ଭୁବନେଶ୍ବର ୩।୪: ଟେଟ୍ରା ପ୍ୟାକ୍ ୨୦୧୪ରୁ ଅବକାରୀ ପଲିସିରେ ଅଛି । ଯଦି କୌଣସି ଭେଣ୍ଡର କିମ୍ବା କମ୍ପାନୀ ଚାହିଁବେ ତେବେ ସେମାନେ ଟେଟ୍ରା ପ୍ୟାକ୍ କରିପାରିବେ । ଏଭଳି କିଛି ପ୍ରତିକ୍ରିୟା ରଖିଛନ୍ତି ଅବକାରୀ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ । ମନ୍ତ୍ରୀ ଆହୁରି ମଧ୍ୟ କହିଛନ୍ତି ଯେ, ସେମାନଙ୍କ ପାଖରେ ବିଭିନ୍ନ ପ୍ରକାର ଅପସନ ଅଛି, ସେମାନେ କେଉଁଟାକୁ ଗ୍ରହଣ କରିବେ ତାହା ତାଙ୍କ ଉପରେ ନିର୍ଭର କରେ । ଯିଏ ବ୍ୟବସାୟୀ ତାଙ୍କୁ ବାନ୍ଧିକରି କାମ କରାଯାଏନି । ସରକାର ରେଗୁଲେସନ ପାର୍ଟକୁ ଦେଖନ୍ତି । ଅବୈଧ ବିକ୍ରି ଉପରେ ନଜର ରଖିଥାନ୍ତି । ବିରୋଧୀ ଏହି କଥାକୁ ନେଇ ଜିରାରୁ ଶିରା ବାହାର କରୁଛନ୍ତି, ସେମାନେ ପ୍ରଥମେ ପଲିସିଟିକୁ ଭଲ ଭାବେ ପଢନ୍ତୁ ବୋଲି ଅବକାରୀ ମନ୍ତ୍ରୀ କହିଛନ୍ତି ।

ମନ୍ତ୍ରୀ ଆହୁରି ମଧ୍ୟ କହିଛନ୍ତି, ମଦ ନୀତିରେ ଅଛି ପୁରୀ ବାଦ୍ ଯଦି ଓଡ଼ିଶା ପର୍ଯ୍ୟଟନ ନିଗମ ଚାହିଁବ, ତାହାଲେ ସେମାନେ ବେଳାଭୂମିରେ ମଦ ଦୋକାନ ଖୋଲି ପାରିବେ । ଅନ୍ୟ ରାଜ୍ୟ ଭଳି ମଦ ଦୋକାନ ଖୋଲା ନଯିବାକୁ ନିଷ୍ପତି ଅଛି । ଯଦି ପର୍ଯ୍ୟଟନ ନିଗମ ତଥା ଓଟିଡ଼ିସି ଚାହିଁବ ତେବେ ସେଠାରେ ଲାଇସେନ୍ସ ଦିଆଯିବ । ଅଯଥା ଦ୍ବନ୍ଦ୍ବ ତିଆରି କରିବାର ଆବଶ୍ୟକତା ନାହିଁ ବୋଲି ମନ୍ତ୍ରୀ କହିଛନ୍ତି ।

Also Read:- Digital Census 2027: ୧୫ ବର୍ଷ ପରେ ପ୍ରଥମ ଥର ଡିଜିଟାଲ୍ ସର୍ଭେ, ଜାଣନ୍ତୁ କେଉଁ ୩୩ଟି ପ୍ରଶ୍ନର ଦେବାକୁ ହେବ ଉତ୍ତର

ସେପଟେ ନୂଆ ଅବକାରୀ ନୀତିରେ ଟେଟ୍ରା ପ୍ୟାକ୍ ବ୍ୟବହାର ନେଇ ଆସିଲା ଗାଇଡ଼ଲାଇନ । ଟେଟ୍ରା ପ୍ୟାକ୍ରେ ରହିବ ୬ ସୁରକ୍ଷା ଲେୟାର । କେବଳ ୧୮୦ ମିଲି ପର୍ଯ୍ୟନ୍ତ ମଦ ଟେଟ୍ରା ପ୍ୟାକ୍ରେ ମିଳିବ । ଟେଟ୍ରା ପ୍ୟାକ୍ ତିଆରି କରୁଥିବା ସଂସ୍ଥା Indian institute of packaging କିମ୍ବା ସେଣ୍ଟ୍ରାଲ ଫୁଡ ଟେକ୍ନୋଲୋଜି ରିସର୍ଚ୍ଚ ଇନ୍ଷ୍ଟିଚ୍ୟୁଟର ସାର୍ଟିଫିକେଟ ଥିବା ଦରକାର । ପରିବେଶ ପ୍ରଦୂଷଣ ରୋକିବାକୁ ଟେଟ୍ରା ପ୍ୟାକ୍ରେ ମଦ ବିକିବାକୁ ଏଭଳି ପଦକ୍ଷେପ ନିଆଯାଇଛି ।

