ନୂଆଦିଲ୍ଲୀ ୨୬।୧୦: ମାଡ଼ିଆସୁଛି ବାତ୍ୟା ଅର୍ଣ୍ଣବ । ବଙ୍ଗୋପସାଗରରେ ବାତ୍ୟାର ରୂପ ନେଇଛି ଗଭୀର ଅବପାତ । ଆଜି ମଧ୍ୟରାତି ସୁଦ୍ଧା ଭୀଷଣ ବାତ୍ୟାର ରୂପ ନେବ ଅର୍ଣ୍ଣବ । ଆସନ୍ତାକାଲି ଅତି ଭୀଷଣ ବାତ୍ୟାରେ ପରିଣତ ସମ୍ଭାବନା ରହିଛି । ୨୮ ତାରିଖ ପୂର୍ବାହ୍ନରେ ଆନ୍ଧ୍ର ଉପକୂଳ ଛୁଇଁବ ବୋଲି କହିଛନ୍ତି IMD ଡିଜି ମୃତ୍ୟୁଞ୍ଜୟ ମହାପାତ୍ର ।

ତେବେ ବାତ୍ୟା ସ୍ଥଳଭାଗ ଛୁଇଁବା ବେଳକୁ ପବନର ବେଗ ଘଣ୍ଟାପ୍ରତି ୧୨୦ରୁ ୧୨୫ କି.ମି., ଝଟକା ପବର ବେଗ ୧୪୦ କି.ମି. ପର୍ଯ୍ୟନ୍ତ ବହିପାରେ । ଓଡ଼ିଶା ପାଇଁ ୨୭ ରାତି ଏବଂ ୨୮ ସକାଳ ଗୁରୁତ୍ବପୂର୍ଣ୍ଣ । ୨୭ ସଂଧ୍ୟାରୁ ଓଡ଼ିଶାର ଉପକୂଳବର୍ତ୍ତୀ ଜିଲ୍ଲା ଗୁଡ଼ିକରେ ବଢ଼ିବ ବର୍ଷାର ପରିମାଣ । ଗଞ୍ଜାମ, ଗଜପତି, ରାୟଗଡ଼ା, କୋରାପୁଟ, ମାଲକାନଗିରି ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ସମ୍ଭାବନା ରହିଛି ।

Also Read:- ବଟି ଆଦାୟ ଓ ମାରପିଟ୍ ଅଭିଯୋଗକୁ ନେଇ ବିବାଦରେ ତାଳସାରି IIC, ନ୍ୟାୟ ଦାବି କଲା ହୋଟେଲ ମାଲିକ ସଂଘ

ସେହିଭଳି ପବନର ବେଗ ସର୍ବାଧିକ ଘଣ୍ଟା ପ୍ରତି ୯୦ କିଲୋମିଟର ରହିପାରେ । ୨୯ ତାରିଖ ବେଳକୁ ଉତ୍ତର ଓଡ଼ିଶାର କିଛି ଜିଲ୍ଲାରେ ଯେମିତି ସମ୍ବଲପୁର, ସୁନ୍ଦରଗଡ଼, କେନ୍ଦୁଝର ଏବଂ ମୟୂରଭଞ୍ଜରେ ପ୍ରବଳ ବର୍ଷା ହୋଇପାରେ । ସମୁଦ୍ରରେ ୧ରୁ ଦେଢ଼ ମିଟର ପର୍ଯ୍ୟନ୍ତ ଉଚ୍ଚ ଜୁଆର ଆସିବାର ସମ୍ଭାବନା ଥିବାରୁ ମତ୍ସ୍ୟଜୀବୀଙ୍କୁ ସମୁଦ୍ର ଭିତରକୁ ନଯିବା ଲାଗି କଡ଼ା ଚେତାବନୀ ରହିଛି । ସହରାଞ୍ଚଳରେ ଜଳବନ୍ଦୀ ସମସ୍ୟା ସୃଷ୍ଟି ହୋଇପାରେ । ପୁରୀ ଓ ଉପକୂଳବର୍ତ୍ତୀ ଅଞ୍ଚଳକୁ ଆସୁଥିବା ପର୍ଯ୍ୟଟକ ମାନଙ୍କୁ ସତର୍କ ରହିବାକୁ ପରାମର୍ଶ ଦିଆଯାଇଛି ବୋଲି ଆଇଏମ୍ଡି ଡିଜି କହିଛନ୍ତି ।

Watch Video: