ନୂଆଦିଲ୍ଲୀ: ସାମାଜିକ ଗଣମାଧ୍ୟମରେ ସରକାରଙ୍କୁ କଡା ସମାଲୋଚନା କଲେ ବରିଷ୍ଠ ଅଭିନେତା ନସିରୁଦ୍ଦିନ ଶାହ I କହିଲେ ''ମେ ଗର୍ବିତ ଦିମାଗୀ ନକ୍ସଲ ହୁ '' ,ଦିଲ୍ଲୀର ଜାମିଆ ମିଲିଆ ଇସଲାମିଆ ବିଶ୍ୱବିଦ୍ୟାଳୟରେ ଚାଲିଥିବା ଛାତ୍ର ଆନ୍ଦୋଳନକୁ ନେଇ ଅଭିନେତା ନସିରୁଦ୍ଦିନ ଶାହ ପ୍ରତିକ୍ରିୟା ପ୍ରକାଶ କରଛନ୍ତି । ସେ ଦେଶରେ ଚାଲିଥିବା ଛାତ୍ର ଆନ୍ଦୋଳନକୁ ପ୍ରୋତ୍ସାହିତ କରୁଥିବା ବେଳେ ଦେଶର ବର୍ତ୍ତମାନର ଶିକ୍ଷା ବ୍ୟବସ୍ତାକୁ ନେଇ ମଧ୍ୟ ପ୍ରଶ୍ନ ଉଠାଇଛନ୍ତି I ଏକ ଭିଡିଓ ଫେସବୁକ୍ରେ ସେୟାର କରି ସେ ନିଜକୁ ‘ଗର୍ବିତ ଦିମାଗୀ ନକ୍ସଲ’ ବୋଲି ବର୍ଣ୍ଣନା କରିଛନ୍ତି। ଛାତ୍ରମାନଙ୍କ ଆନ୍ଦୋଳନ ପ୍ରତି ସରକାରଙ୍କ ଆଭିମୁଖ୍ୟ ଉପରେ ପ୍ରଶ୍ନ ଉଠାଇବା ସହ ଦେଶର ଶିକ୍ଷା ବ୍ୟବସ୍ଥା ଓ ଗଣତନ୍ତ୍ରର ସ୍ଥିତି ନେଇ ମଧ୍ୟ ସେ ଚିନ୍ତା ପ୍ରକାଶ କରିଛନ୍ତି।

ଜାମିଆ ମିଲିଆ ଇସଲାମିଆରେ ଛାତ୍ରମାନେ ନିର୍ବାଚିତ ଛାତ୍ର ସଂସଦକୁ ପୁନଃସ୍ଥାପନ କରିବା ଦାବିରେ ଆନ୍ଦୋଳନ କରୁଥିବା ବେଳେ ୨୦୦୬ ମସିହାରେ ଏହି ଛାତ୍ର ସଂସଦକୁ ଭଙ୍ଗ କରାଯାଇଥିବା ଦାବି କରାଯାଉଛି। ଛାତ୍ରମାନଙ୍କ କହିବା ଅନୁଯାୟୀ, ନିର୍ବାଚିତ ଛାତ୍ର ପ୍ରତିନିଧି ବ୍ୟବସ୍ଥା ପୁନର୍ବାର ଆରମ୍ଭ ହେବା ଉଚିତ। ବୁଧବାର ସୁଦ୍ଧା ଏହି ଆନ୍ଦୋଳନ ୧୭ ଦିନରେ ପହଞ୍ଚିଥିବା ବେଳେ କ୍ୟାମ୍ପସ୍ରେ ହିଂସା ଓ ଭଙ୍ଗାରୁଜା ଦେଖାଉଥିବା କିଛି ଭିଡିଓ ସୋସିଆଲ ମିଡିଆରେ ପ୍ରସାରିତ ହୋଇଛି।

ALSO READ - ରାମାୟଣ ଚଳଚିତ୍ରର ଗୀତକୁ ନେଇ ବିବାଦରେ ଫସିଲେ ଓସ୍କାର ବିଜେତା ଏ. ଆର. ରେହମାନ

ଅନ୍ୟପକ୍ଷରେ, ଶିକ୍ଷାମନ୍ତ୍ରୀ ପ୍ରହ୍ଲାଦ ଯୋଶୀ ଏହି ଘଟଣାକୁ ନିନ୍ଦା କରିଛନ୍ତି। ସେ କହିଛନ୍ତି, “ଗୁଣ୍ଡାଗର୍ଦ୍ଦିକୁ କୌଣସି ପରିସ୍ଥିତିରେ ସହ୍ୟ କରାଯିବ ନାହିଁ।”ଏଭଳି ସମୟରେ ଅଭିନେତା ନସିରୁଦ୍ଦିନ ଶାହଙ୍କ ଭିଡିଓ ବାର୍ତ୍ତା ପରିସ୍ଥିତିରେ ଉଷ୍ମତା ଆଣିଛି I ନସିରୁଦ୍ଦିନଙ୍କୁ ପ୍ରତିକ୍ରିୟା ଦେବାକୁ ଯାଇ କେନ୍ଦ୍ର ସଂସଦୀୟ ବ୍ୟାପାର ମନ୍ତ୍ରୀ କିରନ ରିଜିଜୁ ଏଭଳି ମନ୍ତବ୍ୟକୁ ଦୃଢ ନିନ୍ଦା କରିଛନ୍ତି I