ଢେଙ୍କାନାଳ: ୫୫ ନମ୍ବର ଜାତୀୟ ରାଜପଥର ଢେଙ୍କାନାଳ ବାଏ ପାସରେ ଘଟିଛି ମର୍ମନ୍ତୁଦ ସଡକ ଦୁର୍ଘଟଣା। ବାଏ ପାସର କାଠଗୋଲା ନିକଟରେ ସ୍କୁଟି ଉପରେ ଏକ ଇନୋଭା କାର ଚଢି ଯାଇଛି । ଏହି ଦୁର୍ଘଟଣାରେ ସ୍କୁଟିରେ ଥିବା ୩ ଜଣ ଯୁବକଙ୍କ ମଧ୍ୟରୁ ୨ଜଣଙ୍କର ମୃତ୍ୟୁ ଘଟିଥିବାବେଳେ ଅନ୍ୟ ଜଣେ ଯୁବକ ଗୁରୁତର ହୋଇଛନ୍ତି। ମୃତାହତଙ୍କ ସଠିକ ପରିଚୟ ମିଳି ପାରିନଥିଲେ ମଧ୍ୟ ସେମାନେ ଜୋରନ୍ଦା କାବେରା ଗ୍ରାମର ବୋଲି ଜଣାପଡିଛି।

ସୂଚନା ଅନୁଯାୟୀ, ସ୍କୁଟି ଯୋଗେ ବାଏ ପାସରେ କଟକ ଆଡକୁ ଯାଉଥିବା ବେଳେ ପଛରୁ ଇନୋଭା କାରଟି ବାଏ ପାସର କାଠଗୋଲା ନିକଟରେ ସ୍କୁଟି ଉପରେ ମାଡି ଯାଇଥିବା ଜଣାପଡ଼ିଛି। ଘଟଣା ସ୍ଥଳରେ ଜଣେ ଯୁବକ ମୃତ୍ୟୁ ହୋଇଥିବାବେଳେ ଡାକ୍ତରଖାନାରେ ଜଣଙ୍କର ମୃତ୍ୟୁ ଘଟିଥିବା ଜଣାପଡିଛି। ଗୁରୁତର ଅନ୍ୟ ଯୁବକଙ୍କୁ ୧୦୮ଆମ୍ବୁଲାନ୍ସ ଯୋଗେ ଚିକିତ୍ସା ପାଇଁ ଢେଙ୍କାନାଳ ଜିଲ୍ଲା ମୁଖ୍ୟ ଡାକ୍ତର ଖାନାରେ ଭର୍ତ୍ତି କରାଯାଇଛି । ଇନୋଭା କାର ଡ୍ରାଇଭର ଫେରାର ହୋଇଯାଇଥିବା ବେଳେ ଟାଉନ ପୋଲିସ ଦୁର୍ଘଟଣା ଘଟାଇ ଥିବା ଇନୋଭା କାରକୁ ଜବତ କରି ତଦନ୍ତ ଚଳାଇଛି।

Also Read: ହୀରାକୁଦର ଜଳସ୍ତର ୬୧୩.୫୬ରେ ସ୍ଥିର, ୧୨ଟି ଗେଟ୍ ଦେଇ ବନ୍ୟାଜଳ ନିଷ୍କାସିତ