ମେଷ- କର୍ମକ୍ଷେତ୍ରରେ ନୂଆ ସୁଯୋଗ ମିଳିପାରେ। ଆୟ ବୃଦ୍ଧି ପାଇଁ ଯୋଜନା କରିବେ। ଅଟକିଥିବା କାମ ଧୀରେ ଧୀରେ ଆଗକୁ ବଢ଼ିବ। ପରିବାରରେ ଶାନ୍ତି ବଜାୟ ରହିବ। ଅଯଥା ଖର୍ଚ୍ଚ ଓ ତରବରିଆ ନିଷ୍ପତ୍ତିରୁ ଦୂରେଇ ରୁହନ୍ତୁ।

ବୃଷ- ଆର୍ଥିକ କାର୍ଯ୍ୟରେ ସତର୍କ ରହିବା ଆବଶ୍ୟକ। ବ୍ୟବସାୟରେ ଲାଭ ମିଳିଲେ ମଧ୍ୟ ଖର୍ଚ୍ଚ ବଢ଼ିପାରେ। କର୍ମକ୍ଷେତ୍ରରେ ସହକର୍ମୀଙ୍କ ସହ ମତଭେଦ ହୋଇପାରେ। ପରିବାରର ବୟସ୍କଙ୍କ ପରାମର୍ଶ ଉପକାରୀ ହେବ। ସ୍ୱାସ୍ଥ୍ୟ ଓ ଖାଦ୍ୟପେୟ ପ୍ରତି ଧ୍ୟାନ ଦିଅନ୍ତୁ।

ମିଥୁନ- ଦିନଟି ଅନୁକୂଳ ରହିପାରେ। ନୂଆ ଲୋକଙ୍କ ସହ ସମ୍ପର୍କ ବଢ଼ିବ। ବ୍ୟବସାୟରେ ନୂଆ ଯୋଜନା କରିବାକୁ ସୁଯୋଗ ମିଳିବ। ଚାକିରିରେ ଦାୟିତ୍ୱ ବଢ଼ିପାରେ। ଦାମ୍ପତ୍ୟ ଜୀବନରେ ସହଯୋଗ ମିଳିବ। ଅଧିକ ଆତ୍ମବିଶ୍ୱାସରେ ଭୁଲ ନିଷ୍ପତ୍ତି ନିଅନ୍ତୁ ନାହିଁ।

କର୍କଟ- କାର୍ଯ୍ୟକ୍ଷେତ୍ରରେ କିଛି ବାଧା ଆସିପାରେ। ଅଧିକ ପରିଶ୍ରମ ପରେ ସଫଳତା ମିଳିବ। ଅର୍ଥ କାରବାରରେ ସାବଧାନ ରୁହନ୍ତୁ। ପରିବାରର କୌଣସି କଥାକୁ ନେଇ ମନ ଅଶାନ୍ତ ହୋଇପାରେ। ନିଜ କଥା ଓ ବ୍ୟବହାର ଉପରେ ସଂଯମ ରଖନ୍ତୁ। ବିଶ୍ରାମ ପାଇଁ ସମୟ ବାହାର କରନ୍ତୁ।

ସିଂହ- ଆତ୍ମବିଶ୍ୱାସ ବଢ଼ିବ। ନୂଆ କାମ ଆରମ୍ଭ କରିବା ପାଇଁ ଚିନ୍ତା କରିବେ। ଚାକିରିରେ ଉଚ୍ଚାଧିକାରୀଙ୍କ ସହଯୋଗ ମିଳିପାରେ। ବନ୍ଧୁଙ୍କ ସହ ଭଲ ସମୟ ବିତାଇବେ। ଆର୍ଥିକ ସ୍ଥିତିରେ ସୁଧାର ଆସିପାରେ। ଅହଂକାର ଓ ଅଯଥା ବିବାଦରୁ ଦୂରେଇ ରୁହନ୍ତୁ।

କନ୍ୟା- ଯୋଜନାକୁ ନେଇ ଦିନଟି ଗୁରୁତ୍ୱପୂର୍ଣ୍ଣ ରହିବ। କାର୍ଯ୍ୟକ୍ଷେତ୍ରରେ ନିଜ ଦକ୍ଷତା ପ୍ରମାଣ କରିବାର ସୁଯୋଗ ମିଳିବ। ପୁରୁଣା ବନ୍ଧୁଙ୍କ ସହ ଯୋଗାଯୋଗ ହୋଇପାରେ। ପରିବାରରେ ଛୋଟ ଛୋଟ କଥାକୁ ନେଇ ଚିନ୍ତା ବଢ଼ିପାରେ। ଧୈର୍ଯ୍ୟ ଧରି କାମ କଲେ ସଫଳତା ମିଳିବ।

ତୁଳା- ନୂଆ କାର୍ଯ୍ୟ ଓ ବ୍ୟବସାୟିକ ଆଲୋଚନାରେ ଅଗ୍ରଗତି ହୋଇପାରେ। ଆୟର ନୂଆ ରାସ୍ତା ଖୋଲିବାର ସମ୍ଭାବନା ରହିଛି। ଦାମ୍ପତ୍ୟ ଜୀବନରେ ମଧୁରତା ବଢ଼ିବ। କୌଣସି ଗୁରୁତ୍ୱପୂର୍ଣ୍ଣ କାମରେ ଅନ୍ୟର ପରାମର୍ଶ ନେବେ। ଅନାବଶ୍ୟକ ଖର୍ଚ୍ଚ ଓ ଅନ୍ୟକୁ ଅଧିକ ପ୍ରତିଶ୍ରୁତି ଦେବାରୁ ଦୂରେଇ ରୁହନ୍ତୁ।

