ଭୁବନେଶ୍ୱର ୧୫।୦୭ : ତ୍ରିକୋଣୀୟ ପ୍ରେମରୁ ନର୍ସଙ୍କ ଆତ୍ମହତ୍ୟା । ଘର ଭତିରେ ରଶି ଲଗାଇ ଝୁଲି ପଡ଼ିଲେ ଯୁବତୀ । ଡମଣାର ଏକ ଭଡ଼ା ଘରୁ ମିଳିଲା ନର୍ସଙ୍କ ଝୁଲନ୍ତା ମୃତଦେହ I ପୂର୍ବତନ ପ୍ରେମିକର ଅତ୍ୟାଚାର ଯୋଗୁ ଆତ୍ମହତ୍ୟା କରିଥିବା ସୂଚନା । ଦୁଇ ପ୍ରେମିକ ଥାନାରେ ଅଟକ ।

ମିଳିଥିବା ସୂଚନା ଅନୁସାରେ, ବ୍ଲାକମେଲ କରୁଥିଲା ପୂର୍ବତନ ପ୍ରେମିକ ପରମାନନ୍ଦ। ପ୍ରେମିକ ମହେଶ ନାଥଙ୍କ ସହ ଲିଭଇନରେ ରହୁଥିଲେ ଯୁବତୀ। ନର୍ସଙ୍କ ଆତ୍ମହତ୍ୟା ପରେ ଦୁଇ ପ୍ରେମିକ ଅଟକ । ମହେଶକୁ ଅଟକ ରଖି ଯାଞ୍ଚ ବେଳେ ସାମ୍ନାକୁ ଆସିଲା ନୂଆ ତଥ୍ୟ I ମୃତ ନର୍ସଙ୍କୁ ମାନସିକ ନିର୍ଯାତନା ସହ ବ୍ଲାକମେଲ କରୁଥିଲେ ପୂର୍ବତନ ପ୍ରେମିକ I ସେ ବଲାଙ୍ଗୀର ଅଞ୍ଚଳର I ପରମାନନ୍ଦ ପୂର୍ବରୁ ସସ୍ମିତାଙ୍କୁ ଭଲ ପାଉଥିଲା I ସସ୍ମିତା ଭୁବନେଶ୍ୱର ଆସିବା ପରେ ମହେଶ ସହିତ ଲିଭଇନରେ ରହୁଥିଲେ I ଯାହାକୁ ନେଇ ପରମାନନ୍ଦ ସସ୍ମିତାଙ୍କୁ ବ୍ଲାକମେଲ କରିବା ଆରମ୍ଭ କରିଦେଇଥିଲା I ମଙ୍ଗଳବାର ଅତ୍ୟାଚାର ବହୁତ ହୋଇ ଯିବାରୁ, ସେ ଜୀବନ ହାରି ଦେଇଥିଲେ I

Also Read:-ଆଜାଦ ନଗର ବୋମା ବିସ୍ଫୋରଣ ଘଟଣା: ରାଜଧାନୀରେ NIAର ବଡ଼ ଧରଣର ଚଢ଼ଉ, ମିଳିଲା ଗୁରୁତ୍ୱପୂର୍ଣ୍ଣ ସୁରାକ

ତେଵେ ଫୋନରେ ଥିବା ସମସ୍ତ କଲ ରେକର୍ଡ଼ିଂରୁ ସ୍ପଷ୍ଟ ହୋଇଛି ଯେ ପରମାନନ୍ଦ ଯୋଗୁ ସେ ପ୍ରାଣ ହାରିଛନ୍ତି I ଅନ୍ୟପଟେ ମହେଶକୁ ଅଟକ ରଖି ପୋଲିସ । ମୃତଦେହକୁ ଜବତ କରିବା ସହ ଖୋଳତାଡ଼ ଆରମ୍ଭ କରୁଛି ଚନ୍ଦ୍ରଶେଖରପୁର ଥାନା ପୋଲିସ । ମୃତକଙ୍କ ପରିବାର ପକ୍ଷରୁ ଝିଅକୁ ହତ୍ୟା କରାଯାଇଥିବାର ଅଭିଯୋଗ ଆସିଛି । ପୋଲିସ ବି ସବୁ ଦିଗକୁ ନେଇ ଛାନ୍ଭିନ୍ ଆରମ୍ଭ କରିଛି ।