ଭୁବନେଶ୍ୱର: ଦୀର୍ଘ ୧୫ ବର୍ଷ ପରେ ସାରା ଦେଶରେ ପୁଣିଥରେ ଜନଗଣନା (Census) ପ୍ରକ୍ରିୟା ଆରମ୍ଭ ହୋଇଛି। ବୁଧବାର ଦିନ ରାଜ୍ୟର ପ୍ରଥମ ନାଗରିକ ତଥା ମହାମହିମ ରାଜ୍ୟପାଳଙ୍କ ବାସଭବନରୁ ଏହି ଐତିହାସିକ ପ୍ରକ୍ରିୟାର ଶୁଭାରମ୍ଭ ହୋଇଛି। ଏଥର ପ୍ରଥମ ଥର ପାଇଁ ସମ୍ପୂର୍ଣ୍ଣ ଡିଜିଟାଲ୍ ପଦ୍ଧତିରେ ଏହି ଜନଗଣନା କରାଯିବ। ପ୍ରଥମ ୧୫ ଦିନ ନାଗରିକମାନେ ନିଜେ ଅନଲାଇନ୍ ମାଧ୍ୟମରେ ସ୍ୱଗଣନା (Self-enumeration) କରିପାରିବେ ଏବଂ ଏପ୍ରିଲ ୧୬ ରୁ ମେ' ୧୫ ତାରିଖ ପର୍ଯ୍ୟନ୍ତ ଗଣନାକାରୀମାନେ ଘରକୁ ଘର ବୁଲି ତଥ୍ୟ ସଂଗ୍ରହ କରିବେ।​​​​​​​​​​​​​

Also Read: Surbhi Jyoti: ଯମଜ ସନ୍ତାନର ମାଆ ହେବ ସୁରଭି ! ପ୍ଲାଣ୍ଟ କଲେ ବେବି ବମ୍ପ

ଦୁଇଟି ପର୍ଯ୍ୟାୟରେ ହେବ ଜନଗଣନା

  •  ପ୍ରଥମ ପର୍ଯ୍ୟାୟ (ସ୍ୱଗଣନା): ଏପ୍ରିଲ୍ ପହିଲାରୁ ଏହି ପ୍ରକ୍ରିୟା ଆରମ୍ଭ ହୋଇଛି। ନାଗରିକମାନେ 'se.census.gov.in' ପୋର୍ଟାଲକୁ ଯାଇ କିମ୍ବା ମୋବାଇଲ୍ ଆପ୍ ମାଧ୍ୟମରେ ନିଜେ ନିଜର ଏବଂ ପରିବାରର ତଥ୍ୟ ଦେଇପାରିବେ। ଏହା ବାଧ୍ୟତାମୂଳକ ନୁହେଁ। ତେବେ ଯେଉଁମାନେ ଅନଲାଇନ୍ରେ ନିଜର ତଥ୍ୟ ପୂରଣ କରିବେ, ସେମାନଙ୍କୁ ଆଉ ଅଫଲାଇନ୍ ଗଣନାରେ ସାମିଲ ହେବାକୁ ପଡ଼ିବ ନାହିଁ। ସେମାନେ କେବଳ ଘରକୁ ଆସିଥିବା ଅଧିକାରୀଙ୍କୁ ନିଜର 'ରେଫରେନ୍ସ ନମ୍ବର' ଦେଖାଇବେ।
  •  ଦ୍ୱିତୀୟ ପର୍ଯ୍ୟାୟ (ଘରକୁ ଘର ବୁଲି ତଥ୍ୟ ସଂଗ୍ରହ): ଏପ୍ରିଲ୍ ୧୬ ତାରିଖରୁ ମେ' ୧୫ ତାରିଖ ପର୍ଯ୍ୟନ୍ତ ଜନଗଣନାକାରୀମାନେ ଘରକୁ ଘର ବୁଲି ତଥ୍ୟ ସଂଗ୍ରହ କରିବେ। ଏହି ସମ୍ପୂର୍ଣ୍ଣ ପ୍ରକ୍ରିୟା ପାଇଁ ରାଜ୍ୟରେ ୧ ଲକ୍ଷ ୨୦ ହଜାରରୁ ଅଧିକ ଶିକ୍ଷକ ଓ କର୍ମଚାରୀଙ୍କୁ ନିୟୋଜିତ କରାଯାଇଛି।

