ଭୁବନେଶ୍ଵର: ରାଜ୍ୟରେ ଆସିଲା ନୂଆ ଅବକାରୀ ନୀତି । ୩ ବର୍ଷିଆ ଅବକାରୀ ନୀତି ଆଣିଲେ ରାଜ୍ୟ ସରକାର । ନୂଆ ଅବକାରୀ ନୀତି ଅନୁସାରେ ରାଜ୍ୟରେ ଆଉ ଖୋଲିବନି ନୂଆ ମଦ ଦୋକାନ । ନିଶାମୁକ୍ତି ପାଇଁ ଲାଗୁ ହେବ ସ୍ବତନ୍ତ୍ର ସେସ୍ ।ଅର୍ଥାତ୍ ପ୍ରଥମ ଥର ପାଇଁ ଅବକାରୀ ଶୁଳ୍କ ଉପରେ ୦.୫% ‘ଡି ଆଡିକ୍ସନ ସେସ୍ ଲାଗୁ କରାଯିବ । ଫଳରେ ମଦ ଦର ବଢ଼ିବ । ନୂଆ ଅବକାରୀ ପଲିସିରେ ମଦ ହୋମ୍ ଡେଲିଭରି ବ୍ୟବସ୍ଥାକୁ ସମ୍ପୂର୍ଣ୍ଣ ବନ୍ଦ କରାଯାଇଛି । ପୁରୀ ବଡ଼ଦାଣ୍ଡରେ ମଦ ଦୋକାନ ମନା । ନୂଆ ଅବକାରୀ ନୀତିରେ ଆଉ କ’ଣ ସବୁ ବ୍ୟବସ୍ଥା ରହିଛି ଆସନ୍ତୁ ତା’ ଉପରେ ନଜର ପକାଇବା ।

ବଢିବ ମଦ ଦର

ଏପ୍ରିଲ୍ ୧ରୁ ତିନି ବର୍ଷିଆ ନୂଆ ଅବକାରୀ ନୀତି । ରାଜ୍ୟରେ ଆଉ ଖୋଲିବନି ନୂଆ ମଦ ଦୋକାନ । ନିଶାମୁକ୍ତି ପାଇଁ ଲାଗୁ ହେବ ସ୍ବତନ୍ତ୍ର ସେସ୍ । ଫଳରେ ମଦ ଦର ବଢ଼ିବ । ନୂଆ ଅବକାରୀ ପଲିସିରେ ମଦ ହୋମ୍ ଡେଲିଭରି ବ୍ୟବସ୍ଥାକୁ ସମ୍ପୂର୍ଣ୍ଣ ବନ୍ଦ କରାଯାଇଛି । ପୁରୀ ବଡ଼ଦାଣ୍ଡରେ ମଦ ଦୋକାନ ମନା । ଏପ୍ରିଲ ୧, ୨୦୨୬ରୁ ମାର୍ଚ୍ଚ ୩୧, ୨୦୨୯ ପର୍ଯ୍ୟନ୍ତ ତିନିବର୍ଷିଆ ନୂଆ ଅବକାରୀ ନୀତି ଆଣିଲେ ରାଜ୍ୟ ସରକାର । ନୂଆ ଅବକାରୀ ନୀତି ଅନୁସାରେ ରାଜ୍ୟରେ ଆଉ ନୂଆ ଅଫ୍ ସପ୍, ଦେଶୀ ମଦ କିମ୍ବା ଆଉଟ୍-ଷ୍ଟିଲ୍ ଦୋକାନ ଖୋଲିବାକୁ ଅନୁମତି ଦିଆଯିବ ନାହିଁ । ଗ୍ରାମାଞ୍ଚଳରେ ମଧ୍ୟ ନୂଆ ‘ଅନ୍ ସପ୍ ' ଦୋକାନ ଖୋଲିବ ନାହିଁ।

Also Read: ଦୁଇ ମାସ ପାଇଁ ପର୍ଯ୍ୟାପ୍ତ ତେଲ ଓ ଇନ୍ଧନ ଅଛି: ଗୁଜବରେ ଛାନିଆ ନ ହେବାକୁ ଦେଶବାସୀଙ୍କୁ ସରକାରଙ୍କ ଅନୁରୋଧ

