ନୂଆଦିଲ୍ଲୀ: ଆଇପିଏଲ୍ ୨୦୨୭ ପାଇଁ ଟ୍ରେଡ ଓ୍ଵିଣ୍ଡୋ ଖୋଲା ରହିଛି। ଏହି ନିୟମ ଜରିଆରେ ଅନେକ ବଡ଼ ଖେଳାଳିଙ୍କ ଅଦଳ ବଦଳ ହୋଇ ସାରିଛି। ଆଇପିଏଲ୍ ୨୦୨୭ର ଅକ୍ସନ ପୂର୍ବରୁ ଏ ପର୍ଯ୍ୟନ୍ତ ଆଠ ଟ୍ରେଡ ଡିଲ୍ ହୋଇ ସାରିଛି। ଅନ୍ୟ କିଛି ବଡ଼ ଡିଲ୍ ଆସିବା ବାକି ରହିଛି। ମୁମ୍ବାଇ ଇଣ୍ଡିଆନ୍ସରୁ ପଞ୍ଜାବ କିଙ୍ଗ୍ସ ଯିବେ ହାର୍ଦ୍ଦିକ ପାଣ୍ଡ୍ୟା। ତାଙ୍କ ସ୍ଥାନରେ ମୁମ୍ବାଇ ଇଣ୍ଡିଆନ୍ସ ଆସିବେ ଅର୍ଶଦୀପ ସିଂ। ଏହି ଡିଲ୍ ଉପରେ ମୋହର ବାଜି ସାରିଛି, କେବଳ ଆନୁଷ୍ଠାନିକ ଘୋଷଣା ବାକି ରହିଛି। ଏହା ମଧ୍ୟରେ ଆଉ ଏକ ବଡ଼ ଟ୍ରେଡ ଡିଲ୍ ସାମ୍ନାକୁ ଆସିଛି।

ରିପୋର୍ଟ ମୁତାବକ, ଯଶସ୍ଵୀ ଜୟସ୍ଵାଲ ରାଜସ୍ଥାନ ରୟାଲ୍ସ ଛାଡ଼ି  ଲକ୍ଷ୍ନୌ ସୁପର ଜାଏଣ୍ଟସରେ ସାମିଲ୍ ହେବେ। ତାଙ୍କ ସ୍ଥାନରେ ଲକ୍ଷ୍ନୌରୁ ରାଜସ୍ଥାନ ଯିବେ ନିକୋଲାସ ପୂରନ କିମ୍ବା ଜୋଶ ଇଲିଂଶ। ଏହି ପରି ଲକ୍ଷ୍ନୌ ଓ ରାଜସ୍ଥାନ ମଧ୍ୟରେ ତିନି ଖେଳାଳିଙ୍କ ଅଦଳ ବଦଳ ହେବ।

Also Read: ଏହି ୨୦ ଖେଳାଳିରୁ ଚୟନ କରାଯିବ 2027 ODI ବିଶ୍ଵକପର ଟିମ୍ ଇଣ୍ଡିଆ ! ମିଳିବ ୧୫ ଜଣଙ୍କୁ ସ୍ଥାନ

ରିପୋର୍ଟରେ ଏହା ମଧ୍ୟ ଉଲ୍ଲେଖ ଯେ, ଯଶସ୍ଵୀ ଜୟସ୍ଵାଲ, ସନ୍ଦୀପ ଶର୍ମା ଓ ଭିଗ୍ନେଶ ପୁଥୁରଙ୍କ ଲକ୍ଷ୍ମୌ ସୁପର ଜାଏଣ୍ଟସରେ ସାମିଲ୍ ହେବାର ସମ୍ଭାବନା ରହିଛି। ଏହି ଟ୍ରେଡ ଡିଲ୍ ଜରିଆରେ ଜୋଶ ଇଲିଂଶ କିମ୍ବା ନିକୋଲାସ ପୂରନ ପ୍ରିନ୍ସ ଯାଦବଙ୍କ ସହ ରାଜସ୍ଥାନ ରୟାଲ୍ସରେ ସାମିଲ୍ ହୋଇ ପାରନ୍ତି। କିଛି ଦିନ ପୂର୍ବେ ରାଜସ୍ଥାନ ଓ ଲକ୍ଷ୍ନୌ ମଧ୍ୟରେ ଟ୍ରେଡ ଡିଲକୁ ନେଇ ଆଲୋଚନା ହୋଇଛି। ହେଲେ ଏ ପର୍ଯ୍ୟନ୍ତ ଦୁଇ ଫ୍ରାଞ୍ଚାଇଜ ପକ୍ଷରୁ କୌଣସି ଆନୁଷ୍ଠାନିକ ଘୋଷଣା କରାଯାଇ ନାହିଁ।