Also Read: Elephant On Road: ବୀର ଦର୍ପରେ ରାଜରାସ୍ତାରେ ଚାଲିଛି ଦନ୍ତା ; ଆଗରେ ବନ ବିଭାଗ, ପଛରେ ପଥଚାରୀ

ନାଗରିକଙ୍କୁ ପଚାରାଯିବ ୩୩ଟି ପ୍ରଶ୍ନ

ଉଭୟ ଅନଲାଇନ୍ ଏବଂ ଅଫଲାଇନ୍ ମାଧ୍ୟମରେ ନାଗରିକମାନଙ୍କୁ ମୋଟ ୩୩ଟି ପ୍ରଶ୍ନର ଉତ୍ତର ଦେବାକୁ ହେବ। ସେଥିମଧ୍ୟରୁ ପ୍ରମୁଖ ବିଷୟଗୁଡ଼ିକ ହେଲା: 

  1. ବିଲଡିଂ ନମ୍ବର?
  2. ସେନସସ୍ ଗୃହ ନମ୍ବର?
  3. ସେନସସ ଗୃହ ଚଟାଣର ପ୍ରଧାନ ଉପାଦାନ ?
  4. ଘରର କାନ୍ଥ କେଉଁଥିରେ ତିଆରି?
  5. ଛାତର ପ୍ରଧାନ ଉପାଦାନ?
  6. ସେନସସ୍ ଘରଟି କେଉଁ କାମରେ ଲାଗୁଛି?
  7. ସେନସସ୍ ଘରର ଅବସ୍ଥା କିପରି ଅଛି?
  8. ପରିବାରର କ୍ରମିକ ସଂଖ୍ୟା
  9. ଗଣନାକାରୀଙ୍କ ଦ୍ୱାରା ପ୍ରଦତ୍ତ
  10. ପରିବାରର ସଦସ୍ୟ ସଂଖ୍ୟା
  11. ପରିବାର ମୁଖ୍ୟଙ୍କ ନାମ?
  12. ପରିବାର ମୁଖ୍ୟଙ୍କ ଲିଙ୍ଗ?
  13. ପରିବାର ମୁଖ୍ୟ ତଫସିଲଭୁକ୍ତ ଜାତି ବା ତଫସିଲଭୁକ୍ତ ଜନଜାତି ବା ଅନ୍ୟାନ୍ୟ?
  14. ସେନସସ୍ ଗୃହର ମାଲିକାନା ସ୍ଵତ୍ତ୍ବ?
  15. ପରିବାର ଦ୍ବାରା ଅଧିକୃତ ବସବାସ କୋଠରୀ ସଂଖ୍ୟା?
  16. ପରିବାରରେ ବିବାହିତ ଦମ୍ପତିଙ୍କ ସଂଖ୍ୟା?
  17. ପାନୀୟ ଜଳର ପ୍ରଧାନ ଉତ୍ସ?
  18. ପାନୀୟ ଜଳ ଉତ୍ସର ସୁବିଧା?
  19. ଆଲୋକର ପ୍ରଧାନ ଉତ୍ସ?
  20. ପାଇଖାନାର ପ୍ରକାର?
  21. ମଇଳା ପାଣି ନିଷ୍କାସନ ବ୍ୟବସ୍ଥା କାହା ସହିତ ସଂଯୁକ୍ତ?
  22. ପରିସର ମଧ୍ୟରେ ଗାଧୋଇବାର ସୁବିଧା?
  23. ରୋଷେଇ ଘର ସୁବିଧା ଏବଂ ଏଲପିଜି/ପିଏନଜି ସଂଯୋଗ?
  24. ରୋଷେଇ ଲାଗି ବ୍ୟବହୃତ ପ୍ରଧାନ ଜାଳେଣି?
  25. ରେଡ଼ିଓ / ଟ୍ରାନଜିଷ୍ଟର ଅଛି କି?
  26. ଟେଲିଭିଜନ ଦେଖିବାର ମାଧ୍ୟମ?
  27. ଇଣ୍ଟରନେଟ୍ ସୁବିଧା ଅଛି?
  28. ଲାପଟପ୍/କମ୍ପ୍ୟୁଟର ଅଛି କି?
  29. ଟେଲିଫୋନ୍/ମୋବାଇଲ୍ ଫୋନ୍/ସ୍ମାର୍ଟଫୋନ୍ ବ୍ୟବହାର କରନ୍ତି କି?
  30. ବାଇସାଇକେଲ ଏବଂ ସ୍କୁଟର /ମୋଟର ବାଇସାଇକେଲ /ମୋପେଡ୍ ଅଛି କି?
  31. କାର/ଜିପ/ଭ୍ୟାନ ଅଛି କି?
  32. ପରିବାରରେ ବ୍ୟବହୃତ ପ୍ରଧାନ ଖାଦ୍ୟ ଶସ୍ୟ କ?
  33. ମୋବାଇଲ ନମ୍ବର?

​​​​​​​​​​​​​​Also Read: UPSC Topper News : UPSCରେ AIR-2 , ରାଜେଶ୍ୱରୀ ସୁଭେଙ୍କ ପସନ୍ଦ ନୁହେଁ IAS , ସେ କାହିଁକି ଚାହାନ୍ତି କିଛି ଭିନ୍ନ?

ଆରଟିଆଇ (RTI) ପରିସରଭୁକ୍ତ ହେବନି ତଥ୍ୟ, ସମ୍ପୂର୍ଣ୍ଣ ସୁରକ୍ଷିତ ରହିବ ଗୋପନୀୟତା

ଏଥର ହେବାକୁ ଥିବା ଡିଜିଟାଲ୍ ଜନଗଣନାରେ କେବଳ ଜନସଂଖ୍ୟା ନୁହେଁ, ବରଂ ନାଗରିକଙ୍କ ଆର୍ଥିକ, ସାମାଜିକ ତଥା ଆବାସିକ ସ୍ଥିତିର ବିସ୍ତୃତ ଆକଳନ କରାଯିବ। ଜନଗଣନା ନିର୍ଦ୍ଦେଶକ ସ୍ପଷ୍ଟ କରିଛନ୍ତି ଯେ, ଏହି ସମୟରେ ନାଗରିକମାନେ ଦେଉଥିବା ପ୍ରତିଟି ତଥ୍ୟ ସମ୍ପୂର୍ଣ୍ଣ ଗୋପନୀୟ ରହିବ ଏବଂ ଏହାକୁ 'ସୂଚନା ଅଧିକାର ଆଇନ' ପରିସରରୁ ବାଦ୍ ଦିଆଯାଇଛି।

ଅନ୍ୟପକ୍ଷରେ, ବିଭିନ୍ନ ରାଜ୍ୟରେ ନିର୍ବାଚନ ଥିବାରୁ ଭୋଟର ତାଲିକା ସଂଶୋଧନ ସମ୍ପର୍କିତ ଏସ୍ଆଇଆର୍ (SIR) ପ୍ରକ୍ରିୟାକୁ ଏବେ ପାଇଁ ସ୍ଥଗିତ ରଖାଯାଇଛି ଏବଂ ଏହାକୁ ଜନଗଣନା ପ୍ରକ୍ରିୟାରେ ସାମିଲ କରାଯିବ ନାହିଁ। ଏକ ବିକଶିତ ଦେଶ ଗଠନ ଲକ୍ଷ୍ୟରେ ଗଣନାକାରୀ ଅଧିକାରୀମାନଙ୍କୁ ସଠିକ୍ ଓ ନିର୍ଭୁଲ ତଥ୍ୟ ଦେବାକୁ ରାଜ୍ୟ ଜନଗଣନା ନିର୍ଦ୍ଦେଶକ ସାଧାରଣ ଜନତାଙ୍କୁ ଅନୁରୋଧ କରିଛନ୍ତି।