ନୂଆଦିଲ୍ଲୀ, ୧୦।୧୧ : ସତ ହେଲା ଆଶଙ୍କା । ଯାହା ଡର ଥିଲା ତାହା ହିଁ ହେଲା । କାରଣ ବର୍ଷା ପାଇଁ ହାମିଲଟନରେ ଭାରତ ଏବଂ ନ୍ୟୁଜିଲାଣ୍ଡ ମଧ୍ୟରେ ତୃତୀୟ ଦିନିକିଆ ବାତିଲ ହୋଇଛି । ଗୋଟିଏ ହେଲେ ବଲ୍ ନପଡି ମ୍ୟାଚକୁ ରବ୍ଦ କରାଯାଇଛି । ଲଗାତାର ବର୍ଷା କାରଣରୁ ଖେଳ ପ୍ରଭାବିତ ହୋଇଛି ।

ମ୍ୟାଚ୍ ରବ୍ଦ ହେଲା ପରେ ଭାରତ ସିରିଜରେ ୨-୦ରେ ଆଗୁଆ ରହିଛି । ଅର୍ଥାତ ଦଳ ଆଉ ସିରିଜ୍ ହାରିବ ନାହିଁ । ଯଦି ଆଉ ଗୋଟିଏ ମ୍ୟାଚ୍ ଜିତେ ତାହାଲେ ସିରିଜ୍ କବଜା କରିବ ଏବଂ ନ୍ୟୁଜିଲାଣ୍ଡ ଦୁଇଟି ମ୍ୟାଚ୍ ଜିତିଲେ ୫ ମ୍ୟାଚ୍ ବିଶିଷ୍ଟ ସିରିଜ୍ ଡ୍ର ରହିବ । ତେବେ ନ୍ୟୁଜିଲାଣ୍ଡ ପାଇଁ ବିଜୟ ସହଜ ହେବନି । ଦଳର ଅନେକ ଷ୍ଟାର୍ ଖେଳାଳି ଆହତଜନିତ କାରଣରୁ ବାହାରେ ଅଛନ୍ତି ।

Also Read :- କଏଦୀଙ୍କ ଆଗୁଆ ମୁକ୍ତି ନିୟମ ବଦଳିବ, ନୂଆ ମାର୍ଗଦର୍ଶିକା ଆଣିବେ ସରକାର

ମ୍ୟାଚ୍ ଉପରେ ନଜର ପକାଇଲେ ଆରମ୍ଭରୁ ବର୍ଷା ହେଉଥିଲା । ଫଳରେ ଟସରେ ବିଳମ୍ବ ହୋଇଥିଲା । ଟସ୍ ପରେ ମଧ୍ୟ ବର୍ଷା ହୋଇଥିଲା ଯାହା ଛାଡିନଥିଲା । ଭାରତ ବୋଲିଂ ନିଷ୍ପତ୍ତି ନେଇଥିଲେ ମଧ୍ୟ ମ୍ୟାଚ୍ ଆରମ୍ଭ ହୋଇପାରିନଥିଲା । ତେବେ ଶେଷରେ ପରିସ୍ଥିତିକୁ ଦେଖି ମ୍ୟାଚ୍ ଅମ୍ପାୟାର ବାତିଲ କରିବାକୁ ନିଷ୍ପତ୍ତି ନେଇଛନ୍ତି ।