ମୁମ୍ବାଇ ୨୩।୧୦ : ବୈଭବ ସୂର୍ଯ୍ୟବଂଶୀଙ୍କ ପାଇଁ ଆସିପାରେ ବଡ଼ ସୁଯୋଗ । ଦୀର୍ଘ ଦିନ ହେବ ପ୍ଲେଇଙ୍ଗ ଇଲେଭନରେ ହୋଇପାରୁନଥିଲା ଚୟନ । ଏବେ ତାଙ୍କ ପାଇଁ ଆସିଛି ସୁଯୋଗ । ଶନିବାର ଖେଳାଯିବାକୁ ଥିବା ନ୍ୟୁଜିଲାଣ୍ଡ ବିପକ୍ଷ ୨ୟ ଟି-୨୦ ମ୍ୟାଚରେ ଖେଳିପାରନ୍ତି । ଏନେଇ କୌଣସି ସ୍ପଷ୍ଟ ସୂଚନା ମିଳିନାହିଁ ।

ଶନିବାର (ଅକ୍ଟୋବର ୨୪) ରେ ଭାରତ-ନ୍ୟୁଜିଲାଣ୍ଡ ମଧ୍ୟରେ ୨ୟ ଟି-୨୦ ମ୍ୟାଚ୍ ଖେଳାଯିବ । ନ୍ୟୁଜିଲାଣ୍ଡ କ୍ରିଷ୍ଟଚର୍ଚ୍ଚ ଷ୍ଟା଼ଡିୟମ୍ରେ ଖେଳାଯିବ ୨ୟ ଟି-୨୦ ମ୍ୟାଚ୍ । ଏହି ମ୍ୟାଚ୍ ପୂର୍ବରୁ ଟିମ୍ ଇଣ୍ଡିଆକୁ ଲାଗିଛି ଜୋରଦାର ଝଟ୍କା । ଟିମ ଇଣ୍ଡିଆର ଷ୍ଟାର ବ୍ୟାଟସମ୍ୟାନ୍ ଇଶାନ କିଷାନ ଆହତ ଜନିତ ସମସ୍ୟା ଶିକାର ହୋଇଛନ୍ତି । ଯାହାଫଳରେ ଆଗାମୀ ମ୍ୟାଚରୁ ତାଙ୍କୁ ବାଦ୍ ଦିଆଯାଇଛି । ଏନେଇ ଭାରତୀୟ କ୍ରିକେଟ୍ ବୋର୍ଡ ପକ୍ଷରୁ ସୂଚନା ଦିଆଯାଇଛି ।

Also Read:-ମାଡ଼ି ଆସୁଥିଲା ଡ୍ରାଗନ ସେନା, ଅଟକାଇଲେ ଭାରତୀୟ ଯବାନ...ଅରୁଣାଚଳ ପ୍ରଦେଶରେ ଭୟଙ୍କର ସଂଘର୍ଷ

ବୋର୍ଡ ଜାରି କରିଥିବା ସୂଚନା ଅନୁସାରେ, ଓ୍ୱିକେଟ୍ କିପର ବ୍ୟାଟସମ୍ୟାନ୍ ଇଶାନ କିଷାନ ୨ୟ ଟି-୨୦ ମ୍ୟାଚରୁ ଆହତ ସମସ୍ୟା ଲାଗି ବାଦ୍ ପଡିଛନ୍ତି । ଅଭ୍ୟାସ ସମୟରେ ଡାହାଣ ଗୋଡ଼ରେ ଆଘାତ ଲାଗିଥିଲା । ମେଡିକାଲ ଟିମଙ୍କ ପରୀକ୍ଷଣ ପରେ ଇଶାନଙ୍କୁ ବିଶ୍ରାମ ଦରକାର । ତେଣୁ ଆଗାମୀ ମ୍ୟାଚରୁ ତାଙ୍କୁ ବାଦ୍ ଦିଆଯାଇଛି । 

ତେବେ ଇଶାନଙ୍କୁ ବିଶ୍ରାମ ପରେ ତାଙ୍କ ସ୍ଥାନରେ କିଏ ଖେଳିବ । ସେନେଇ ଚର୍ଚ୍ଚା ଜୋର ଧରିଛି । ହେଲେ ଏସବୁ ଭିତରେ ଗୋଟିଏ ନାଁ ବହୁତ ଆଗରେ ରହିଛି । ୧୫ ବର୍ଷୀୟ ଯୁବ ବ୍ୟାଟର ବୈଭବ ସୂର୍ଯ୍ୟବଂଶୀ ଟିମ୍‌ରେ ସାମିଲ ହେବା ନେଇ ଆଲୋଚନା ଚାଲିଛି । କୋଚ କିମ୍ବା ବୋର୍ଡ ପକ୍ଷରୁ  ଇଶାନଙ୍କ ସ୍ଥାନରେ କିଏ ଖେଳିବ । ସେନେଇ ସ୍ପଷ୍ଟ ସୂଚନା ଦେଇନାହାନ୍ତି । ଶନିବାର ମ୍ୟାଚ୍‌ ପୂର୍ବରୁ ସ୍ପଷ୍ଟ ହୋଇଯିବ କି , କିଏ ଖେଳିବ ଇଶାନଙ୍କ ସ୍ଥାନରେ ।