​​​​​​​ମେଷ- କର୍ମକ୍ଷେତ୍ରରେ କାମର ଚାପ ଅନୁଭବ କରିପାରନ୍ତି। ଅଟକିଥିବା କାମକୁ ଧୈର୍ଯ୍ୟର ସହିତ ଆଗକୁ ବଢ଼ାନ୍ତୁ। ଆର୍ଥିକ କାରବାରରେ ସତର୍କ ରୁହନ୍ତୁ। ପରିବାରରେ କୌଣସି କଥାକୁ ନେଇ ମତଭେଦ ହୋଇପାରେ। ଅନାବଶ୍ୟକ ଖର୍ଚ୍ଚରୁ ଦୂରେଇ ରହିଲେ ଭଲ। ସ୍ୱାସ୍ଥ୍ୟ ପ୍ରତି ଯତ୍ନବାନ ହୁଅନ୍ତୁ।

ବୃଷ- ଆୟ ବୃଦ୍ଧି ପାଇଁ ନୂଆ ସୁଯୋଗ ମିଳିପାରେ। ବନ୍ଧୁବାନ୍ଧବଙ୍କ ସହଯୋଗରେ ଅଟକିଥିବା କାମ ସମ୍ପନ୍ନ ହେବାର ଆଶା ରହିଛି। ବ୍ୟବସାୟରେ ନୂଆ ଯୋଜନା କରିପାରନ୍ତି। ଦାମ୍ପତ୍ୟ ଜୀବନରେ ବୁଝାମଣା ବଢ଼ିବ। ପୁରୁଣା ବନ୍ଧୁଙ୍କ ସହ ସାକ୍ଷାତ ହୋଇପାରେ। ନିବେଶ ପୂର୍ବରୁ ଭଲଭାବେ ବିଚାର କରନ୍ତୁ।

ମିଥୁନ- କର୍ମକ୍ଷେତ୍ରରେ ନିଜର ଦକ୍ଷତା ପ୍ରମାଣ କରିବାର ସୁଯୋଗ ମିଳିପାରେ। ଉଚ୍ଚପଦସ୍ଥ ବ୍ୟକ୍ତିଙ୍କ ସହ ଆଲୋଚନାରୁ ଲାଭ ମିଳିବ। ନୂଆ କାମ ଆରମ୍ଭ କରିବା ପୂର୍ବରୁ ଯୋଜନା ପ୍ରସ୍ତୁତ କରନ୍ତୁ। ଆର୍ଥିକ କ୍ଷେତ୍ରରେ ମଧ୍ୟମ ଫଳ ମିଳିବ। ପରିବାରରେ ଦାୟିତ୍ୱ ବଢ଼ିପାରେ। ମାନସିକ ଚାପରୁ ଦୂରେଇ ରହନ୍ତୁ।

କର୍କଟ- ଭାଗ୍ୟର ସହଯୋଗରେ କେତେକ କାମରେ ସଫଳତା ମିଳିପାରେ। ଧାର୍ମିକ କାର୍ଯ୍ୟ ଓ ଆଧ୍ୟାତ୍ମିକ ଚିନ୍ତା ପ୍ରତି ଆଗ୍ରହ ବଢ଼ିବ। ଚାକିରିରେ ନୂଆ ଦାୟିତ୍ୱ ମିଳିପାରେ। ଉଚ୍ଚଶିକ୍ଷାର୍ଥୀଙ୍କ ପାଇଁ ଦିନଟି ଉତ୍ସାହଜନକ ରହିବ। ଅନାବଶ୍ୟକ ବିତର୍କରୁ ଦୂରେଇ ରହନ୍ତୁ। ବଡ଼ ଆର୍ଥିକ ନିଷ୍ପତ୍ତି ନେବାରେ ତରବର ହୁଅନ୍ତୁ ନାହିଁ।