ବିଛା- କାର୍ଯ୍ୟକ୍ଷେତ୍ରରେ ଦାୟିତ୍ୱ ବଢ଼ିପାରେ। ଅର୍ଥ ଲାଭର ସୁଯୋଗ ମିଳିଲେ ମଧ୍ୟ ନିବେଶ ପୂର୍ବରୁ ଭଲ ଭାବରେ ବିଚାର କରନ୍ତୁ। ପରିବାରରେ ଆପଣଙ୍କ ମତକୁ ଗୁରୁତ୍ୱ ଦିଆଯିବ। ପୁରୁଣା ସମସ୍ୟାର ସମାଧାନ ମିଳିପାରେ। ରାଗ ଓ ଜିଦ୍କୁ ନିୟନ୍ତ୍ରଣ କରନ୍ତୁ।

ଧନୁ- ଘାତଚନ୍ଦ୍ର ଥିବାରୁ ବିଶେଷ ସତର୍କତା ଅବଲମ୍ବନ କରନ୍ତୁ। କାର୍ଯ୍ୟରେ ବିଳମ୍ବ ହେଲେ ମଧ୍ୟ ଧୈର୍ଯ୍ୟ ହରାନ୍ତୁ ନାହିଁ। ଅର୍ଥ କାରବାରରେ ସାବଧାନ ରୁହନ୍ତୁ। ଅନ୍ୟର କଥାକୁ ନେଇ ଭୁଲ ବୁଝାମଣା ହୋଇପାରେ। ଯାତ୍ରା ଓ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତିରେ ତରବର ହୁଅନ୍ତୁ ନାହିଁ। ଈଶ୍ୱରଙ୍କ ଆରାଧନା କରନ୍ତୁ।

ମକର- କର୍ମକ୍ଷେତ୍ରରେ ଭଲ ଅଗ୍ରଗତି ହୋଇପାରେ। ଦୀର୍ଘଦିନର ଯୋଜନାକୁ କାର୍ଯ୍ୟକାରୀ କରିବାର ସୁଯୋଗ ମିଳିବ। ଆୟ ଓ ବ୍ୟୟ ମଧ୍ୟରେ ସନ୍ତୁଳନ ରଖନ୍ତୁ। ପରିବାରରେ ସହଯୋଗ ମିଳିବ। ନୂଆ ଦାୟିତ୍ୱକୁ ସଫଳତାର ସହ ତୁଲାଇପାରିବେ। ନିଜ ଯୋଜନା ଅନ୍ୟମାନଙ୍କ ଆଗରେ ପ୍ରକାଶ କରିବାରେ ସତର୍କ ରୁହନ୍ତୁ।

କୁମ୍ଭ- ଚନ୍ଦ୍ର ନିଜ ରାଶିରେ ଥିବାରୁ ମନୋବଳ ଓ ଆତ୍ମବିଶ୍ୱାସ ବଢ଼ିପାରେ। ନୂଆ ଯୋଜନା ଓ ସୃଜନଶୀଳ କାର୍ଯ୍ୟରେ ମନ ଲାଗିବ। ବ୍ୟବସାୟରେ ଲାଭର ସୁଯୋଗ ମିଳିପାରେ। ବନ୍ଧୁ ଓ ସହକର୍ମୀଙ୍କ ସହଯୋଗ ମିଳିବ। ନିଜ ଭାବନାକୁ ଗୁରୁତ୍ୱ ଦେବା ସହ ଅନ୍ୟମାନଙ୍କ ମତକୁ ମଧ୍ୟ ସମ୍ମାନ ଦିଅନ୍ତୁ।

ମୀନ- ମିଶ୍ରିତ ଫଳ ମିଳିପାରେ। କାର୍ଯ୍ୟକ୍ଷେତ୍ରରେ ନୂଆ ଦାୟିତ୍ୱ ମିଳିବାର ସମ୍ଭାବନା ରହିଛି। ଅର୍ଥ ସମ୍ବନ୍ଧୀୟ କାମରେ ଅଧିକ ଧ୍ୟାନ ଦିଅନ୍ତୁ। ପରିବାରରେ ଶାନ୍ତି ରଖିବା ପାଇଁ ଅନାବଶ୍ୟକ ଯୁକ୍ତିତର୍କରୁ ଦୂରେଇ ରୁହନ୍ତୁ। ଆଧ୍ୟାତ୍ମିକ କାର୍ଯ୍ୟରେ ମନ ଲାଗିବ। ନିଜ ସ୍ୱାସ୍ଥ୍ୟ ପ୍ରତି ଅବହେଳା କରନ୍ତୁ ନାହିଁ।

ଜ୍ୟୋତିର୍ବିଦ୍ ଶ୍ରୀ ସିଦ୍ଧାର୍ଥ ଶେଖର ନାୟକ

ଯୋଗାଯୋଗ – 8249826682