ନୂଆଦିଲ୍ଲୀ, ୨୩/୧୦:ନ୍ୟୁଜିଲାଣ୍ଡ ବିପକ୍ଷ୫ଟିକିଆ ଟି୨୦ସିରିଜର ପ୍ରଥମ ମୁକାବିଲାକୁ ଜିତି ନେଇଛି ଭାରତ । ମୁକାବିଲାରେ ଭାରତୀୟ ବ୍ୟାଟର ଦମଦାର୍ ପ୍ରଦର୍ଶନ କରିତିଲେ । ପ୍ରଥମେ ବ୍ୟାଟିଂ କରି ନ୍ୟୁଜିଲାଣ୍ଡ୮ଓ୍ୱିକେଟ୍ ହରାଇ୨୨୫ରନ୍ କରିଥିଲା । ଇନିଂସରେ ଭାରତର୫ଜଣ ବୋଲର୪୦ବା ଏହାଠୁ ଅଧିକ ରନ୍ ବ୍ୟୟ କରିଥିଲେ ।

ଟି୨୦ମୁକାବିଲାରେ ଏପରି ପ୍ରଥମ ଥର ହୋଇଛି ଯେତେବେଳେ ୫ ଭାରତୀୟ ବୋଲର ଗୋଟିଏ ଇନିଂସରେ ୪୦ ବା ଏହାଠୁ ଅଧିକ ରନ୍ ବ୍ୟୟ କରିଛନ୍ତି । ମ୍ୟାଚରେ ଅକ୍ଷର ପଟେଲ ୪ ଓଭର ବୋଲିଂ କରି ୫୧ ରନ୍ ଦେଇଥିଲେ । ଭୁବନେଶ୍ୱର କୁମାର ମଧ୍ୟ ୪୯ ରନ୍ ବ୍ୟୟ କରିଥିଲେ । ସେହିପରି ଅର୍ଶଦୀପ ସିଂ୪୫, ମୟଙ୍କ ଯାଦବ ଏବଂ ନୀତିଶ ରେଡ୍ଡି ୪୦ରନ୍ ଲେଖାଏଁ ବ୍ୟୟ କରିଥିଲେ ।\

Also Read :- Amitabh Bachchan: ବିଗ୍ ବିଙ୍କ ପୋଷ୍ଟକୁ ନେଇ ବଢିଲା ଚିନ୍ତା, କହିଲେ-‘ମୁଁ ଏବେ କିଛି ଲେଖିବା ସ୍ଥିତିରେ ନାହିଁ’…

ଭୁବନେଶ୍ୱର ପ୍ରାୟ୪ବର୍ଷ ପରେ ଅନ୍ତର୍ଜାତୀୟ ମୁକାବିଲା ଖେଳିଥିଲେ । କିନ୍ତୁ ସେପରି କିଛି ଖାସ୍ କରିପାରିନଥିଲେ । ଜସପ୍ରିତ ବୁମରାଙ୍କ ଅନୁପସ୍ଥିତି ସ୍ପଷ୍ଟ ଭାବେ ବାରି ହୋଇ ପଡୁଥିଲା । ଭାରତୀୟ ବୋଲର ପ୍ରଭାବହୀନ ଏବଂ ଦିଗହରା ହୋଇଯାଇଥିଲେ ।

ହାଗଲେ ଓଭାଲରେ ପ୍ରଥମେ ବ୍ୟାଟିଂ କରି ନ୍ୟୁଜିଲାଣ୍ଡ ୨୨୫ ରନର ବିଶାଳ ସ୍କୋର ଛିଡ଼ା କରିଥିଲା। କିଓ୍ଵି ମାଟିରେ ସବୁଠାରୁ ବଡ଼ ସଫଳ ରନ୍ ଚେଜ୍ କରି ଇତିହାସ ରଚିବାକୁ ଥିବା ଭାରତକୁ ସଞ୍ଜୁ ସାମସନ୍ ଓ ଅଭିଷେକ ଶର୍ମା ଦ୍ରୁତ ଆରମ୍ଭ ଦେଇଥିଲେ। ଦୁହେଁ ମାତ୍ର ୫.୫ ଓଭରରେ ୯୩ ରନର ଭାଗିଦାରୀ ଗଢ଼ି ବିପକ୍ଷ ବୋଲରଙ୍କୁ ପ୍ରହାର କରିଥିଲେ।

ତେବେ ପ୍ରଥମ ୱିକେଟ୍ ପତନ ପରେ ମ୍ୟାଜିକ୍ ଫର୍ମରେ ଥିବା ଇଶାନ କିଷନଙ୍କୁ ୩ ନମ୍ବରରେ ନପଠାଇ ତିଲକ ବର୍ମାଙ୍କୁ ପ୍ରମୋଟ୍ କରାଯାଇଥିଲା। ଗତ କିଛି ଦିନ ହେବ ଧୀମା ବ୍ୟାଟିଂ ପାଇଁ ସମାଲୋଚିତ ହେଉଥିବା ତିଲକଙ୍କୁ ଆଗୁଆ ବ୍ୟାଟିଂ ଦେବା ନିଷ୍ପତ୍ତି ସମ୍ପୂର୍ଣ୍ଣ ଓଲଟା ପଡ଼ିଥିଲା।

ମ୍ୟାଚ୍ ସମ୍ପୂର୍ଣ୍ଣ ଭାବେ ନ୍ୟୁଜିଲାଣ୍ଡ କବଜାକୁ ଚାଲିଯାଇଥିବା ସମୟରେ ଶେଷଭାଗରେ କ୍ରିଜ୍କୁ ଆସିଥିଲେ ନମନ ଧୀର। ସେ ନ୍ୟୁଜିଲାଣ୍ଡ ବୋଲିଂ ଆକ୍ରମଣକୁ ଚାପରେ ପକାଇ ମାତ୍ର ୧୫ଟି ବଲରୁ ୫ଟି ଚୌକା ଓ ୨ଟି ଛକା ସହାୟତାରେ ଅପରାଜିତ ୪୨ ରନର ବିସ୍ଫୋରକ ଇନିଂସ ଖେଳିଥିଲେ।

ତାଙ୍କର ଏହି ନିର୍ଭୟ ବ୍ୟାଟିଂ ବଳରେ ଭାରତ ୨ ବଲ୍ ବାକି ଥାଇ ୨୨୬ ରନର ସଫଳ ରନ୍ ଚେଜ୍ କରିବାରେ ସମର୍ଥ ହୋଇଛି। ଗମ୍ଭୀର-ଶ୍ରେୟସଙ୍କ ନିଷ୍ପତ୍ତି ଯୋଗୁଁ ସିରିଜର ପ୍ରଥମ ମ୍ୟାଚରେ ହାରିବାର ଯେଉଁ ଆଶଙ୍କା ଦେଖାଦେଇଥିଲା, ତାହାକୁ ନମନ ନିଜ ବ୍ୟାଟିଂ ବଳରେ ଏକାକୀ ଟାଳି ଦେଇଥିଲେ ।