ବାରଙ୍ଗ ୨୩।୦୬ : କଟକ ସୁଭାଷ ସେତୁ ଉପରେ ହାଇୱା- କାର ମୁହାଁମୁହିଁ ଧକ୍କା। ଏହି ଦୁର୍ଘଟଣାରେ କାର ଚାଳକ ମୃତ୍ୟୁ ହୋଇଥିବା ବେଳେ ୩ ଜଣ ଆହତ ହୋଇଛନ୍ତି । ମୃତ ଡ୍ରାଇଭର ଅନୁଗୋଳ ସମଲବ୍ୟାରେଜ ଥାନା ଚନ୍ଦ୍ରବେଳି ଗାଁର ଅଜିତ ସାହୁ । ଘଟଣାସ୍ଥଳରେ ବାରଙ୍ଗ ପୋଲିସ ଓ ଅଗ୍ନିଶମ ବାହିନୀ ପହଞ୍ଚି ଗାଡି ଡୋର୍ କାଟି ଚାଳକଙ୍କୁ ବାହାର କରିଥିଲେ।

ଖବର ଅନୁଯାୟୀ, ମଙ୍ଗଳବାର ଭୋର ପ୍ରାୟ ୩ ଟାରେ ଏହି ଦୁର୍ଘଟଣା ସୁଭାଷ ସେତୁର ମଝିରେ ଘଟିଛି। ଚନ୍ଦ୍ରବେଳି ଗାଁର ଦାଦା, ଖୁଡି ଓ ପୁତୁରା ଏକ କାରରେ ଭୁବନେଶ୍ୱରର ଘରୋଇ ହସ୍ପିଟାଲକୁ ଚିକିତ୍ସା ପାଇଁ ସୋମବାର ରାତିରେ ବାହାରିଥିଲେ। ହେଲେ ସୁଭାଷ ସେତୁରେ ବିପରୀତ ଦିଗରୁ ଆସୁଥିବା ହାଇୱା ସହିତ ଦୁର୍ଘଟଣା ଘଟିଥିଲା। ଚାଳକ କାର ରେ ଚାପିହୋଇ ରହି ଯାଇଥିଲେ। ହାଇୱା ଚାଳକ ଘଟଣା ସ୍ଥଳରୁ ଫେରାର ହୋଇଯାଇଛି। ବାରଙ୍ଗ ଥାନା ଅଧିକାରି ପହଞ୍ଚି ସେତୁରୁ ଦୁଇ ଗାଡ଼ିକୁ ହଟାଇ ତଦନ୍ତ ଆରମ୍ଭ କରିଛନ୍ତି। ଏହାପରେ ଆମ୍ବୁଲାନ୍ସ ଯୋଗେ ଆହତ ୩ ଜଣ ଓ ମୃତ ଚାଳକଙ୍କୁ କଟକ SCB ମେଡିକାଲ ପଠାଇଥିଲେ।

Watch Video:-