ନୂଆଦିଲ୍ଲୀ, ୧୩/୦୯ :ହଟିଲେ ହକି ଇଣ୍ଡିଆର ଡାଇରେକ୍ଟର ଜେନେରାଲ କମାଣ୍ଡର ଆରକେ ଶ୍ରୀବାସ୍ତବ । ହକି ଇଣ୍ଡିଆ ବଡ କାର୍ଯ୍ୟାନୁଷ୍ଠାନ ସ୍ୱରୂପ ଆରକେଙ୍କ ହାତରୁ ସମସ୍ତ କ୍ଷମତା ଅପସାରଣ କରିଛି ।

ହକି ଇଣ୍ଡିଆର ଅଧ୍ୟକ୍ଷ ଦିଲୀପ ତିର୍କୀ ନିଜ ଆଇନଜୀବୀଙ୍କ ଜରିଆରେ ଆରକେ ଶ୍ରୀବାସ୍ତବଙ୍କୁ ନୋଟିସ କରିଛନ୍ତି । ଭାରତୀୟ ଦଳର ଜର୍ସି ବିବାଦକୁ ନେଇ ଏହି ନୋଟିସ କରାଯାଇଛି । ଯେଉଁଥିରେଜଣଙ୍କ ବିରୋଧରେ ଗୁରୁତର ଅଭିଯୋଗ ଲାଗିଛି । ଏହି କାର୍ଯ୍ୟାନୁଷ୍ଠାନ ଅନୁଶାସନ ଏବଂ ଉତ୍ତରଦାୟିତ୍ୱକୁ ବଜାୟ ରଖିବା ପାଇଁ ନିଆଯାଇଛି । ନୋଟିସର ଉତ୍ତର ରଖିବାକୁ ମଧ୍ୟସପ୍ତାହର ସମୟ ଦିଆଯାଇଛି । ଏହାପରେ ଅନ୍ୟ କାର୍ଯ୍ଯାନୁଷ୍ଠାନ ଗ୍ରହଣ କରାଯିବ ।

ନୋଟିସରେ ସ୍ପଷ୍ଟ ଭାବେ ଉଲ୍ଲେଖ ଅଛି ଯେ, ତୁରନ୍ତ ହକି ଇଣ୍ଡିଆର ଡିଜିଙ୍କ ସମସ୍ତ ଅଧିକାରୀ ଛିନ୍ନ କରାଯାଉଛି । ଡିଜି ଭାବେ ହକି ଇଣ୍ଡିଆରେ କୌଣସି କାର୍ଯ୍ୟ କିମ୍ବା ଦାୟିତ୍ୱ ନିର୍ବାହ କରିପାରିବେ ନାହିଁ । ଏହା ଅନୁଶାସନକୁ ସୁଦୃଢ କରିବା ପାଇଁ କରାଯାଇଛି । ଆହୁରି ମଧ୍ୟ ନୋଟିସରେ ଶ୍ରୀବାସ୍ତବଙ୍କୁ ସମସ୍ତ ଫାଇଲ ଏବଂ ଡକ୍ୟୁମେଣ୍ଟ ଜମା କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି ।

ସୂଚନାଯୋଗ୍ୟ, ଭାରତୀୟ ହକି ଦଳର ଜର୍ସି ବିବାଦ ପାଇଁ ଏପରି କାର୍ଯ୍ୟାନୁଷ୍ଠାନ ନିଆଯାଇଛି । ପୂର୍ବରୁ ଦଳର ଜର୍ସି ନୀଳ ଥିଲା । ଯାହାକୁ ପରେ ନାରଙ୍ଗୀ କରାଯାଇଥିଲା । ଏହାକୁ ଖେଳପ୍ରେମୀଙ୍କ ସମେତ ଅନେକ ନେତା ଏବଂ ଭେଟେରାନ ବିରୋଧ କରିଥିଲେ । ଅଧ୍ୟକ୍ଷ କିମ୍ବା କାର୍ଯ୍ୟକାରୀ ସମିତିର ବିନା ପରାମର୍ଶରେ ଜର୍ସିର ରଙ୍ଗ ବଦଳ ଭଳି ଗୁରୁତର ଅଭିଯୋଗ ଆସିଥିଲା ।