ମୁମ୍ବାଇ: ନ୍ୟାସନାଲ ଷ୍ଟକ୍ ଏକ୍ସଚେଞ୍ଜ ଦିପାବଳୀ ଦିନ ହେବାକୁ ଥିବା ବିଶେଷ ‘ମୁହୂର୍ତ୍ତ ଟ୍ରେଡିଂ’ ଅଧିବେଶନର ସମୟ ଘୋଷଣା କରିଛନ୍ତି। ଚଳିତବର୍ଷ ରବିବାର ନଭେମ୍ବର ୮ତାରିଖରେ ସ୍ୱତନ୍ତ୍ର ଲାଇଭ ଟ୍ରେଡିଂ ଅଧିବେଶନ ଆରମ୍ଭ କରାଯିବ। ଏହି ଦିନ ସେୟାର ମାର୍କେଟ ନୂଆ ହିନ୍ଦୁ ବର୍ଷ ବିକ୍ରମ ସମ୍ବତ ୨୦୮୩କୁ ସ୍ୱାଗତ କରିବ। ଭାରତୀୟ ସେୟାର ବଜାରେ ଦିପାବଳୀ ଦିନ ମୁହୂର୍ତ୍ତ ଟ୍ରେଡିଂର ପରମ୍ପରା ବେଶ୍ ପୁରୁଣା। ମାନ୍ୟତା ରହିଛି ଯେ ଏହି ଶୁଭ ମୁହୂର୍ତ୍ତରେ ସେୟାର ବଜାରରେ ନିବେଶ କଲେ ସାରା ବର୍ଷ ସୁଖ ସମୃଦ୍ଧି ଓ ଆର୍ଥିକ ଉନ୍ନତି ହୋଇଥାଏ। ତେବେ ଆସନ୍ତୁ ଜାଣିବା ସେୟାର ବଜାର ମୁହୁର୍ତ୍ତ ଟ୍ରେଡିଂ ଲାଗି ପ୍ରତି ମିନିଟ୍ ର ସିଡ୍ୟୁଲ।

ମୁଖ୍ୟ ଟ୍ରେଡିଂ ଅଧିବେଶନପ୍ରି ଓପନ ଅର୍ଡର ଏଣ୍ଟ୍ରି ମଧ୍ୟାହ୍ନ ୨ଟା ୫ ମିନିଟ୍ ରୁ ୨ଟା ୧୫ ମିନିଟ୍ ପର୍ଯ୍ୟନ୍ତ ଚାଲିବ। ଏଥିରେ ନିବେଶକ ଅର୍ଡର କରିପାରିବା ସହ ସଂଶୋଧନ ଓ ରଦ୍ଦ ମଧ୍ୟ କରିପାରିବେ। ୨ଟା ୧୫ ମିନିଟ୍ ରୁ ୨ଟା ୧୭ ମିନିଟ୍ ପର୍ଯ୍ୟନ୍ତ ଅର୍ଡର ମ୍ୟାଚିଂ ଓ ଟ୍ରେଡ କନଫର୍ମେସନ କରିହେବ। ୨ଟା ୧୭ରୁ ୨ଟା ୨୦ ମିନିଟ୍ ପର୍ଯ୍ୟନ୍ତ ପ୍ରି ଓପନ ବଫର ଟାଇମ ରହିବ।

ମାର୍କେଟ୍ କ୍ଲୋଜିଂ ଟାଇମନନ୍ କ୍ଲୋଜିଂ ଅକ୍ସନ ସେସନ (ସିଏଏସ୍) ପ୍ରତିଭୂତି ଲାଗି ବଜାର ଅପରାହ୍ନ ୩ଟା ୩୦ ମିନିଟ୍ ରେ ବନ୍ଦ ହେବ। ତେବେ ସିଏଏସ୍ ସିକ୍ୟୁରିଟିଜ୍ ଲାଗି ବଜାର ସାଧାରଣତଃ ୩ଟା ୧୫ ମିନିଟ୍ ରେ ସମାପ୍ତ ହେବ। କ୍ଲୋଜିଂ ଅକ୍ସନ ସେସନ ଓ ପରବର୍ତ୍ତି ଅଧିବେଶନର ସମୟ ସାରଣୀ ନିମ୍ନ ପ୍ରକାରେ ନିର୍ଦ୍ଧାରିତ କରାଯାଇଛି।

