ଭୁବନେଶ୍ବର ୨୫।୯: ବିଧାନସଭା ମୌସୁମୀ ଅଧିବେଶନର ଚତୁର୍ଥ ଦିନ । ଆଜି ବି ଚାଲିପାରିଲାନି ଗୃହ କାର୍ଯ୍ୟ । ଗୃହକାର୍ଯ୍ୟ ଆରମ୍ଭରୁ ବିରୋଧୀଙ୍କ ହଙ୍ଗାମା । ପ୍ରଶ୍ନକାଳରେ ବିରୋଧୀଙ୍କ ନାରାବାଜି, ହଟ୍ଟଗୋଳ । MMDR ପ୍ରସଙ୍ଗରେ ବିଜେଡି, କଂଗ୍ରେସ ସଦସ୍ୟଙ୍କ ହୋହଲ୍ଲା । ଗୃହ ମଧ୍ଯଭାଗରେ ପ୍ଲାକାର୍ଡ ଧରି ନାରାବାଜି । ଫଳରେ ଅପରାହ୍ନ ୪ଟା ଯାଏଁ ଗୃହକୁ ମୁଲତବୀ ଘୋଷଣା କଲେ ଉପବାଚସ୍ପତି । ଏହାପରେ ଗୃହ ବାହାରେ ମଧ୍ଯ ବିରୋଧୀ ପ୍ରତିବାଦ କରିଛନ୍ତି ।

Also Read:- ଗାଁରେ ଏକା ରହିଥିଲା ପରିବାର, ମାଡ଼ି ଆସିଲା ପାଣି...ଉଦ୍ଧାର କଲା ପ୍ରଶାସନ

ଗତ ୩ ଦିନ ପରି ଆଜି ମଧ୍ୟ ଗୃହ ସରଗରମ ରହିଛି । ଉଭୟ ବିରୋଧୀ ବିଜେଡି ଓ କଂଗ୍ରେସ ଏମଏମଡିଆର ପ୍ରସଙ୍ଗ ଉଠାଇ ସରକାରଙ୍କୁ ଘେରିଛନ୍ତି । ସେପଟେ ପ୍ରଶ୍ନକାଳରେ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତି କରଣ, ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି ଉନ୍ନୟନ ଏବଂ ସଂଖ୍ୟାଲଘୁ ସମ୍ପ୍ରଦାୟ ଓ ପଛୁଆବର୍ଗ କଲ୍ୟାଣ, ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି, ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା, ବିଦ୍ୟାଳୟ ଓ ଗଣଶିକ୍ଷା, ଉଚ୍ଚ ଶିକ୍ଷା, କ୍ରୀଡ଼ା ଓ ଯୁବକଲ୍ୟାଣ, ଶିଳ୍ପ ବିଭାଗ ପରି ଗୁରୁତ୍ୱପୂର୍ଣ୍ଣ ବିଭାଗର ପ୍ରଶ୍ନ ଉତ୍ତର କାର୍ଯ୍ୟକ୍ରମ ରହିଛି ।

Watch Video: