ଭୁବନେଶ୍ଵର: ଅଭିନେତ୍ରୀ ନିଶା ମହାରଣା ସବୁବେଳେ ଚର୍ଚ୍ଚାରେ ରହିଥାନ୍ତି। କେବେ ତାଙ୍କ ଆଇଟମ ଡ୍ୟାନ୍ସକୁ ନେଇ କେବେ ତାଙ୍କୁ ହେଉଥିବା ବିରୋଧକୁ ନେଇ। ଏବେ ନିଶା ମହାରଣା ଏକ ଯାତ୍ରାପାର୍ଟି ନିଜେ ଗଢ଼ିଛନ୍ତି ଆଉ ଏଥିରେ ନିଜେ ଅଭିନୟ କରୁଛନ୍ତି। ତେବେ ଏହି ବହିର କାହାଣୀରେ ସେ ଜଣେ ବିଧାୟକଙ୍କ ବାବଦରେ ରହିଛି। ଯାହାକୁ ନେଇ କିଛି କଥା କିଛି କଥାର ନଥା ଚର୍ଚ୍ଚାକୁ ଆସିଛି।

ବହି ର ନାଁ ନିଶା ନିଶା ରାତି। ଚର୍ଚ୍ଚାରେ ନିଶା ମହାରଣାଙ୍କ ନାଟକ । ଆଗାମୀ ଯାତ୍ରା ସିଜିନରେ ଆସୁଛି ଏହି ନାଟକ। ନିଶା ମହାରାଣାଙ୍କ ନୂଆ ଯାତ୍ରା ପାର୍ଟି ତାରିଣୀ ଗଣନାଟ୍ୟର ନୂଆ ଅନୁସନ୍ଧାନ ମୂଳକ ନାଟକ। ଏଥିରେ ସେ ନିଜେ ନିଶା ଭୂମିକାରେ ଆସୁଛନ୍ତି। ମାନେ ତାଙ୍କର ଏକ ପ୍ରକାରର ବାୟୋପିକ୍। କାହାଣୀର ବିଷୟବସ୍ତୁ ଅନୁସାରେ ଜଣେ ଝିଅର ସଂଘର୍ଷର କାହାଣୀ ହେଉଛି ନିଶା ନିଶା ରାତି। ହେଲେ ଏଥିରେ ସେହି ଝିଅର ଜଣେ ବିଧାୟକଙ୍କ ସହିତ ମୁହାଁମୁହିଁ ହୋଇଛି। ବିଧାୟକ ତାଙ୍କୁ ବିରୋଧ କରୁଛନ୍ତି, ଟାର୍ଗେଟ କରୁଛନ୍ତି। ଶେଷରେ ସେ ବିଧାୟକଙ୍କୁ ଜିତିବାରେ ସଫଳ ହେଉଛନ୍ତି। ଆସନ୍ତୁ ଶୁଣିବା ନାଟକ ବାବଦରେ କଣ କହୁଛନ୍ତି ନିଶା ମହାରଣା।

Also Read: ନିଖୋଜ ହେବାର ୨୪ ଘଣ୍ଟା ପରେ ମିଳିଥିଲା ଅଭିନେତ୍ରୀଙ୍କ ଖଣ୍ଡବିଖଣ୍ଡିତ ମୃତଦେହ, କେମିତି ଧରା ପଡ଼ିଲା ହତ୍ୟାକାରୀ ?

କିଛି ଦିନ ପୂର୍ବକୁ ଚାଲିଯିବା। ନିଶା ମହାରଣାଙ୍କ ନୃତ୍ୟକୁ ନେଇ ଉଠୁଥିଲା ପଡୁଥିଲା ଖଣ୍ଡଗିରି। ନିଶା କହୁଥିଲେ ମୁଁ ଯାଇଥିଲି ଖଣ୍ଡଗିରି ଆଉ ପୁଣି ଯିବି ଖଣ୍ଡଗିରି । ସେପଟେ କିନ୍ତୁ ଖଣ୍ଡଗିରି ମଞ୍ଚରେ କୌଣସି ବି ଅଶ୍ଳୀଳ ନୃତ୍ୟ ହେଲେ ଏହାକୁ ବିରୋଧ କରାଯିବ ବୋଲି ଅଣ୍ଟା ଭିଡିଥିଲେ ବିଜେପି ନେତା ତଥା ବିଧାୟକ ବାବୁ ସିଂହ। ଏଥିପାଇଁ ଏକ ଠେଙ୍ଗାବାହିନୀ ମଧ୍ୟ ସାମ୍ନାକୁ ଆସିଥିଲା। ତେବେ ନିଶା ମହାରଣାଙ୍କର ନୂଆ ନାଟକରେ ଥିବା ବିଧାୟକ କଣ ବାବୁ ସିଂ ? ଏନେଇ ନିଶା ତ ନାଁ ନେଇନାହାନ୍ତି କିନ୍ତୁ ଚର୍ଚ୍ଚା କିଛି ସିଆଡ଼େ ଇଙ୍ଗିତ କରୁଛି ।

ଅବଶ୍ୟ ବାବୁ ସିଂ ଉତ୍ତର ଦେଇଛନ୍ତି। କେହି ଯଦି ଅର୍ଥ ଉପାର୍ଜନ ପାଇଁ ମୋ ନାଁ ବ୍ୟବହାର କରୁଛି ତେବେ ମୋର କିଛି କହିବାର ନାହିଁ । ଏମିତି କହି ସେ ଏଡ଼ାଇ ଦେଇଛନ୍ତି। ଏହି ନାଟକର ରିହର୍ସଲ ଚାଲିଛି। ଆଗାମୀ ସିଜିନରେ ଆସିବ ନିଶା ନିଶା ରାତି। ଲୋକେ ହିଁ କହିବେ କିଏ କାହାକୁ ଜିତୁଛି। ଲୋକଙ୍କ ହୃଦୟକୁ ବହିର ବିଷୟବସ୍ତୁ ଜିତୁଛି ନା ନାହିଁ।