ନୂଆଦିଲ୍ଲୀ: ଦେଶର ନିର୍ବାଚନୀ ବ୍ୟବସ୍ଥାକୁ ନେଇ ସଂପ୍ରତି ରାଜଧାନୀରେ ଆନ୍ଦୋଳନ ଏବଂ ବିକ୍ଷୋଭ ପ୍ରଦର୍ଶନ ହାରି ରହିଛି। ଏହି ସମୟରେ ଅନେକ ଭିଜୁଆଲ ଏବଂ ଫଟୋ ଭାଇରାଲ୍ ମଧ୍ୟ ହୋଇଛି। ଏହି ପ୍ରଦର୍ଶନ ସମୟରେ ଅନେକ ଫଟୋ ଉତ୍ତୋଳନ କରିଥିଲେ କଂଗ୍ରେସର ସାଧାରଣ ସଂପାଦକ ପ୍ରିୟଙ୍କା ଗାନ୍ଧୀ ଭଦ୍ରାଙ୍କ ପୁଅ ରେହାନ ରାଜୀବ ଭଦ୍ରା। ତାଙ୍କର ଫଟୋ ପ୍ରଦର୍ଶନୀରେ ବି ଲାଗିଥିଲା। ହେଲେ ରେହାନଙ୍କ  ଫଟୋ ପ୍ରଦର୍ଶନୀରୁ ହଟାଇବା ମାମଲା ବର୍ତ୍ତମାନ ଚର୍ଚ୍ଚାର ବିଷୟ ପାଲଟିଛି।

ଦିଲ୍ଲୀର ବିକାନେର ହାଉସରେ ଫଟୋ ପ୍ରଦର୍ଶନୀର ଆୟୋଜନ ହୋଇଛି। ତେବେ ପ୍ରଦର୍ଶନରେ ରେହାନ ଭଦ୍ରାଙ୍କ ପକ୍ଷରୁ ଲଗାଯାଇଥିବା ୧୦୫ ଫଟୋରୁ ୭୦ରୁ ଅଧିକ ଫଟୋ ହଟାଇବା ପାଇଁ କର୍ତ୍ତୃପକ୍ଷ ଆଦେଶ ଦେବା  ଘଟଣା ସାମ୍ନାକୁ ଆସିଛି। ଏହାକୁ ନେଇ ଏବେ ନୂଆ ବିବାଦ ମୁଣ୍ଡ ଟେକିଛି। ଘଟଣା ଉପରେ କଡ଼ା ଆପତ୍ତି ପ୍ରକାଶ କରିଛନ୍ତି ପ୍ରିୟଙ୍କା ଗାନ୍ଧୀ। ଏମିତି କରି ସରକାର ଦେଶର ଯୁବ ପିଢିଙ୍କ ସ୍ଵର ଏବଂ ସେମାନଙ୍କ ଅଭିବ୍ୟକ୍ତିର ସ୍ଵାଧୀନତା ଉପରେ ହମଲା କରୁଥିବା ସେ ଅଭିଯୋଗ କରିଛନ୍ତି। ଉଲ୍ଲେଖନୀୟ ରେହାନ ପେଶାରେ ଜଣେ ଫଟୋଗ୍ରାଫର।

Also Read: ଦିଲ୍ଲୀର ତିହାର ଜେଲ୍‌ରୁ ମୁକ୍ତ ହେଲେ CJP ନେତା ସୌରଭ ଦାସ ଓ ଆଶୁତୋଷ ରାଙ୍କା

ରେହନା ନିଜର ଏହି ଫଟୋ ସବୁ ଗତ ଛଅ ମାସରେ ରାଜଧାନୀ ଦିଲ୍ଲୀରେ ବିଭିନ୍ନ ପ୍ରସଙ୍ଗକୁ ନେଇ ହୋଇଥିବା ଆନ୍ଦୋଳନ ଏବଂ ବିରୋଧ ପ୍ରଦର୍ଶନକୁ ନେଇ ଉତ୍ତୋଳନ କରିଥିଲେ। ହେଲେ ଆୟୋଜକ ଫଟୋ ହଟାଇବାକୁ ନିର୍ଦ୍ଦେଶ ଦେଇଛନ୍ତି। ରେହାନ ସୋସିଆଲ ମିଡିଆ ଜରିଆରେ ସୂଚନା ଦେଇଛନ୍ତି ଯେ, ପ୍ରଦର୍ଶନ ଆରମ୍ଭ ହେବା ପୂର୍ବରୁ ୧୦୦ରୁ ଅଧିକ ଫଟୋ ଲାଗିଥିଲା, ମାତ୍ର ଏବେ ୪୦ରୁ କମ ଫଟୋ  ରହିଛି।