ସିଂହ- ଆର୍ଥିକ କାରବାରରେ ସତର୍କତା ଅବଲମ୍ବନ କରିବା ଆବଶ୍ୟକ। ପୁରୁଣା ଦେଣାପାଉଣାକୁ ନେଇ ଚିନ୍ତା ବଢ଼ିପାରେ। କର୍ମକ୍ଷେତ୍ରରେ ସହକର୍ମୀଙ୍କ ସହ ମିଳିମିଶି କାମ କରନ୍ତୁ। ପରିବାରର ବରିଷ୍ଠ ସଦସ୍ୟଙ୍କ ପରାମର୍ଶ ଉପକାରରେ ଆସିବ। ନୂଆ ନିବେଶ କରିବା ପୂର୍ବରୁ ଲାଭକ୍ଷତି ବିଚାର କରନ୍ତୁ। ମନକୁ ଶାନ୍ତ ରଖନ୍ତୁ।

କନ୍ୟା- ଦାମ୍ପତ୍ୟ ଜୀବନରେ ମଧୁରତା ବଢ଼ିବ। ବ୍ୟବସାୟରେ ସହଭାଗୀଙ୍କ ସହଯୋଗ ମିଳିପାରେ। ନୂଆ ସମ୍ପର୍କ ସ୍ଥାପନ ଦ୍ୱାରା ଭବିଷ୍ୟତରେ ଲାଭର ସୁଯୋଗ ସୃଷ୍ଟି ହେବ। ଚାକିରିରେ ନିଜର କାର୍ଯ୍ୟଦକ୍ଷତା ପାଇଁ ପ୍ରଶଂସା ପାଇପାରନ୍ତି। ଛାତ୍ରଛାତ୍ରୀ ପଢ଼ାରେ ମନୋନିବେଶ କରନ୍ତୁ। ସ୍ୱାସ୍ଥ୍ୟ ଓ ବିଶ୍ରାମ ପ୍ରତି ଧ୍ୟାନ ଦିଅନ୍ତୁ।

ତୁଳା- କାର୍ଯ୍ୟକ୍ଷେତ୍ରରେ ଉନ୍ନତିର ସମ୍ଭାବନା ରହିଛି। ଅଧାପନ୍ତରିଆ କାମଗୁଡ଼ିକୁ ସମ୍ପନ୍ନ କରିବାରେ ସଫଳ ହୋଇପାରନ୍ତି। ଆର୍ଥିକ ଦିଗରେ ସଞ୍ଚୟ ବଢ଼ାଇବାର ସୁଯୋଗ ମିଳିବ। ପରିବାରରେ ସୁଖଶାନ୍ତି ରହିବ। ଜୀବନସାଥୀଙ୍କ ସହ ଭଲ ବୁଝାମଣା ରହିବ। ନିଜର ଦକ୍ଷତା ଓ ଅନୁଭବକୁ ଉପଯୋଗ କରି ନୂଆ ସଫଳତା ପାଇବାକୁ ଚେଷ୍ଟା କରନ୍ତୁ।

ବିଛା- ନିଜର ପ୍ରତିଭା ପ୍ରଦର୍ଶନ କରିବାର ସୁଯୋଗ ମିଳିବ। ଶିକ୍ଷା ଓ ସୃଜନଶୀଳ କାର୍ଯ୍ୟରେ ଆଗ୍ରହ ବଢ଼ିବ। ପ୍ରେମ ସମ୍ପର୍କରେ ମଧୁରତା ରହିବ। ସନ୍ତାନଙ୍କ ଉନ୍ନତି ନେଇ ଖୁସି ଖବର ମିଳିପାରେ। କୌଣସି ନୂଆ ଯୋଜନାରେ ଅର୍ଥ ଲଗାଇବା ପୂର୍ବରୁ ଭଲଭାବେ ବିଚାର କରନ୍ତୁ। ଭାବପ୍ରବଣତାରେ ନିଷ୍ପତ୍ତି ନିଅନ୍ତୁ ନାହିଁ।

