ନୂଆଦିଲ୍ଲୀ, ୧୦।୧୧ : ଆଇପିଏଲ ୨୦୨୭ ପୂର୍ବରୁ ଜୋର୍ ଧରିଛି ଖେଳାଳି ଅଦଳବଦଳ ଚର୍ଚ୍ଚା । ଟ୍ରେଡ୍ ଓ୍ୱିଣ୍ଡୋକୁ ନେଇ ଅନେକ ଆକଳନ କରାଯାଉଛି । ଯାହା ଫ୍ୟାନ୍ସଙ୍କୁ ମଧ୍ୟ ଚକିତ କରିଦେଇଛି । ଏପରିକି ଦିଲ୍ଲୀ କ୍ୟାପିଟାଲ୍ସର ଅଧିନାୟକ ଅକ୍ଷର ପଟେଲ ଚେନ୍ନାଇ ସୁପର କିଙ୍ଗସରେ ସାମିଲ ହେବେ ବୋଲି ମଧ୍ୟ ଅନେକ କହୁଛନ୍ତି ।

ଭାରତୀୟ କ୍ରିକେଟ୍ ଦଳର ପୂର୍ବତନ ବୋଲର ଆର ଅଶ୍ୱୀନ କହିଛନ୍ତି ଯେ, ଦିଲ୍ଲୀ କ୍ୟାପିଟାଲ୍ସ ଅକ୍ଷର ପଟେଲଙ୍କୁ ଚେନ୍ନାଇ ପଠାଇପାରେ । କିନ୍ତୁ ଏହା ଠିକ୍ ନିଷ୍ପତ୍ତି ହେବ ନାହିଁ । ଚିପକ୍ ପିଚ୍ ସଦାବେଳେ ସ୍ପିନରଙ୍କୁ ସୁହାଇଥାଏ । ଅକ୍ଷର ପଟେଲ ଚେନ୍ନାଇକୁ ଗଲେ ଦଳର ସବୁଠୁ ବଡ ଦୁର୍ବଳତା ଦୂର ହୋଇଯିବ । ଅକ୍ଷର ଜଣେ ଭଲ ଅଲରାଉଣ୍ଡର । ସେ ଚେନ୍ନାଇକୁ ମଜବୁତ କରିଦେବେ ।

ସେ ଆହୁରି କହିଛନ୍ତି ଯେ, ଅକୀଲ ହୁସେନଙ୍କ ଆବଶ୍ୟକତା ଆଉ ପଡିବ ନାହିଁ ।ଦିଲ୍ଲୀ କଣ ପାଇଁ ଏପରି ପଦକ୍ଷେପ ନେଉଛି ତାକୁ ନେଇ ଅଶ୍ୱୀନ ପ୍ରଶ୍ନ ଉଠାଇଛନ୍ତି । ଦିଲ୍ଲୀ ଏହି ଡିଲ୍ କଲେ ତାକୁ ଚେନ୍ନାଇରୁ ଡିଓ୍ୱାଲଡ୍ ବ୍ରେଭିସ୍ ମିଳିପାରନ୍ତି । ତେବେ ଦିଲ୍ଲୀର ଆଗାମୀ ଅଧିନାୟକ କିଏ ହେବ ତାହା ମଧ୍ୟ ସ୍ପଷ୍ଟ ନୁହେଁ ।

Also Read :- କ୍ରିକେଟ୍ ଇତିହାସରେ ପ୍ରଥମ : ଉଭୟ ଇନିଂସରେ ୫୦୦ ଟପିଲା ଜିମ୍ବାଓ୍ୱେର ସ୍କୋର

ଚର୍ଚ୍ଚା ହେଉଛି ଯେ, ଋଷଭ ପନ୍ତ ଦିଲ୍ଲୀ ଫେରିପାରନ୍ତି । କିନ୍ତୁ କପ୍ତାନୀ ଭାର ପନ୍ତଙ୍କ ବଦଳରେ କେଏଲ ରାହୁଲଙ୍କୁ ମିଳିବା ଦରକାର ବୋଲି ଅଶ୍ୱୀନ ଜୋର୍ ଦେଇଛନ୍ତି । ୨୦୨୬ ସିଜିନରେ କେଏଲ ଦିଲ୍ଲୀ ପକ୍ଷରୁ ୫୯୩ ରନ୍ କରିଥିଲେ । ତାଙ୍କ ପାଖରେ କପ୍ତାନୀର ଅନୁଭବ ଥିବା ଅଶ୍ୱୀନ୍ ପ୍ରକାଶ କରିଛନ୍ତି ।