ଲାଇସେନ୍ସ ଶୁଳ୍କ ପ୍ରତି ବର୍ଷ ୧୦ ରୁ ୨୦% ପର୍ଯ୍ୟନ୍ତ ବୃଦ୍ଧିପାଇବ

ପ୍ରଥମଥର ପାଇଁ ଅବକାରୀ ଶୁଳ୍କ ଉପରେ ୦.୫% ‘ଡି ଆଡିକ୍ସନ ସେସ୍ ’ ଲାଗୁ କରାଯିବ।। ଏହା ମାଧ୍ୟମରେ ମଦକୁ ଏକ କ୍ଷତିକାରକ ପଦାର୍ଥ ଭାବେ ସ୍ଵୀକାର କରାଯାଇଛି ।ଏହି ସେସରୁ ଆସୁଥିବା ଆୟ ମଡେଲ ଡି-ଆଡିକ୍ସନ କେନ୍ଦ୍ର ସ୍ଥାପନ ଓ ସୁଦୃଢ଼ କରିବାରେ ବ୍ୟୟ କରାଯିବ। ବିଭିନ୍ନ ଅବକାରୀ ଲାଇସେନ୍ସ ପାଇଁ ଆବେଦନ ଶୁଳ୍କ ୧୦% ବଢ଼ାଯିବ ଏବଂ ଲାଇସେନ୍ସ ଶୁଳ୍କ ପ୍ରତି ବର୍ଷ ୧୦ ରୁ ୨୦% ପର୍ଯ୍ୟନ୍ତ ବୃଦ୍ଧିପାଇବ। IMFL ଓ ଦେଶୀ ମଦ (CL) ଉପରେ ଅବକାରୀ ଶୁଳ୍କ ମଧ୍ୟ ବଢ଼ାଯାଇଛି।

ମ୍ୟାକ୍ସିମମ୍ ଗ୍ୟାରେଣ୍ଟେଡ୍ କ୍ବାଲିଟି MGQ ପ୍ରଣାଳୀକୁ ହଟାଇ ଏଥର ଉତ୍ତର ପ୍ରଦେଶ ଷ୍ଟାଇଲରେ MGER ବା ମନିମମ୍ ଗ୍ୟାରେଣ୍ଟେଡ୍ ଏକ୍ସାଇଜ୍ ରେଭନ୍ୟୁ ପ୍ରଣାଳିକୁ ଆପଣାଇଛି ଓଡ଼ିଶା । ଏହା ଦ୍ବାରା ସରକାରୀ ରାଜସ୍ଵ ସୁରକ୍ଷିତ ହେବା ସହିତ ବ୍ୟବସାୟୀ ମାନଙ୍କୁ କେବଳ ପରିମାଣ ଲକ୍ଷ୍ୟ ପୂରଣ ପାଇଁ ବିକ୍ରି ବଢ଼ାଇବାର ଚାପ ହ୍ରାସ ପାଇବ । ଏହା "କୁଚିଆ" ବିକ୍ରୟ ପ୍ରଥାକୁ ରୋକିବାରେ ସହାୟକ ହେବ।

Also Read: ପେଟ୍ରୋଲ୍ ୫, ଡିଜେଲ୍ ୩ ଟଙ୍କା ମହଙ୍ଗା; ତୈଳ ଦର ବଢ଼ାଇଲା Nayara

ଆଉ ଖୋଲିବନି ନୂଆ ମଦ ଦୋକାନ ରହିବନି ମଦ ଦୋକାନ

ପୁରୀରେ ଶ୍ରୀଜଗନ୍ନାଥ ମନ୍ଦିର ଓ ବଡ଼ଦାଣ୍ଡ ପାଖରେ କୌଣସି ମଦ ଦୋକାନ ରହିବ ନାହିଁ । ସମଗ୍ର ରାଜ୍ୟରେ ମଦର ହୋମ୍ ଡେଲିଭରି ବ୍ୟବସ୍ଥାକୁ ସମ୍ପୂର୍ଣ୍ଣ ରୂପେ ବନ୍ଦ କରାଯାଇଛି ।ଆଉଟ୍ ଷ୍ଟିଲ୍ ଉତ୍ପାଦନ ୟୁନିଟ୍ ଗୁଡ଼ିକୁ ଆଧୁନିକୀକରଣ, ଉନ୍ନତ ପ୍ୟାକେଜିଂ ଏବଂ ଗୁଣବତ୍ତା ନିୟନ୍ତ୍ରଣ ଯନ୍ତ୍ରପାତି ସ୍ଥାପନ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । FSSAI ସାର୍ଟିଫିକେସନ୍ ଓ ପ୍ରଦୂଷଣ ନିୟନ୍ତ୍ରଣ ନିୟମ ପାଳନ ଅନିବାର୍ଯ୍ୟ କରାଯିବ ।ନିର୍ଦ୍ଧାରିତ ସମୟ ସୀମାରେ ଆଧୁନିକୀକରଣ ସମ୍ପୂର୍ଣ୍ଣ କରୁଥିବା ୟୁନିଟ୍ ମାନଙ୍କୁ ପ୍ରୋତ୍ସାହନ ମଧ୍ୟ ଦିଆଯିବ।

