ନୂଆଦିଲ୍ଲୀ: ପାର୍ବଣ ସମୟରେ ସାଧାରଣ ଜନତାଙ୍କୁ ଲାଗିଛି ବଡ଼ ଝଟକା। ଯଦି ଆପଣ କପଡ଼ା ଧୋଇବା ପାଇଁ ସର୍ଫ ଏକ୍ସେଲ, ରିନ, ହ୍ଵିଲର ବ୍ୟବହାର କରନ୍ତି ତେବେ ଆପନଙ୍କୁ ଏବେ ପଡ଼ିପାରେ ମହଙ୍ଗା। ଯଦି ଡଭ ସାବୁନରେ ଗାଧୋଉଛନ୍ତି ତାହା ବି ଏବେ ପଡ଼ିବ ଆହୁରି ମହଙ୍ଗା। କାରଣ ହିନ୍ଦୁସ୍ଥାନ ୟୁନିଲିଭର ଲିମିଟେଡ(HUL) ଅକ୍ଟୋବର ଓ ନଭେମ୍ବର ମଝିରେ ଅନେକ ପ୍ରଡକ୍ଟ ବା ଉତ୍ପାଦର ଦାମ ବଢାଇଛି। କମ୍ପାନି ଉତ୍ପାଦନରେ ବଢୁଥିବା ଖର୍ଚ୍ଚକୁ ଦୃଷ୍ଟିରେ ରଖି ଡିଟର୍ଜେଣ୍ଟ ପାଉଡର ଓ ସାବୁନର ଦାମ ବଢାଇଛି। କିଛି ପ୍ରଡକ୍ଟର ଦାମ ୨୦ ପ୍ରତିଶତ ପର୍ଯ୍ୟନ୍ତ ମହଙ୍ଗା ହୋଇଛି। ଆଉ କିଛି ସାମଗ୍ରୀର ଦାମ ପୂର୍ବରୁ ବୃଦ୍ଧି ହୋଇ ସାରିଛି।

କପଡ଼ା ଧୋଇବା କେତେ ହେଲା ମହଙ୍ଗା

ହଲ ନିଜର ଡିଜର୍ଜେଣ୍ଟ ପ୍ରଡକ୍ଟର ଦାମ ବଢାଇଛି। କିଛି ସାମଗ୍ରୀର ମୂଲ୍ୟରେ ଥରେ ନୁହେଁ ଅନେକ ଥର ବଦଳା ଯାଇଛି। ସର୍ଫ ଏକ୍ସେଲ ୧୩୦ ଗ୍ରାମର ମୂଲ୍ୟ ଯାହା ପୂର୍ବେ ୨୫ ଟଙ୍କା ଥିଲା, ତାହା ବର୍ତ୍ତମାନ ୩୦ ଟଙ୍କା ହୋଇଛି। ୨୫୦ ଗ୍ରାମ ରିନର ମୂଲ୍ୟ ଯାହା ୨୫ ଟଙ୍କା ଥିଲା ତାହା ଏବେ ୩୦ ଟଙ୍କାକୁ ବୃଦ୍ଧି ଘଟିଛି। ସେହିପରି ସର୍ଫ ଏକ୍ସେଲ ୨୫୦ ଗ୍ରାମର ମୂଲ୍ୟ ୫ ଟଙ୍କା ବଢି ୪୫ରୁ ୫୦ ଟଙ୍କା ହୋଇଛି। 

ସର୍ଫ ଏକ୍ସେଲ୍ କ୍ଵିକ୍ ଓ୍ଵାଶ

ସର୍ଫ ଏକ୍ସେଲ୍ କ୍ଵିକ୍ ଓ୍ଵାଶର ୧ କିଲୋଗ୍ରାମ୍ ପ୍ୟାକେଟ୍‌ର ଦାମ ୨୩୫ ଟଙ୍କାରୁ ବୃଦ୍ଧି ପାଇ ୨୪୫ ଟଙ୍କା ହୋଇଛି। ଅର୍ଥାତ୍ ଏହି ପ୍ୟାକେଟ୍ କିଣିବା ପାଇଁ ଗ୍ରାହକଙ୍କୁ ଏବେ ୧୦ ଟଙ୍କା ଅଧିକ ଖର୍ଚ୍ଚ କରିବାକୁ ପଡ଼ିବ। ସେହିପରି ଏହାର ୫୦୦ ଗ୍ରାମ୍ ପ୍ୟାକେଟ୍‌ର ଦାମ ୧୨୩ ଟଙ୍କାରୁ ବଢ଼ି ୧୨୮ ଟଙ୍କା ହୋଇଛି। ସର୍ଫ ଏକ୍ସେଲ୍ ଇଜି ଓ୍ଵାଶର ୧ କିଲୋଗ୍ରାମ୍ ପ୍ୟାକେଟ୍‌ର ଦାମ ୧୬୭ ଟଙ୍କାରୁ ବଢ଼ି ୧୭୨ ଟଙ୍କା ହୋଇଥିବା ବେଳେ ୫୦୦ ଗ୍ରାମ୍ ପ୍ୟାକେଟ୍‌ର ଦାମ ୮୫ ଟଙ୍କାରୁ ବୃଦ୍ଧି ପାଇ ୮୭ ଟଙ୍କା ହୋଇଛି।

