ଭୁବନେଶ୍ୱର ୧୯।୧୦ : ରାଜଧାନୀରେ ଅବକାରୀ ବିଭାଗର ଚଢ଼ଉ। ବିଭିନ୍ନ ସ୍ଥାନରେ ଚଢାଉ ବେଳେ ବିପୁଳ ପରିମାଣର ଦେଶୀ ଓ ବିଦେଶୀ ମଦ ଜବତ । ଚୋରା ମଦ ବିକ୍ରୀ ଅଭିଯୋଗରେ ଆଠ ଜଣଙ୍କୁ ଗିରଫ କରିଛି ଅବକାରୀ ବିଭାଗ ।

ଆଗରେ ପାଇଖାନା, ପଛରେ ମଦ ଫ୍ୟାକ୍ଟ୍ରି। ସାଲିଆ ସାହିର ଇଡକୋ ବସ୍ତିରେ ଚାଲିଥିଲା ଦେଶୀ ମଦ କାରଖାନା । ଗୁଇନ୍ଦା ସୁଚନା ଅନୁସାରେ ଦେଶୀ ମଦ ଭାଟିରେ ଚଢାଉ କରିଥିଲା ଅବକାରୀ ବିଭାଗ । ପାଇଖାନା ପଛପଟ ଘରୁ ମିଳିଥିଲା ବ୍ୟାପକ ପରିମାଣର ଦେଶୀ ମଦ । ପାଇଖାନା ଭିତରେ ଥିଲା ସୁଡଙ୍ଗ । ଆଉ ସୁଡଙ୍ଗ ଭିତରେ ଚାଲିଥିଲା ଦେଶୀ ମଦ କାରଖାନା ।

Also Read:-‘ହାମର ଅଫ୍ ଦି ଗଡ୍ସ’ ହତିଆର କଲା ଆମେରିକା, ଶତ୍ରୁର GPS ବନ୍ଦ କରିଦେଉଛି

ଅନ୍ୟପଟେ ପୁରୀ ବାଇପାସରେ ଚାଲିଥିବା ଡାର୍ଲିଂ ଢାବାରେ ଚଢାଉ କରିଛି ଅବକାରୀ ବିଭାଗ। ଢାବା ଭିତରୁ ଜବତ ହୋଇଛି ବିପୁଳ ପରିମାଣର ବିଦେଶୀ ଚୋରା ମଦ । ଢାବା ମାଲିକ ତାପସ ଦାସକୁ ଗିରଫ କରିଛି ଅବକାରୀ ବିଭାଗ। ଗତ କିଛିଦିନ ତଳେ ସେହି ଢାବା ଆଗରେ ତାପସକୁ ଗାଡି ମଡାଇ ହତ୍ୟା କରିବାକୁ ଉଦ୍ୟମ କରିଥିଲେ ସୌମ୍ୟ ରଥ । ସେହିଭଳି ରାଜଧାନୀର ବିଭିନ୍ନ ସ୍ଥାନରେ ଚଢାଉ କରି ଚୋରା ମଦ ସହିତ ନ ଜଣଙ୍କୁ ଗିରଫ କରାଯାଇଛି ।

Watch Video:-