CCTV ନିରୀକ୍ଷଣ ଅଧୀନରେ ରହିବ

ସରକାର ENA ଗତିବିଧି ନିରୀକ୍ଷଣ ଓ ଉତ୍ପାଦନରୁ ବିକ୍ରୟ ପର୍ଯ୍ୟନ୍ତ ପ୍ରତ୍ୟେକ ବୋତଲକୁ ଟ୍ରାକ୍ କରିବା ପାଇଁ ଟ୍ରକ୍ ଆଣ୍ଟ ଟ୍ରେସ୍ ପ୍ରଣାଳୀ ପ୍ରବର୍ତ୍ତନ କରିବାକୁ ନିଷ୍ପତ୍ତି ନେଇଛନ୍ତି ସରକାର । ସମସ୍ତ ଉତ୍ପାଦନ ୟୁନିଟ୍ ଓ ଖୁଚୁରା ଦୋକାନ ଗୁଡ଼ିକୁ CCTV ନିରୀକ୍ଷଣ ଅଧୀନରେ ଆଣାଯିବ ।ଏସବୁକୁ ଅବକାରୀ କମିଶନରଙ୍କ କାର୍ଯ୍ୟାଳୟ ଓ ସମ୍ପର୍କିତ ଜିଲ୍ଲା କାର୍ଯ୍ୟାଳୟ ସହ ସଂଯୋଗ କରାଯିବ। ଏହା ସହିତ ରାଜ୍ୟର ଅବକାରୀ ରାସାୟନିକ ପରୀକ୍ଷାଗାର ଗୁଡ଼ିକୁ ଆଧୁନିକ ପ୍ରଯୁକ୍ତି ଓ ପ୍ରଶିକ୍ଷିତ ମାନବ ସମ୍ବଳ ମାଧ୍ୟମରେ ସୁଦୃଢ଼ ଓ ଉନ୍ନତ କରାଯିବ।

Also Read: ୯୦ ଦିନ ଭିତରେ କରିବାକୁ ପଡିବ ପିଏନ୍ଜି କନେକ୍ସନ, ନ ହେଲେ ମିଳିବନି ଏଲ୍ପିଜି; କେନ୍ଦ୍ର ସରକାରଙ୍କ କଡ଼ା ନିର୍ଦ୍ଦେଶ

ଟାର୍ଗେଟ୍ କଲେ ବିରୋଧୀ

ସେପଟେ ନୂଆ ଅବକାରୀ ନୀତିକୁ ସମାଲୋଚନା କରିଛନ୍ତି ବିରୋଧୀ । ବିଜେଡି କହିଛି ସରକାର କହିଥିଲେ ନିଶାମୁକ୍ତ ଓଡ଼ିଶା ହେବ । ହେଲେ ଏହି ନୀତିରେ ତାହାର ପ୍ରତିଫଳନ ନାହିଁ | କୁଚିଆ ପ୍ରକ୍ରିୟା ବନ୍ଦ ହେବା ବଦଳରେ ବଢିବ | କାରଣ MGRE ରେ ଯଦି ବିକ୍ରି ଭଲ ନ ହେଲା, ସେ ବ୍ୟବସାୟୀ ବେଆଇନ ଭାବେ କୁଚିଆଙ୍କ ଜରିଆରେ ବିକ୍ରି କରିବେ । କଂଗ୍ରେସ କହିଛି . ରାଜସ୍ବ ବଢ଼ାଇବା ନାଁରେ ଏହା ଏକ ଚାଲ | ଏହାର ସରକାର ଓ ବ୍ୟବସାୟୀଙ୍କ ଭିତରେ ସଲାସୁତୁରା । ଏକଛତ୍ର ଭାବେ ଏହା ପାରିତ ହୋଇଛି ଏହି ନୀତି |

ନୂଆ ଅବକାରୀ ନୀତି ଆସିବା ପୂର୍ବରୁ ୪ଟି କମିଟି ଗଠନ କରିଥିଲା ଅବକାରୀ ବିଭାଗ ।ଏହି କମିଟି ବିଭିନ୍ନ ରାଜ୍ୟକୁ ଯାଇ ଅନୁଧ୍ୟାନ କରିଥିଲେ। କମିଟିଗୁଡ଼ିକର ରିପୋର୍ଟ ଆଧାରରେ ହିଁ ନୂଆ ଅବକାରୀ ନୀତି ପ୍ରସ୍ତୁତ କରାଯାଇଛି ।