ବ୍ରହ୍ମପୁର ୧୩।୧୦: ବ୍ରହ୍ମପୁର ଏମକେସିଜି ମେଡିକାଲରେ ବିରଳ ଶିଶୁ ଜନ୍ମ । ଶିଶୁର ଗୋଟିଏ ଶରୀର, ରହିଛି ଦୁଇଟି ମୁଣ୍ଡ l କିନ୍ତୁ ଗୋଟିଏ ଶରୀର ଓ ଗୋଟିଏ ହିଁ ହୃଦୟ ରହିଛି । ଛାତିକୁ ଛାତି ଲାଗି ଯାଇଛି l ଦୁଇଟି ମେରୁଦଣ୍ଡ ରହିଛି । ଏଭଳି ଏକ ବିରଳ ଶିଶୁ ଜନ୍ମ ହେବା ପରେ ପରିବାରବର୍ଗ ଚିନ୍ତିତ ହୋଇ ପଡିଛନ୍ତି l ଶିଶୁର ଯତ୍ନ ଓ ସ୍ୱାସ୍ଥ୍ୟାବସ୍ଥା ନେଇ ଡାକ୍ତର ମଧ୍ୟ ଚିନ୍ତିତ ହୋଇପଡିଛନ୍ତି l


ଗତ ରବିବାର କନ୍ଧମାଳ ଜିଲ୍ଲା ତୁମୁଡିବନ୍ଧ ଅଞ୍ଚଳରୁ ଜଣେ ଗର୍ଭବତୀ ମହିଳା ଏମକେସିଜି ମେଡିକାଲକୁ ଆସିଥିଲେ । ଏମକେସିଜି ମେଡିକାଲରେ ମହିଳାଙ୍କ ଶିଶୁଟି ଜନ୍ମ ହୋଇଥିଲା । ଶିଶୁଟି ଜନ୍ମ ହେବା ପରେ ତାର ଶରୀରର ଗଠନ ପ୍ରଣାଳୀକୁ ଦେଖି ଡାକ୍ତର ମଧ୍ୟ ଆବାକ ହୋଇଯାଇଥିଲେ । ଏମକେସିଜି ମେଡିକାଲର ସ୍ତ୍ରୀ ଓ ପ୍ରସୂତି ବିଭାଗରୁ ସଙ୍ଗେ ସଙ୍ଗେ ଶିଶୁଟିକୁ ଶିଶୁ ବିଭାଗର ଏସଏନସିୟୁକୁ ସ୍ଥାନାନ୍ତର କରାଯାଇଥିଲା । ଦୁଇ ଦିନ ହେଲା ଶିଶୁଟିକୁ ଅବଜରଭେସନ ଆଇସିୟୁରେ ରଖି ଚିକିତ୍ସା କରାଯାଉଛି l ଏଭଳି ବିରଳ ନବଜାତର ପରୀକ୍ଷା ନିରୀକ୍ଷା ଶିଶୁ ଶଲ୍ୟ ଚିକିତ୍ସା ବିଭାଗ ପ୍ରଫେସର କରିବା ପରେ ପରବର୍ତ୍ତୀ ପଦକ୍ଷେପ ନିଆଯିବ ବୋଲି କୁହାଯାଉଛି । ଶିଶୁଟି ବର୍ତ୍ତମାନ ଏସଏନସିୟୁରେ ଚିକିତ୍ସିତ ହେଉଛି । ଶିଶୁର ସ୍ବାସ୍ଥ୍ୟାବସ୍ଥା ଗୁରୁତର ରହିଛି । ଶିଶୁର ଓଜନ ୨.୬ କିଲୋଗ୍ରାମ ଥିବା ଡାକ୍ତର କହିଛନ୍ତି l ଶିଶୁଟିକୁ ଶିଶୁରୋଗ ବିଭାଗର ବହୁ ବରିଷ୍ଠ ଡାକ୍ତର ମାନେ ଚିକିତ୍ସା କରୁଛନ୍ତି । ଆବଶ୍ୟକ ପଡ଼େ ତେବେ ଶିଶୁକୁ ଭୁବନେଶ୍ୱର ଏମ୍ସ କିମ୍ବା ଅନ୍ୟ ମେଡିକାଲକୁ ସ୍ଥାନାନ୍ତର କରାଯିବ ବୋଲି ଶିଶୁ ଶଲ୍ୟ ବିଭାଗର ଡାକ୍ତର କହିଛନ୍ତି ।

Also Read:-ଭୁବନେଶ୍ୱର ଘାଟିକିଆରେ ‘ବଜରଙ୍ଗୀ ଖେଳପଡ଼ିଆ’ ଲୋକାର୍ପଣ କଲେ ମୁଖ୍ୟମନ୍ତ୍ରୀ

କନ୍ଧମାଳ ଜିଲ୍ଲା ତୁମୁଡିବନ୍ଧ ତିଡ଼ିପଦର ଗାଁର ତ୍ରିଲୋଚନ ମାଝୀ ଓ ରୁନି ମାଝିଙ୍କ ପ୍ରଥମ ସନ୍ତାନ l ସନ୍ତାନ ଜନ୍ମ ନେଇ ବହୁତ ଖୁସି ଥିଲେ l କିନ୍ତୁ ଶିଶୁର ଜନ୍ମ ପରେ ଶିଶୁର ପ୍ରଣାଳୀ ଦେଖି ଆଶ୍ଚର୍ଯ୍ୟ ହେବା ସହ ଦୁଃଖିତ ଥିବା କହିଛନ୍ତି l ଏଭଳି ଶିଶୁକୁ ନେଇ କଣ କରିବୁ କିଛି ବୁଝା ପଡୁନି ବୋଲି କହିଛନ୍ତି ନବଜାତ ଶିଶୁର ବାପା l ଗୋଟିଏ ପଟେ ଗରିବ ପରିବାର ଅନ୍ୟପଟେ ଶିଶୁର ଶାରୀରିକ ଗଠନର ପ୍ରଣାଳୀକୁ ସୁସ୍ଥ ରଖିବାକୁ ହେଲେ ଖର୍ଚ୍ଚାନ୍ତ ହେବାକୁ ପଡିବ l କେମିତି ଶିଶୁଟି ସୁରକ୍ଷିତ ଜୀବନ ଯାପନ କରିବ ତାକୁ ନେଇ ଚିନ୍ତିତ ବୋଲି କହିଛନ୍ତି ପରିବାରବର୍ଗ l

Watch Video: