁଛନ୍ତି ଆଉ ସାମାଜିକ ଗଣମାଧ୍ୟମରେ ସେୟାର କରୁଛନ୍ତି l ତେବେ ଆଗାମୀ ନଭେମ୍ବର ୫ ରେ ବହୁ ପ୍ରତିକ୍ଷିତ ଭାରତୀୟ ଏପିକ ଚଳଚିତ୍ର ରାମାୟଣ ପୁର୍ଣ ପ୍ରେକ୍ଷାଳୟରେ ମୁକ୍ତିଲାଭ କରିବାକୁ ଥିବା ବେଳେ ସିନେମାର ଗୀତକୁ ନେଇ ଚାଲିଥିବା ଚର୍ଚ୍ଚା ସିନେମାର ଲୋକପ୍ରିୟତା ଉପରେ ପ୍ରଭାବ ପକାଇ ପାରେ l ଏଯାବତ ଏହି ବାବଦରେ ସିନେମାର ପ୍ରଯୋଜକ କିମ୍ବା ନିର୍ଦ୍ଧେଶକ କୌଣସି ମତ ପୋଷଣ କରିନାହାନ୍ତି l