Also Read: ଉପାନ୍ତ ଅଞ୍ଚଳରେ ରହିବ ନେଟୱର୍କ: ସାଟେଇଲାଟ୍ ସହ ଯୋଡ଼ି ହେବ ଆପଣଙ୍କ ସ୍ମାର୍ଟଫୋନ୍

ସର୍ଫ ଏକ୍ସେଲ ଇଜି ଓ୍ଵାଶ

ସର୍ଫ ଏକ୍ସେଲ୍ ଇଜି ୱାଶ୍‌ର ୧ କିଲୋଗ୍ରାମ୍ ପ୍ୟାକେଟ୍‌ର ଦାମ ୧୬୭ ଟଙ୍କାରୁ ୫ ଟଙ୍କା ବୃଦ୍ଧି ପାଇ ୧୭୨ ଟଙ୍କା ହୋଇଛି। ସେହିପରି ୫୦୦ ଗ୍ରାମ୍ ପ୍ୟାକେଟ୍‌ର ଦାମ ପୂର୍ବରୁ ୮୫ ଟଙ୍କା ଥିବାବେଳେ ଏବେ ଏହା ୮୭ ଟଙ୍କା ହୋଇଛି। ଅନ୍ୟପକ୍ଷରେ, ସର୍ଫ ଏକ୍ସେଲ୍‌ର ୨୫୦ ଗ୍ରାମ୍ ବାର୍‌ର ସର୍ବାଧିକ ଖୁଚୁରା ମୂଲ୍ୟ (MRP) ୩ ଟଙ୍କା ବୃଦ୍ଧି ପାଇ ୪୫ ଟଙ୍କା ହୋଇଛି। ସେହିପରି ପ୍ରତ୍ୟେକ ୨୦୦ ଗ୍ରାମ୍‌ର ୪ଟି ବାର୍ ଥିବା ପ୍ୟାକେଟ୍‌ର ଦାମ ୧୦ ଟଙ୍କା ବଢ଼ି ୧୫୫ ଟଙ୍କା ହୋଇଛି।

ରିନ୍ ଓ ହ୍ଵିଲର ଡିଟରଜେଣ୍ଟର ଦାମରେ ଏକାଧିକ ଥର ପରିବର୍ତ୍ତନ

HUL ନିଜର ରିନ୍ ଓ ହ୍ଵିଲ ଡିଟରଜେଣ୍ଟ ଉତ୍ପାଦର ଦାମରେ ମଧ୍ୟ ଏକାଧିକ ଥର ବୃଦ୍ଧି କରିଛି। ରିନ୍ ଡିଟରଜେଣ୍ଟ ପାଉଡରର ୧ କିଲୋଗ୍ରାମ୍ ପ୍ୟାକେଟ୍‌ର ଦାମ ୧୨୩ ଟଙ୍କାରୁ ବଢ଼ି ୧୨୫ ଟଙ୍କା ହୋଇଛି। ଅର୍ଥାତ୍ ଏଥିରେ ୧.୬ ପ୍ରତିଶତ ଦରବୃଦ୍ଧି ହୋଇଛି। ଏହା ପୂର୍ବରୁ ଏହି ପ୍ୟାକେଟ୍‌ର ଦାମ ୧୧୭ ଟଙ୍କା ଥିଲା। ପରବର୍ତ୍ତୀ ସମୟରେ ଏହାର ଦାମ ୧୨୦ ଟଙ୍କା ଏବଂ ପରେ ୧୨୩ ଟଙ୍କାକୁ ବୃଦ୍ଧି ପାଇଥିଲା। ଏହାକୁ ମିଶାଇ ରିନ୍ ପାଉଡରର ଦାମରେ ମୋଟ ୬.୮ ପ୍ରତିଶତ ବୃଦ୍ଧି ହୋଇଛି।

Also Read:ଭାରତରେ ପ୍ରତିବର୍ଷ ନଷ୍ଟ ହେଉଛି ୧.୨୨ ଲକ୍ଷ କୋଟି ଟଙ୍କାର ଖାଦ୍ୟ: କୋଲ୍ଡ ଷ୍ଟୋରେଜରେ ରହିପାରୁଛି ମାତ୍ର ୪% ଫଳ-ପନିପରିବା

