ନୂଆଦିଲ୍ଲୀ, ୧୦।୧୧ : ଟେଷ୍ଟ୍ କ୍ରିକେଟ୍ ଇତିହାସରେ ପ୍ରଥମ । ୧୪୯ ବର୍ଷରେ ପ୍ରଥମ ଥର ପାଇଁ ଗୋଟିଏ ଦଳ ଉଭୟ ଇନିଂସରେ ୫୦୦ରୁ ଅଧିକ ରନ୍ ସ୍କୋର କରିଛି । ଏହାସହ ନୂଆ ଇତିହାସ ଲେଖିଛି ଜିମ୍ବାଓ୍ୱେ । ଆଫଗାନିସ୍ତାନ ବିପକ୍ଷରେ ଉଭୟ ଇନିଂସରେ ଦଳର ସ୍କୋର ୫୦୦ ଟପିଛି ।

ପ୍ରଥମ ଇନିଂସରେ ଜିମ୍ବାଓ୍ୱେ ୫୦୪ ରନ୍ କରିଥିଲା । ଦ୍ୱିତୀୟ ଇନିଂସରେ ଦଳ ୫୨୩ ରନ୍ କରିବାରେ ସକ୍ଷମ ହୋଇଥିଲା । ଶାରଜାହରେ ଖେଳାଯାଇଥିବା ମୁକାବିଲାରେ ଏହି କୀର୍ତ୍ତିମାନ ଦେଖିବାକୁ ମିଳିଥିଲା ।

Also Read :- ଆମେରିକାକୁ ବୋକା ବନାଇଦେଲା ଇରାନ : ଚାଇନା ସହ ଯୋଡ଼ିଛି ଗୁପ୍ତ ତୈଳ ନେଟଓ୍ୱର୍କ

ଆଫଗାନିସ୍ତାନ ବିପକ୍ଷ ମୁକାବିଲାରେ ଜିମ୍ବାଓ୍ୱେ ଟସ୍ ଜିତି ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇଥିଲା । ଦଳ ପ୍ରଥମ ଇନିଂସରେ ୫୦୪ ରନ୍ କରିଥିଲା । ବ୍ରେଣ୍ଡନ୍ ଟେଲର ଏବଂ ବ୍ରାଏନ୍ ବେନେଟ୍ ଶତକୀୟ ପାଳି ଖେଳିଥିଲେ । ଏହାସହ ଲୋୟର ଅର୍ଡର ବ୍ୟାଟର ମଧ୍ୟ ଉପଯୋଗୀ ଇନିଂସ ଖେଳିଥିଲେ । ଫଳରେ ଦଳର ସ୍କୋର ୫୦୦ ଟପିଥିଲା । ଜବାବରେ ଆଫଗାନିସ୍ତାନ ମଧ୍ୟ ଜବରଦସ୍ତ ବ୍ୟାଟିଂ କରିଥିଲା । ଦଳ ପକ୍ଷରୁ ସେଦିକୁଲାହ ଅଟଲ, ରେହମନୁଲା ଜର୍ଡାନ ଏବଂ ରେହମତ୍ ଶାହ ଶତକ ଲଗାଇଥିଲେ । ଫଳରେ ଟିମ୍ ୫୧୪ ରନ୍ କରିଥିଲା ।

ଦ୍ୱିତୀୟ ଇନିଂସରେ ଜିମ୍ବାଓ୍ୱେ ସଅଳ ଓ୍ୱିକେଟ୍ ହରାଇଥିଲେ ବି ଅଲରାଉଣ୍ଡର କ୍ରେଗ୍ ଏରଭିନ୍ ୨୦୬ ରନର ପାଳି ଖେଳିଥିଲେ । ସେହିପରି ଓ୍ୱେସଲେ ମାଧେଭିର୍ ମଧ୍ୟ ଶତକ ଅର୍ଜନ କରିଥିଲେ । ଫଳରେ ଦଳ ୫୨୩ ରନ୍ କରିପାରିଥିଲା । ତେବେ ଗୋଟିଏ ମ୍ୟାଚରେ ତିନୋଟି ଇନିଂସରେ ୫୦୦ରୁ ଅଧିକ ରନ୍ ସ୍କୋର ହୋଇଛି । ଯାହା ଏକ ରେକର୍ଡ୍ । ସେହିପରି ଜିମ୍ବାଓ୍ୱେ ଉଭୟ ଇନିଂସରେ ୫୦୦ ପ୍ଲସ୍ ସ୍କୋର କରି ବିରଳ କୀର୍ତ୍ତିମାନ ହାସଲ କରିଛି ।