  • ରେଫରେନ୍ସ ପ୍ରାଇସ୍ କାଲକ୍ୟୁଲେସନ:ଅପରାହ୍ନ ୩ଟା ୧୫ରୁ ୩ଟା ୨୦ ମିନିଟ୍ ପର୍ଯ୍ୟନ୍ତ
  • ସିଏଏସ ଅର୍ଡର ଏଣ୍ଟ୍ରି ପିରିୟଡ:ଅପରାହ୍ନ ୩ଟା ୨୦ରୁ ୩ଟା୩୦ ମିନିଟ୍ ପର୍ଯ୍ୟନ୍ତ
  • ଅର୍ଡର ମ୍ୟାଚିଂ ଓ ଟ୍ରେଡ କନଫର୍ମେସନ:ଅପରାହ୍ନ ୩ଟା ୩୦ରୁ ୩ଟା ୩୫ ମିନିଟ୍ ପର୍ଯ୍ୟନ୍ତ
  • ସିଏଏସ୍ ଟ୍ରାଞ୍ଜିସନ ଟାଇମ୍:ଅପରାହ୍ନ ୩ଟା ୩୫ରୁ ୩ଟା ୫୦ ମିନିଟ୍ ପର୍ଯ୍ୟନ୍ତ
  • ପୋଷ୍ଟ କ୍ଲୋଜ ସେସନ:ଅପରାହ୍ନ ୩ଟା ୫୦ରୁ ୪ଟା ପର୍ଯ୍ୟନ୍ତ
  • ଟ୍ରେଡ ମୋଡିଫିକେସନ କଟ-ଅଫ ଟାଇମ୍:ଅପରାହ୍ନ ୪ଟା ୧୫ ମିନିଟ୍ ପର୍ଯ୍ୟନ୍ତ

ବିଦ୍ର:ପ୍ରି ଓପନ ଓ ସିଏଏସ୍ ଅର୍ଡର ଏଣ୍ଟ୍ରି ପିରିୟଡର ଶେଷ ୨ ମିନିଟ୍ ସିଷ୍ଟମ ଡ୍ରାଇଭିନ ରେଣ୍ଡମ କ୍ଲୋଜର ଲାଗୁ ହେବ।

ବ୍ଲକ୍ ଡିଲ, ଆଇପିଓ ଏବଂ ଅନ୍ୟ ଅଧିବେଶନବ୍ଲକ୍ ଡିଲ ୱିଣ୍ଡୋ ମଧ୍ୟାହ୍ନ ୧ଟା ୫୦ ମିନିଟ୍ ରୁ ୨ଟା ୫ ମିନିଟ୍ ପର୍ଯ୍ୟନ୍ତ ଖୋଲା ରହିବ। ଆଇପିଓ ଏବଂ ରି ଲିଷ୍ଟେଡ ସିକ୍ୟୁରିଟିଜ ଲାଗି ସ୍ପେଶାଲ ପ୍ରି ଓପନ ମଧ୍ୟାହ୍ନ ୨ଟା ୫ ମିନିଟ୍ ରୁ ୨ଟା ୫୦ ମିନିଟ୍ ପର୍ଯ୍ୟନ୍ତ ଖୋଲା ରହିବ (ଶେଷ ୧୦ ମିନିଟ୍ ରାଣ୍ଡମ କ୍ଲୋଜର)। ସ୍ପେସାଲ ପ୍ରି ଓପନ ଥିବା କମ୍ପାନୀଙ୍କ ନର୍ମାଲ ମାର୍କେଟ୍ ଅପରାହ୍ନ ୩ଟା ୫ ମିନିଟ୍ ରୁ ୩ଟା ୩୦ ମିନିଟ୍ ପର୍ଯ୍ୟନ୍ତ ଚାଲିବ। କଲ ଅକ୍ସନ ଲିକ୍ୱଡି ସେସନ ମଧ୍ୟାହ୍ନ ୨ଟା୨୫ରୁ ୩.୧୦ ପର୍ଯ୍ୟନ୍ତ ଖୋଲା ରହିବ। ଏନଏସଇ ସ୍ପଷ୍ଟ କରିଛନ୍ତି ଯେ ଏହି ବିଶେଷ ଦିପାବଳୀ ମୁହୂର୍ତ୍ତ ଟ୍ରେଡିଂ ଅଧିବେଶନ କାଳରେ ଏଗଜିକୁଟେଡ ସବୁ ଡିଲ ପାଇଁ ସେଟେଲମେଣ୍ଟ ଦାୟିତ୍ୱ ଅନିବାର୍ଯ୍ୟ ରୂପେ ଲାଗୁ ହେବ।