ସେହିପରି ଚଳିତ ବର୍ଷ ହ୍ଵିଲ ଡିଟରଜେଣ୍ଟ ପାଉଡରର ଦାମରେ ପୁଣି ବୃଦ୍ଧି ଘଟିଛି। ହ୍ଵିଲର ୨ କିଲୋଗ୍ରାମ୍ ପ୍ୟାକେଟ୍‌ର ଦାମ ୧୫୬ ଟଙ୍କାରୁ ୯ ପ୍ରତିଶତ ବଢ଼ି ୧୭୦ ଟଙ୍କା ହୋଇଛି। ପୂର୍ବରୁ ଏହାର ଦାମ ୧୩୮ ଟଙ୍କା ଥିଲା। ଅର୍ଥାତ୍ ଏହାର ମୋଟ ଦାମରେ ୨୩.୨ ପ୍ରତିଶତ ବୃଦ୍ଧି ହୋଇଛି। ଅନ୍ୟପକ୍ଷରେ, ହ୍ଵିଲର ୪ କିଲୋଗ୍ରାମ୍ ପ୍ୟାକେଟ୍‌ର ଦାମ ୩୦୦ ଟଙ୍କାରୁ ୮ ପ୍ରତିଶତ ବଢ଼ି ୩୨୪ ଟଙ୍କା ହୋଇଛି। ଏହି ପ୍ୟାକେଟ୍‌ର ଦାମ ପୂର୍ବରୁ ୨୮୦ ଟଙ୍କା ଥିଲା। ଏହାକୁ ମିଶାଇ ମୋଟ ଦାମରେ ୧୫.୭ ପ୍ରତିଶତ ବୃଦ୍ଧି ହୋଇଛି।

ଡଭ୍ ଓ ପିୟର୍ସ ସାବୁନର ଦାମ ମଧ୍ୟ ବଢ଼ିଲା

HULର ସାବୁନ ଦାମ ମଧ୍ୟ ବୃଦ୍ଧି ପାଇଛି। ଡଭ୍‌ର ୫୦ ଗ୍ରାମ୍ ସାବୁନର ଦାମ ୨୫ ଟଙ୍କାରୁ ୪ ପ୍ରତିଶତ ବଢ଼ି ୨୬ ଟଙ୍କା ହୋଇଛି। ସେହିପରି ୧୦୦ ଗ୍ରାମ୍ ଡଭ୍ ସାବୁନର ଦାମ ୫୮ ଟଙ୍କାରୁ ୬.୯ ପ୍ରତିଶତ ବୃଦ୍ଧି ପାଇ ୬୨ ଟଙ୍କା ହୋଇଛି। ଅନ୍ୟପକ୍ଷରେ ପିୟର୍ସର ୧୦୦ ଗ୍ରାମ୍ ସାବୁନର ଦାମ ୫୨ ଟଙ୍କାରୁ ୩.୮ ପ୍ରତିଶତ ବଢ଼ି ୫୪ ଟଙ୍କା ହୋଇଛି। ଏହି ସାବୁନର ଦାମ ପୂର୍ବରୁ ୫୦ ଟଙ୍କା ଥିଲା। ଅର୍ଥାତ୍ ଏହାର ମୋଟ ଦାମରେ ୮ ପ୍ରତିଶତ ବୃଦ୍ଧି ହୋଇଛି।

କାହିଁକି ବଢ଼ୁଛି ସାବୁନ ଓ ଡିଟରଜେଣ୍ଟର ଦାମ ?

କଞ୍ଚାମାଲର ଦାମରେ କ୍ରମାଗତ ବୃଦ୍ଧି ଏହି ଦରବୃଦ୍ଧିର ମୁଖ୍ୟ କାରଣ ବୋଲି କୁହାଯାଉଛି। ବିଶେଷକରି ମଧ୍ୟପ୍ରାଚ୍ୟରେ ଉତ୍ତେଜନା ଯୋଗୁଁ କଞ୍ଚାମାଲର ଯୋଗାଣ ଓ ଦାମ ଉପରେ ପ୍ରଭାବ ପଡ଼ିଛି। ବିଶେଷ କରି ଏସବୁ ଉତ୍ପାଦନ ପାଇଁ ବ୍ୟବହୃତ କଞ୍ଚାମାଲ ଯେପରିକି ପାମ୍ ତେଲର ଦାମ ପ୍ରାୟ ୨୦ରୁ ୩୦ ପ୍ରତିଶତ ପର୍ଯ୍ୟନ୍ତ ବଢ଼ିଛି। ସାବୁନ ତିଆରିରେ ବ୍ୟବହୃତ ହେଉଥିବା ପାମ୍ ଫ୍ୟାଟି ଏସିଡ୍ ଡିଷ୍ଟିଲେଟ୍ (PFAD)ର ଦାମ ମଧ୍ୟ ଯଥେଷ୍ଟ ବୃଦ୍ଧି ପାଇଛି।