ଭୁବନେଶ୍ୱର ୨୦।୧୦ : ଯାହା ଅନୁମାନ କରାଯାଉଥିଲା, ତାହା ସତ ହେଲା । ବ୍ୟାଙ୍କକକୁ ସିଧା ବିମାନ ସେବା ପରେ ଆରମ୍ଭ ହୋଇଥିଗଲା ଦାମୀ ବିଦେଶୀ ଗଞ୍ଜେଇ ଚାଲାଣ । ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରୁ ଜବତ ହୋଇଛି ୮ କିଲୋ ୫୦୦ ଗ୍ରାମର ହାଇଡ୍ରୋପୋନିକ ଗଞ୍ଜେଇ (ମରିଜୁଆନା) । ମାରିଜୁଆନା ଚାଲାଣ ଅଭିଯୋଗରେ ରାଜ୍ୟ ବାହାରର ୩ ଜଣଙ୍କୁ ଅଟକ ରଖିଛି DRI ଏବଂ କଣ୍ଟମ୍ସ ବିଭାଗ । ସମସ୍ତ ଅଭିଯୁକ୍ତ ପଶ୍ଚିମବଙ୍ଗର ହୋଇଥିବା ପ୍ରାଥମିକ ତଦନ୍ତରୁ ଜଣାପଡ଼ଛି।

ସେହିପରି ପୂର୍ବରୁ ଥରେ ୧୭ ତାରିଖରେ ଭୁବନେଶ୍ବର ଏୟାରପୋର୍ଟରୁ ରାଜସ୍ୱ ଗୁଇନ୍ଦା ନିର୍ଦ୍ଦେଶାଳୟ (ଡିଆରଆଇ) ଏବଂ କଷ୍ଟମ୍ସ ବିଭାଗର ଅଧିକାରୀମାନେ ବ୍ୟାଗରେ ସିକ୍ରେଟ ଚାମ୍ବର ଓ କୁକୁର ଖାଦ୍ୟ ଡବାରୁ ୪ କିଲୋ ୮୭୭ ଗ୍ରାମର ଗଞ୍ଜେଇ ଜବତ କରିଥିଲେ। ଯାହାର ଆନୁମାନିକ ବଜାର ମୂଲ୍ୟ ପ୍ରାୟ ୧.୮୫ କୋଟି ଟଙ୍କା ହେବ । ଏହି ୪ ଜଣ ଅଣଓଡି଼ଆ ଯାତ୍ରୀଙ୍କୁ ଅଟକ ରଖାଯାଇଥିଲା ।

Also Read:-ଘର ଠାରୁ ୨ଶହ ମିଟର ଦୂରରୁ ମିଳିଲା ମୃତଦେହ, ପୋଲିସ ଖୋଜୁଛି କାରଣ

ସୂଚନାଥାଉକି, ଅନ୍ତର୍ଜାତୀୟ ସ୍ମଗଲର୍ସଙ୍କ ପାଇଁ ଭୁବନେଶ୍ୱର ବିମାନବନ୍ଦର ପାଲଟିଛି ଗଳାବାଟ । ବ୍ୟାଙ୍କ୍କ ଓ ମାଲେସିଆରୁ ନିଶା ମାଫିଆ ବିଦେଶୀ ଗଞ୍ଜେଇ(ମାରିଜୁଆନା) ଆଣି ଭୁବନେଶ୍ୱର ବିମାନବନ୍ଦର ଦେଇ ଦେଶର ବିଭିନ୍ନ ରାଜ୍ୟକୁ ଚାଲାଣ କରୁଛନ୍ତି ।