ଭୁବନେଶ୍ବର ୧୯।୧୦: ଘରୋଇ କଳିରୁ ମହାଭାରତ । ପୁଅକୁ ହତ୍ୟା ଉଦ୍ୟମ କଲା ବାପା । ରାଜଧାନୀ ଭୁବନେଶ୍ବର ବାପୁଜୀ ନଗର ସ୍ଥିତ କେଦାରପଲ୍ଲୀ ବସ୍ତିରେ ଘଟିଯାଇଛି ଏଭଳି ଘଟଣା । ପୁଅର କାର୍ଯ୍ୟକଳାପରେ ଅତିଷ୍ଠ ହୋଇ ବାପା ଏଭଳି ଉଦ୍ୟମ କରିଥିବା ଜଣାପଡିଛି ।

ଭୁବନେଶ୍ବର ବାପୁଜୀ ନଗର ସ୍ଥିତ କେଦାରପଲ୍ଲୀ ବସ୍ତିରେ ଶୋଇଥିବା ଅବସ୍ଥାରେ ନିଜ ଜନ୍ମକଲା ପୁଅକୁ ଛୁରୀ ଭୁସି ହତ୍ୟା ଉଦ୍ୟମ କଲା ବାପା । ଏ ନେଇ କ୍ୟାପିଟାଲ୍ ଥାନାରେ ହୋଇଥିଲା ଅଇଯୋଗ । ଅଭିଯୋଗ ପରେ ପୋଲିସ ଜଣେ ନିର୍ଦ୍ଦୟ ବାପାକୁ ଗିରଫ କରିଛି । ଏହାସହ ଘଟଣାରେ ବ୍ୟବହୃତ ଛୁରୀକୁ ମଧ୍ୟ ଜବତ କରିଛି ପୋଲିସ I

Also Read:- ବର୍ଷକୁ ମାତ୍ର ୪ ଦିନ.. ଦଶହରା ପୂର୍ବରୁ କଣାସରେ ନିଆରା ପରମ୍ପରା, ୧୬ ଗାଁ ପରିକ୍ରମା କରୁଛନ୍ତି ମା’ କୁଞ୍ଜେଶ୍ୱରୀ

ଅଭିଯୁକ୍ତ ଜଣଙ୍କ ହେଲେ ଚନ୍ଦନ ନାୟକ । ସେ ନିଜ ପୁଅ ନିହାରର କାର୍ଯ୍ୟକଳାପକୁ ନେଇ ରାଗି ଯାଇଥିଲେ । ଯାହା ଫଳରେ ରବିବାର ଅପରାହ୍ନ ସମୟରେ ପୁଅ ନିହାରକୁ ଆକ୍ରମଣ କରିଥିଲେ । ସେ ହଠାତ ନିହାରର ପେଟରେ ଛୁରୀ ଭୁସି ଦେଇଥିଲା । ପଡ଼ୋଶୀ ନିହାରକୁ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରିଥିବା ବେଳେ ସେଠାରେ ତାଙ୍କର ଚିକିତ୍ସା ଜାରି ରହିଛି ।

Watch Video: