Nishant Kumar will not be the Deputy Chief Minister: ବିହାରରେ ବିଜେପି ଭଲ ପ୍ରଦର୍ଶନ କରି ଆସୁଥିଲେ ହେଁ ନୀତୀଶ କୁମାର ସବୁବେଳେ ଏହାର ଫାଇଦା ଉଠାଉଥିଲେ। ସେ ହେଉଥିଲେ ମୁଖ୍ୟମନ୍ତ୍ରୀ। ହେଲେ ଏଥର ବିଜେପି ତାଙ୍କୁ ମୁଖ୍ୟମନ୍ତ୍ରୀ ପଦରୁ ହଟାଇବାରେ ସଫଳ ହୋଇଛି। ମଙ୍ଗଳବାର ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇଛନ୍ତି ନୀତୀଶ କୁମାର। ଫଳରେ ଦୀର୍ଘ ୨୦ ବର୍ଷ ଧରି ଚାଲିଥିବା ନୀତୀଶ ମୁଖ୍ୟମନ୍ତ୍ରୀ ଯୁଗ ଶେଷ ହୋଇଛି। ଏବେ ସେ ଖାଲି ପରାମର୍ଶଦାତା ହୋଇ ରହିବେ ବୋଲି ନୀତୀଶ ଟ୍ୱିଟ୍ କରି ଲେଖିଛନ୍ତି।

ଖାଲି ନୀତୀଶ କୁମାର କାହିଁକି, କୁହାଯାଉଛି, କ୍ଷମତା ରାଜନୀତିରେ ନୀତୀଶଙ୍କ ଚିହ୍ନବର୍ଣ୍ଣ ରଖିବାକୁ ଚାହୁଁ ନାହିଁ ବିଜେପି। ନୀତୀଶ କୁମାରଙ୍କ ପୁଅ ନିଶାନ୍ତ କୁମାର ବିହାରର ଉପମୁଖ୍ୟମନ୍ତ୍ରୀ ହେବେ ବୋଲି ଶୁଣିବାକୁ ମିଳୁଥିଲା। ହେଲେ ମିଳିଥିବା ଖବର ଅନୁସାରେ, ନିଶାନ୍ତ ଉପମୁଖ୍ୟମନ୍ତ୍ରୀ ହେବେ ନାହିଁ ବରଂ ତାଙ୍କ ସ୍ଥାନରେ ବିଜୟ ଚୌଧୁରୀଙ୍କୁ ଉପମୁଖ୍ୟମନ୍ତ୍ରୀ କରାଯାଇପାରେ। ନିଶାନ୍ତ ୬ ମାସ ପାଇଁ କୌଣସି ପଦ ନେବେ ନାହିଁ ବୋଲି କହିଛନ୍ତି। ସେ ଜନତାଙ୍କ ପାଖକୁ ଯିବେ ବୋଲି କହିଛନ୍ତି। ତେଣୁ ତାଙ୍କ ସ୍ଥାନରେ ବିଜୟ ଚୌଧୁରୀ ଉପମୁଖ୍ୟନ୍ତ୍ରୀ ଭାବେ ଶପଥ ନେଇପାରନ୍ତି।

କିଏ ହେବେ ବିହାରର ପରବର୍ତ୍ତି ମୁଖ୍ୟମନ୍ତ୍ରୀ?

ବିହାରର ପରବର୍ତ୍ତି ମୁଖ୍ୟମନ୍ତ୍ରୀ କିଏ ହେବେ ସେ ନେଇ ବହୁ ବିଚାର ବିମର୍ଶ ଓ ସମୀକ୍ଷା କରିବା ପରେ ସମ୍ରାଟ ଚୌଧୁରୀଙ୍କ ନାଁରେ ମୋହର ବାଜିଛି। ମଙ୍ଗଳବାର ବସିଥିବା ବିଧାୟକ ଦଳ ବୈଠକରେ ସମ୍ରାଟଙ୍କୁ ଗୃହର ନେତା ଭାବେ ଚୟନ କରାଯାଇଛି। ଆସନ୍ତାକାଲି ପୂର୍ବାହ୍ନ ୧୧ଟାରେ ଲୋକ ଭବନରେ ରାଜ୍ୟର ନୂଆ ମୁଖ୍ୟମନ୍ତ୍ରୀ ଭାବରେ ସେ ଶପଥ ଗ୍ରହଣ କରିବେ।