ଅସନ୍ତୋଷ ପ୍ରକାଶ କଲେ ପ୍ରିୟଙ୍କା

କଂଗ୍ରେସର ସାଧାରଣ ପ୍ରିୟଙ୍କା ଗାନ୍ଧୀ ଭଦ୍ରା ଫଟୋ ପ୍ରଦର୍ଶନୀରୁ ଫଟୋ ହଟାଇବା ନେଇ ଅସନ୍ତୋଷ ବ୍ୟକ୍ତ କରିଛନ୍ତି। ସେ ଲେଖିଛନ୍ତି, ତୁମେ ସତ୍ୟର ସହ ରୁହ ଏବଂ ପ୍ରତିଟି ସୁନ୍ଦର ଜିନିଷ ସ୍ଵତଃ ପ୍ରବୃତ ଭାବେ  ତୁମ ପାଖକୁ ଚାଲି ଆସିବ। ତୁମକୁ ନେଇ ମୁଁ ଗର୍ବିତ ଏବଂ ସର୍ବଦା ଗର୍ବିତ ରହିବି। ଏହି ଦେଶର ଯୁବ ପିଢିଙ୍କ ସ୍ଵରକୁ ଏମିତି ଚପାଇ ପାରିବେନି। ପ୍ରିୟଙ୍କାଙ୍କ କହିବା କଥା ରେହାନଙ୍କ ଫଟୋରେ କୌଣସି ପ୍ରକାରର ଟିପ୍ପଣୀ ନ ଥିଲା କି କିଛି ଅପମାନଜନକ ମଧ୍ୟ ନ ଥିଲା। କେବଳ ବିରୋଧ ପ୍ରଦର୍ଶନର ଦୃଶ୍ୟକୁ ଫଟୋ ଜରିଆରେ ଦେଖା ଯାଇଥିଲା। ମାତ୍ର ସରକାରଙ୍କ ଏମିତି ଆଭିମୁଖ୍ୟ ଏବଂ କାର୍ଯ୍ୟାନୁଷ୍ଠାନ ଦର୍ଶାଉଛି ଯେ, ଏବେ ଦେଶରେ ଆଉ ଗଣତନ୍ତ୍ର ନାହିଁ। ଆଜି ଯାହା ରେହାନଙ୍କ ସହ ଘଟିଛି, ଆଗାମୀ ଦିନରେ ଏହା ଆଉ କାହା ସହ ମଧ୍ୟ ଘଟିପାରେ।

Also Read: ହରଦୀପ ପୁରୀ-ଏପଷ୍ଟିନଙ୍କ ‘ବ୍ୟକ୍ତିଗତ ସାକ୍ଷାତ’ ଫଟୋକୁ ନେଇ ତେଜିଲା ବିବାଦ, ଜବାବ ମାଗିଲେ ବିରୋଧୀ

ରେହାନ ପେଶାରେ ଜଣେ ଫଟୋଗ୍ରାଫର

ରେହାନ ଭଦ୍ରା ପ୍ରିୟଙ୍କା ଗାନ୍ଧୀ ଓ ରବର୍ଟ ଭଦ୍ରାଙ୍କ ପୁଅ। ସେ ପେଶାରେ ଭିଜୁଆଲ ଆର୍ଟିଷ୍ଟ ଏବଂ ଫଟୋଗ୍ରାଫର। ସେ ଦିଲ୍ଲୀର ବିକାନେର ହାଉସର ମୁଖ୍ୟ ଆର୍ଟ ଗ୍ୟାଲେରୀରେ ତାଙ୍କର ସୋଲୋ ଆର୍ଟ ଶୋ 'No Idea Is Final'ର ଆୟୋଜନ କରିଥିଲେ। ଏହି ପ୍ରଦର୍ଶନୀ ଅକ୍ଟୋବର ୨୫ ପର୍ଯ୍ୟନ୍ତ ଆୟୋଜିତ ହେବାର ଥିଲା। ଏହି ଶୋ ପାଇଁ ରେହାନ ଗତ କିଛି ମାସ ଧରି ପରିଶ୍ରମ କରି ଫଟୋ ଉଠାଇଥିଲେ। ଏଥିରେ ଓ୍ଵାଇଲ୍ଡ ଲାଇଫ, ଆର୍କିଟେକଚର, ଡାର୍କ ରୁମ ଓ ଦିଲ୍ଲୀରେ ନିକଟରେ ହୋଇଥିବା ଯୁବ ଓ ଛାତ୍ରଙ୍କ ବିରୋଧ ପ୍ରଦର୍ଶନର ଫଟୋ ସାମିଲ୍। ପ୍ରଦର୍ଶନୀରେ ରେହାନଙ୍କ ମୋଟ୍ ୧୦୫ ଫଟେ ଥିବା କୁହାଯାଉଛି।

ହେଲେ ପ୍ରଦର୍ଶନୀରେ ୭୪ ଫଟୋ ହଟାଇ ଦିଆଯାଇଥିବା ଖୋଦ୍ ରେହାନ କହିଛନ୍ତି। ଏବେ କେବଳ ୩୫ରୁ ୪୦ ଫଟୋ ରହିଛି। ତାଙ୍କ କହିବା କଥା ମୋର ଉଦ୍ଦେଶ୍ୟ ନିଜ ଦେଶରେ ନିଜର ଆଖପାଖରେ ହେଉଥିବା ଆନ୍ଦୋଳନର ଚିତ୍ରକୁ ଏକଦ କରି ରଖିବା। କଳାତ୍ମକ ଜରିଆରେ ମୋର ବିଚାରକୁ କାନଭାସରେ କଏଦ କରିବାର ଥିଲା। ହେଲେ ଏବେ ଫଟୋ ହଟାଇ ଦିଆଯାଇଛି। ଏହି ଘଟଣା ଏବେ ନୂଆ ବିବାଦକୁ ଜନ୍ମ ଦେଇଛି।