ଭୁବନେଶ୍ୱର ୨୦।୦୨: ବିଧାନସଭା ବଜେଟ୍ ଅଧିବେଶନ । ଆଜି ୪ର୍ଥ ଦିନରେ ଗୃହ ଅଚଳ । ବିରୋଧୀ ସଦସ୍ୟ ଗୃହ ମଧ୍ୟ ଭାଗକୁ ହଟ୍ଟଗୋଳ । ଧାନ ସମସ୍ୟା ନେଇ ସରକାରଙ୍କୁ ବିରୋଧୀଙ୍କ ଟାର୍ଗେଟ । ଗୃହରେ ପ୍ରବଳ ହୋହାଲ୍ଲା ଏବଂ ହଟ୍ଟଗୋଳ ଲାଗି ମୁଲତବୀ ରଖିଲେ ବାଚସ୍ପତି । ଦିନ ସାଢେ ୧୧ ଟା ଯାଏଁ ଗୃହକୁ ମୁଲତବୀ ରଖିଛନ୍ତି ବାଚସ୍ପତି ସୁରମା ପାଢୀ ।

ଏ ଖବର ବି ପଢନ୍ତୁ:- ବିଧାନସଭାରେ ବଜେଟ୍ ଉପସ୍ଥାପନ କରିବେ ମୁଖ୍ୟମନ୍ତ୍ରୀ : ବିକଶିତ ଓଡିଶା ଲକ୍ଷ୍ୟକୁ ମିଳିବ ନୂଆ ଦିଗ

ବିଧାନସଭା ବଜେଟ ଅଧିବେଶନର ଶୁକ୍ରବାର ଥିଲା ୪ର୍ଥ ଦିବସ । ସବୁ ଦିନ ପରି ଆରମ୍ଭ ହୋଇଥିଲା ଅଧିବେଶନ । ହେଲେ ଗୃହ ଆରମ୍ଭ ହେବା ମାତ୍ରେ ବିରୋଧୀ ସଦସ୍ୟମାନେ ହଟ୍ଟଗୋଳ କରିଥିଲେ । ଏପିରିକି ପ୍ଲା-କାର୍ଡ ଧରି ଗୃହ ମଧ୍ୟ ଭାଗକୁ ଆସି ନାରାବାଜି କରିଥିଲେ । ବିଧାନସଭାରେ ଅଧିକ ହଟ୍ଟଗୋଳକୁ ଦୃଷ୍ଟିରେ ରଖି ବାଚସ୍ପତି ମୁଲତବୀ ଘୋଷଣା କରିଥିଲେ । ବିଧାନସଭାକୁ ଦିନ ୧୧ଟା ୩୦ ଯାଏଁ ମୁଲତବୀ ଘୋଷଣା କରିଛନ୍ତି ବାଚସ୍ପତି ।

ଏ ଖବର ବି ପଢନ୍ତୁ:- ଗାର୍ଲଫ୍ରେଣ୍ଡ ସହ ହୋଟେଲକୁ ଆସିଥିଲେ ଯୁବକ, ଏବେ ମିଳିଲା ମୃତଦେହ