ନୂଆଦିଲ୍ଲୀ: ବିଜେପି ଯୁବ ମୋର୍ଚ୍ଚାର ନୂତନ ରାଷ୍ଟ୍ରୀୟ ପଦାଧିକାରୀଙ୍କ ନାଁ ଘୋଷଣା କରିଛି ଦଳ । ବିଜେପି ସାତ ଯୁବ ନେତାଙ୍କୁ ରାଷ୍ଟ୍ରୀୟ ଉପାଧ୍ୟକ୍ଷ ଏବଂ ତିନି ଜଣଙ୍କୁ ଜାତୀୟ ସାଧାରଣ ସଂପାଦକ ଦାୟିତ୍ୱ ଦେଇଛି । ବିଜେପି ଯୁବ ମୋର୍ଚ୍ଚାର ରାଷ୍ଟ୍ରୀୟ ଅଧ୍ୟକ୍ଷ ହେମାଙ୍ଗ ଯୋଶୀ ନବନିଯୁକ୍ତ ପଦାଧିକାରୀଙ୍କ ନାଁ ଘୋଷଣା କରିଛନ୍ତି । ବିଜେପି ସାଂସଦ ଏକ୍ସରେ ବୟାନ କରି କହିଛନ୍ତି, ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ନିତିନ ନବୀନଙ୍କ ନିର୍ଦ୍ଦେଶାନୁସାରେ ଏହି ନିଯୁକ୍ତି କରାଯାଇଛି । ସେ କହିଛନ୍ତି ଯେ ଏହି ନିଯୁକ୍ତି ତତ୍କାଳ ପ୍ରଭାବରୁ କାର୍ଯ୍ୟକାରୀ ହେବ ।

ଜମ୍ମୁ-କାଶ୍ମୀରର ବିଧାୟକ ଶାଗୁନ ପରିହାର, ଉତ୍ତର ପ୍ରଦେଶର ନିଖିଲ ମଣି ତିୱାରୀ, ନାଗାଲାଣ୍ଡର ଅରବିନ୍ଦ ଦମାନି, ତେଲଙ୍ଗାନାର ମାଲୋଥ କୋମାଲି ନାଏକ, ବିହାରର ରାଜେନ୍ଦ୍ର ସିଂହ, ପଶ୍ଚିମବଙ୍ଗର ବିଧାୟକ ସୌମେନ କରଫା ଏବଂ ଛତିଶଗଡ଼ର ଭୂପେନ୍ଦ୍ର ନାଗଙ୍କୁ ଜାତୀୟ ଉପାଧ୍ୟକ୍ଷ ଭାବରେ ନିଯୁକ୍ତ କରାଯାଇଛି । ଓଡ଼ିଶାରୁ ଅର୍ପିତା ଅପରାଜିତା ବଡଜେନା, ଉତ୍ତର ପ୍ରଦେଶର ହର୍ଷ ବର୍ଦ୍ଧନ ସିଂହ ଏବଂ ଆନ୍ଧ୍ର ପ୍ରଦେଶର ମିତା ବଂଶୀ କୃଷ୍ଣଙ୍କୁ ଜାତୀୟ ସାଧାରଣ ସମ୍ପାଦକ ଦାୟିତ୍ୱ ଦିଆଯାଇଛି ।

 

ବିଜେପି ଯୁବ ମୋର୍ଚ୍ଚା ଅଧ୍ୟକ୍ଷ ହେମାଙ୍ଗ ଯୋଶୀ କହିଛନ୍ତି, ସବୁ ନେତା ନୂଆ ଦାୟିତ୍ୱର ସଫଳତା ସହ ସଂପାଦନ କରି ସଂଗଠନକୁ ଅଧିକ ମଜଭୁତ କରିବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରନ୍ତୁ । ଏହା ସହିତ ରାଷ୍ଟ୍ର ନିର୍ମାଣ କାର୍ଯ୍ୟରେ ଯୁବ ଶକ୍ତିଙ୍କ ନୂଆ ଶକ୍ତି ସଂଚାର କରନ୍ତୁ ।