ଧନୁ- ପାରିବାରିକ କାର୍ଯ୍ୟରେ ବ୍ୟସ୍ତତା ବଢ଼ିପାରେ। ଘରର ବରିଷ୍ଠ ସଦସ୍ୟଙ୍କ ସହ ସମୟ ବିତାଇବାର ସୁଯୋଗ ମିଳିବ। ଘର ଓ ଜମି ସମ୍ପର୍କିତ କାମରେ ଧୈର୍ଯ୍ୟ ରଖନ୍ତୁ। କର୍ମକ୍ଷେତ୍ରରେ ନିଜର ଦାୟିତ୍ୱକୁ ଗୁରୁତ୍ୱ ଦିଅନ୍ତୁ। ମନରେ ଥିବା ଚିନ୍ତାକୁ ନିଜ ଲୋକଙ୍କ ସହ ବାଣ୍ଟିଲେ ଆଶ୍ୱସ୍ତି ମିଳିବ। ଯାତ୍ରା ସମୟରେ ସତର୍କ ରୁହନ୍ତୁ।

ମକର- ଯୋଗାଯୋଗ ଓ ନିଜର ଉଦ୍ୟମ ଦ୍ୱାରା କାମରେ ଅଗ୍ରଗତି ହେବ। ଭାଇଭଉଣୀଙ୍କ ସହଯୋଗ ମିଳିପାରେ। ବ୍ୟବସାୟୀମାନେ ନୂଆ ଗ୍ରାହକଙ୍କ ସହ ସମ୍ପର୍କ ସ୍ଥାପନ କରିପାରନ୍ତି। ଛୋଟ ଯାତ୍ରାରୁ ଲାଭ ମିଳିବାର ସମ୍ଭାବନା ରହିଛି। କଥାବାର୍ତ୍ତାରେ ସଂଯମ ରଖନ୍ତୁ। ନିଜର ଯୋଜନାକୁ ସଫଳ କରିବା ପାଇଁ ନିୟମିତ ପରିଶ୍ରମ କରନ୍ତୁ।

କୁମ୍ଭ- ଆର୍ଥିକ କ୍ଷେତ୍ରରେ ଆୟ ଓ ବ୍ୟୟ ମଧ୍ୟରେ ସନ୍ତୁଳନ ରଖିବା ଆବଶ୍ୟକ। ପରିବାର ପାଇଁ କିଛି ଖର୍ଚ୍ଚ କରିପାରନ୍ତି। କର୍ମକ୍ଷେତ୍ରରେ ନୂଆ ଦାୟିତ୍ୱ ମିଳିବାର ସମ୍ଭାବନା ରହିଛି। ଅଟକିଥିବା ଅର୍ଥ ଫେରିପାଇବା ପାଇଁ ଉଦ୍ୟମ କରିପାରନ୍ତି। କଥାବାର୍ତ୍ତା ସମୟରେ ଧୈର୍ଯ୍ୟ ରଖନ୍ତୁ। ଅନାବଶ୍ୟକ କିଣାକିଣିରୁ ଦୂରେଇ ରହିଲେ ଆର୍ଥିକ ସ୍ଥିତି ସୁଦୃଢ଼ ହେବ।

ମୀନ- ଆତ୍ମବିଶ୍ୱାସ ବଢ଼ିବା ସହ ନିଜ କାମକୁ ନୂଆ ଢଙ୍ଗରେ କରିବାର ଆଗ୍ରହ ଜାଗ୍ରତ ହେବ। ବ୍ୟବସାୟ ଓ ଚାକିରିରେ ନିଜର ଯୋଜନାକୁ ଆଗକୁ ବଢ଼ାଇପାରନ୍ତି। ସୃଜନଶୀଳ କାର୍ଯ୍ୟରେ ସଫଳତା ମିଳିପାରେ। ପରିବାରରେ ଆନନ୍ଦମୟ ପରିବେଶ ରହିବ। ଆର୍ଥିକ ନିଷ୍ପତ୍ତି ନେବାବେଳେ ଦୂରଦୃଷ୍ଟି ରଖନ୍ତୁ। ନିଜ ସ୍ୱାସ୍ଥ୍ୟ ଓ ମାନସିକ ଶାନ୍ତିକୁ ଗୁରୁତ୍ୱ ଦିଅନ୍ତୁ।

ଜ୍ୟୋତିର୍ବିଦ୍ ଶ୍ରୀ ସିଦ୍ଧାର୍ଥ ଶେଖର ନାୟକ

ଯୋଗାଯୋଗ – 8249826682