ବିଜେପି ବିଧାୟକ ଦଳ ବୈଠକରେ ଉପମୁଖ୍ୟମନ୍ତ୍ରୀ ସମ୍ରାଟ ଚୌଧୁରୀଙ୍କୁ ପୁନର୍ବାର ବିଧାୟକ ଦଳର ନେତା ଭାବେ ଚୟନ କରାଯାଇଛି। ଉପମୁଖ୍ୟମନ୍ତ୍ରୀ ବିଜୟ ସିହ୍ନା ମୁଖ୍ୟମନ୍ତ୍ରୀ ପଦ ପାଇଁ ସମ୍ରାଟଙ୍କ ନାଁ ସୁପରିଶ କରିଥିଲେ। ଏହାପରେ ଏନଡିଏରେ ସର୍ବସମ୍ମତିକ୍ରମେ ତାଙ୍କ ନାଁକୁ ସ୍ୱୀକାର କରାଯାଇଥିଲା। ନୀତିଶଙ୍କ ସରକାରରେ ଉପମୁଖ୍ୟମନ୍ତ୍ରୀ ଥିବା ସମ୍ରାଟ ଚୌଧୁରୀ ଏବେ ବିହାରରେ ଏନଡିଏ ସରକାର ମଙ୍ଗ ସମ୍ଭାଳିବେ। ତାଙ୍କ ନାଁରେ ଦୀର୍ଘ ସମୟ ଧରି କଳ୍ପନା ଜଳ୍ପନା ଲାଗି ରହିଥିଲା। ତେବେ ସେ ମୁଖ୍ୟମନ୍ତ୍ରୀ ହେବା ପରେ ବିଜୟ ଚୌଧୁରୀ ଉପମୁଖ୍ୟନ୍ତ୍ରୀ ଭାବେ ଶପଥ ନେଇପାରନ୍ତି।

ଣ କହିଲେ ସମ୍ରାଟ?

ନେତା ଭାବରେ ନିର୍ବାଚିତ ହେବା ପରେ, ସମ୍ରାଟ ତାଙ୍କୁ ଏହି ଦାୟିତ୍ୱ ଦେବା ପାଇଁ ଦଳ ପ୍ରତି ଗଭୀର କୃତଜ୍ଞତା ପ୍ରକାଶ କରିଥିଲେ। ଏହା ତାଙ୍କ ପାଇଁ କେବଳ ଏକ ପଦବୀ ନୁହେଁ, ବରଂ ବିହାରର ଲୋକଙ୍କ ସେବା କରିବା, ସେମାନଙ୍କ ବିଶ୍ୱାସ ଏବଂ ସ୍ୱପ୍ନ ପୂରଣ କରିବା ପାଇଁ ଏକ ପବିତ୍ର ସୁଯୋଗ ବୋଲି ଶ୍ରୀ ଚୌଧୁରୀ କହିଥିଲେ।ସମ୍ରାଟ କହିଛନ୍ତି "ମୁଁ ସମ୍ପୂର୍ଣ୍ଣ ନିଷ୍ଠା, ସମର୍ପଣ ଏବଂ ସଚ୍ଚୋଟତାର ସହିତ ଲୋକଙ୍କ ଆଶା ପୂରଣ କରିବାକୁ ପ୍ରତିଜ୍ଞା କରୁଛି। ଦେଶର ଯଶସ୍ୱୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସକ୍ଷମ ନେତୃତ୍ୱ ଏବଂ ଆମର ମାନ୍ୟବର ରାଷ୍ଟ୍ରୀୟ ଅଧ୍ୟକ୍ଷ ନୀତିନ ନବୀନଙ୍କ ମାର୍ଗଦର୍ଶନରେ, ମୁଁ ବିହାରକୁ ବିକାଶ, ସୁଶାସନ ଏବଂ ସମୃଦ୍ଧିର ନୂତନ ଶିଖରରେ ପହଞ୍ଚାଇବା ପାଇଁ ପ୍ରୟାସ ଜାରି ରଖିବି। ଆପଣଙ୍କ ଭଲପାଇବା, ଆଶୀର୍ବାଦ ଏବଂ ସମର୍ଥନ ମୋର ସବୁଠାରୁ ବଡ଼ ଶକ୍ତି। ଜୟ ବିହାର, ଜୟ ଭାରତ!"

ସରିଲା ନୀତୀଶ ଯୁଗ

ସରିଲା ନୀତୀଶ ଯୁଗ। ଦୀର୍ଘ ୨୦ ବର୍ଷ ପରେ ନୀତୀଶଙ୍କୁ ଛାଡିବାକୁ ପଡିଲା ମୁଖ୍ୟମନ୍ତ୍ରୀ ଆସନର ମୋହ। ଯେଉଁ ଆସନ ମୋହ ପାଇଁ ରାଜନୀତିରେ ସେ ପଲଟୁରାମ ନାଁରେ ବଦନାମ ହୋଇଛନ୍ତି, ଶେଷରେ ଦୁଇ ଦଶନ୍ଧୀ ଧରି କ୍ଷମତା ଭୋଗ କରିବା ପରେ ଆସନ ଛାଡିଛନ୍ତି ନୀତୀଶ। ଏବେ ସେ ଖାଲି ପରାମର୍ଶଦାତାର ଭୂମିକା ନିର୍ବାହ କରିବେ। ମଙ୍ଗଳବାର ଜେଡିୟୁ ସୁପ୍ରିମୋ ନୀତୀଶ କୁମାର ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେବା ପରେ ବିହାର ରାଜନୀତିରେ ଏକ ବଡ଼ ଘଟଣା ଘଟିଛି। ୨୦ ବର୍ଷର ମୁଖ୍ୟମନ୍ତ୍ରୀ ଆସନକୁ ଅଲବିଦା କହି ରାଜ୍ୟସଭା ଅଭିମୁଖେ ବାହାରିଛନ୍ତି ୭୫ ବର୍ଷୀୟ ନୀତୀଶ।

ବାରମ୍ବାର ଦଳ ପରିବର୍ତ୍ତନ ପାଇଁ ପଲଟୁରାମ ନାଁରେ ବଦାନମ ନୀତୀଶ, ମଙ୍ଗଳବାର ଲୋକଭବନକୁ ଯାଇ ରାଜ୍ୟପାଳ ଲେଫ୍ଟନାଣ୍ଟ ଜେନେରାଲ୍ ସୟଦ ଅତା ହସନୈନଙ୍କୁ ତାଙ୍କ ଇସ୍ତଫା ପତ୍ର ପ୍ରଦାନ କରିଛନ୍ତି। ୫ ମାସ ତଳେ ବିହାର ବିଧାନସଭା ନିର୍ବାଚନରେ ଜେଡିୟୁ ୮୫ ଆସନ ଜିତିଥିଲା। ବିଜେପି ଜିତିଥିଲା ୮୯ଟି ଆସନ। ଜେଡିୟୁର ଏତେ ମଜଭୁତ ପ୍ରଦର୍ଶନ ସତ୍ତ୍ୱେ ବି ନୀତୀଶଙ୍କୁ ମୁଖ୍ୟମନ୍ତ୍ରୀ ଆସନ ଛାଡ଼ିବାକୁ ପଡ଼ିଛି।

ଇସ୍ତଫା ଦେବା ପରେ ନୀତୀଶ ଏକ୍ସରେ ପୋଷ୍ଟ କରି ନୀତିଶ କୁମାର ଲେଖିଛନ୍ତି ଯେ ତାଙ୍କ ସରକାର ସମାଜର ପ୍ରତ୍ୟେକ ବର୍ଗ ପାଇଁ ଶିକ୍ଷା, ସ୍ୱାସ୍ଥ୍ୟ, ବିଦ୍ୟୁତ୍ ଭଳି କ୍ଷେତ୍ରରେ କାର୍ଯ୍ୟ କରିଛି, ବିଶେଷ କରି ମହିଳା ଏବଂ ଯୁବପିଢ଼ି ପାଇଁ କାମ କରିଛି। ଏବେ ନୂଆ ସରକାର ଏହି ଦାୟିତ୍ୱ ତୁଲାଇବ ଏବଂ ଏଥିରେ ନୀତୀଶଙ୍କର ପୂର୍ଣ୍ଣ ସହଯୋଗ ଏବଂ ମାର୍ଗଦର୍ଶନ ରହିବ ବୋଲି ସେ କହିଛନ୍ତି।

Also read- BJP's Tamil Nadu manifesto: ପରିବାରକୁ ୧୦ ହଜାର,ଜିନିଷ କୁଣିବାକୁ ୮ ହଜାରର କୁପନ ଦେବୁ:ତାମିଲନାଡୁ ପାଇଁ ବିଜେପିର ଘୋଷଣା