ଭୁବନେଶ୍ଵର: ରାଜ୍ୟରେ ବିଜେପି ସରକାରକୁ ଦୁଇ ବର୍ଷ ପୂରିବା ପୂର୍ବରୁ ମନରେଗା ଶ୍ରମିକଙ୍କ ପାଇଁ ବଢିଲା ମଜୁରୀ। ଓଡ଼ିଶା ସରକାରଙ୍କ ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗ ପକ୍ଷରୁ ମନରେଗା ଅଧୀନରେ କାମ କରୁଥିବା ବିଭିନ୍ନ ଶ୍ରେଣୀର ଶ୍ରମିକଙ୍କ ସର୍ବନିମ୍ନ ମଜୁରୀ ବୃଦ୍ଧି କରାଯାଇଛି। ନିର୍ଦ୍ଧାରିତ ମଜୁରୀକୁ ପ୍ରତିଦିନ ୧୦ ଟଙ୍କା ବଢ଼ାଯାଇଛି।

ନୂତନ ଦର ଅନୁଯାୟୀ ଅର୍ଦ୍ଧକୁଶଳି ଶ୍ରମିକଙ୍କ ଦୈନିକ ମଜୁରୀ ୫୨୨ ଟଙ୍କା, କୁଶଳି ଶ୍ରମିକଙ୍କ ୫୭୨ ଟଙ୍କା ଏବଂ ଉଚ୍ଚ କୁଶଳି ଶ୍ରମିକଙ୍କ ମଜୁରୀ ୬୨୨ ଟଙ୍କା କରାଯାଇଛି। ଏହି ସଂଶୋଧିତ ଦର ୧ ଏପ୍ରିଲ ୨୦୨୬ ଠାରୁ ଲାଗୁ କରିବାକୁ ଅତିରିକ୍ତ ସଚିବ ଅରୂପ କୁମାର ସାହୁ ସମସ୍ତ ଜିଲ୍ଲାପାଳ, ଜିଲ୍ଲା ପରିଷଦ ସିଡିଓ ଏବଂ ବିଡିଓମାନଙ୍କୁ ଚିଠି ଲେଖି କାର୍ଯ୍ୟକରୀ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି।

Also Read: ସିବିଏସଇ OSM ପ୍ରକ୍ରିୟାରେ ତ୍ରୁଟି ସ୍ୱୀକାର କଲେ ଧର୍ମେନ୍ଦ୍ର ପ୍ରଧାନ; କହିଲେ, "କୌଣସି ଛାତ୍ରଛାତ୍ରୀ ଅସୁବିଧାର ସମ୍ମୁଖୀନ ହେବେ ନାହିଁ"