ଏହାସହ ପୁରୀ ବେଳାଭୂମିରେ ଖୋଲିବନି ମଦ ଦୋକାନ କିନ୍ତୁ ଅନ୍ୟ ଅଞ୍ଚଳ ବେଳାଭୂମିରେ ମିଳିବ ଅନୁମତି । ମଦ ନୀତିରେ ସରକାର କହିଛନ୍ତି ଯେ, ଓଡ଼ିଶା ପର୍ଯ୍ୟଟନ ଉନ୍ନୟନ ନିଗମ ବା ଓଟିଡିସି ଏବଂ ଭାରତ ପର୍ଯ୍ୟଟନ ଉନ୍ନୟନ ନିଗମ ବା ଆଇଟିଡିସିକୁ ଲାଇସେନ୍ସ ଫି'ର ଅଧା ଦାମରେ ମଦ ଦୋକାନ ଦିଆଯିବ । ଓଟିଡିସିକୁ ଇକୋ-ରିଟ୍ରିଟ୍ ସ୍ଥଳରେ ମଦ ବିକିବାକୁ ଅସ୍ଥାୟୀ ଲାଇସେନ୍ସ ମଧ୍ୟ ପ୍ରଦାନ କରାଯିବ । ଏହାଛଡା ପର୍ଯ୍ୟଟନକୁ ପ୍ରୋତ୍ସାହିତ ବେଳାଭୂମିରେ ମଦ କୁଡିଆ ପାଇଁ ଅନୁମତି ମିଳିବ । ଓଟିଡିସି ସିଧାସଳଖ ମଦ କୁଡିଆ ଖୋଲି ମଦ ବିକ୍ରି କରିପାରିବ ନଚେତ ଆଉ କାହାରିକୁ ଏହି ମଦ କୁଡିଆ ଖୋଲି ଚଳାଇବାର ଦାୟିତ୍ଵ ମଧ୍ୟ ଦେଇ ପାରିବ । ବାର୍ଷିକ ଲାଇସେନ୍ସ ଫି' ୭୫ ହଜାର ଟଙ୍କା ମାତ୍ର ରହିବ । ମଦ କୁଡିଆ ଲାଇସେନ୍ସକୁ ସ୍ବତନ୍ତ୍ର ଭାବରେ 'ଅନ ରେଷ୍ଟୁରାଣ୍ଟ’ ବର୍ଗରେ ନିଆଯିବ । ଏଥିପାଇଁ ଆବଶ୍ୟକ ସମସ୍ତ ଭିଭିଭୂମି ଯଥା ବିଜୁଳି ସଂଯୋଗ, ପାଣି ସଂଯୋଗ, ବର୍ଜ୍ୟ ପରିଚାଳନା ଓଟିଡିସି କରିବ ।

Also Read:- Excise Policy Guidelines: ଅବକାରୀ ବିଭାଗର ନୂଆ ଗାଇଡଲାଇନ୍ : ଏଥିରେ ରହିଛି କ'ଣ ପଢ଼ନ୍ତୁ

ତେବେ ଏ ନେଇ ପ୍ରତିକ୍ରିୟା ରଖି ଅବକାରୀ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ କହିଛନ୍ତି, ଟେଟ୍ରା ପ୍ୟାକ୍ ୨୦୧୪ରୁ ପଲିସିରେ ଅଛି । ଯଦି କୌଣସି ଭେଣ୍ଡର କିମ୍ବା କମ୍ପାନୀ ଚାହିଁବେ ତେବେ ସେମାନେ ଟେଟ୍ରା ପ୍ୟାକ୍ କରିପାରିବେ । ସେମାନଙ୍କ ପାଖରେ ବିଭିନ୍ନ ପ୍ରକାର ଅପସନ ଅଛି, ସେମାନେ କେଉଁଟାକୁ ଗ୍ରହଣ କରିବେ ତାହା ତାଙ୍କ ଉପରେ ନିର୍ଭର କରେ । ଯିଏ ବ୍ୟବସାୟୀ ତାଙ୍କୁ ବାନ୍ଧିକରି କାମ କରାଯାଏନି । ସରକାର ରେଗୁଲେସନ ପାର୍ଟକୁ ଦେଖନ୍ତି । ଅବୈଧ ବିକ୍ରି ଉପରେ ନଜର ରଖିଥାନ୍ତି । ବିରୋଧୀ ଏହି କଥାକୁ ନେଇ ଜିରାରୁ ଶିରା ବାହାର କରୁଛନ୍ତି, ସେମାନେ ପ୍ରଥମେ ପଲିସିଟିକୁ ଭଲ ଭାବେ ପଢନ୍ତୁ ବୋଲି ଅବକାରୀ ମନ୍ତ୍ରୀ କହିଛନ୍ତି ।