ଆଶୁତୋଷ ଶର୍ମାଙ୍କ ବଦଳରେ ପ୍ରସିଦ୍ଧ କୃଷ୍ଣା

ଲକ୍ଷ୍ନୌ ଓ ରାଜସ୍ଥାନର ଟ୍ରେଡ ଡିଲ୍ ବ୍ୟତୀତ ଦିଲ୍ଲୀ କ୍ୟାପିଟାଲ୍ସ ଓ ଗୁଜରାଟ ଟାଇଟନ୍ସ ମଧ୍ୟରେ ଆଉ ଗୋଟିଏ ଡିଲ୍ ଚର୍ଚ୍ଚାରେ ରହିଛି। ମିଡିଆ ରିପୋର୍ଟ ଅନୁଯାୟୀ , ଗୁଜରାଟ ଟାଇଟନ୍ସ ଦ୍ରୁତ ବୋଲର ପ୍ରସିଦ୍ଧ କୃଷ୍ଣାଙ୍କ ବଳରେ ଫିନିଶର ଆଶୁତୋଷ ଶର୍ମାଙ୍କୁ ନେବା ପାଇଁ ଦିଲ୍ଲୀ କ୍ୟାପିଟାଲ୍ସ ସହ ଆଲୋଚନା ଚଲାଇଛି । ତେବେ ଏହି ଡିଲକୁ ନେଇ ଅଦ୍ୟାବଧି କୌଣସି ଆନୁଷ୍ଠାନିକ ଘୋଷଣା ହୋଇ ନାହିଁ।

Also Read: ମିଳିଗଲା ବୁମରାଙ୍କ ବିକଳ୍ପ ! ଗମ୍ଭୀର ବି ଖୁସି, ଆଉ ଦରକାର ପଡିବନି ଯଶପ୍ରୀତଙ୍କ ୟର୍କର

ଏ ପର୍ଯ୍ୟନ୍ତ ହୋଇଥିବା ଟ୍ରେଡ ଡିଲ୍ ତାଲିକା

୧. ଋଷଭ ପନ୍ତ - ଲକ୍ଷ୍ନୌ ସୁପର ଜାଏଣ୍ଟସ୍‌ରୁ ଦିଲ୍ଲୀ କ୍ୟାପିଟାଲ୍ସ - ୧୫ କୋଟି ଟଙ୍କା।

୨. କୁଲଦୀପ ଯାଦବ - ଦିଲ୍ଲୀ କ୍ୟାପିଟାଲ୍ସରୁ ଲକ୍ଷ୍ନୌ ସୁପର ଜାଏଣ୍ଟସ୍‌ - ୧୩.୫୦ କୋଟି ଟଙ୍କା।

୩. ଟି. ନଟରାଜନ - ଦିଲ୍ଲୀ କ୍ୟାପିଟାଲ୍ସରୁ ସନ୍‌ରାଇଜର୍ସ ହାଇଦ୍ରାବାଦ - ୫ କୋଟି ଟଙ୍କା।

୪. ଜିଶାନ ଅନସାରୀ - ସନ୍‌ରାଇଜର୍ସ ହାଇଦ୍ରାବାଦରୁ ଦିଲ୍ଲୀ କ୍ୟାପିଟାଲ୍ସ - ୪୦ ଲକ୍ଷ ଟଙ୍କା।

୫. ଲିଆମ୍ ଲିଭିଙ୍ଗଷ୍ଟୋନ୍ - ସନ୍‌ରାଇଜର୍ସ ହାଇଦ୍ରାବାଦରୁ ଚେନ୍ନାଇ ସୁପର କିଙ୍ଗ୍ସ - ୬ କୋଟି ଟଙ୍କା।

୬. ଖଲିଲ ଅହମ୍ମଦ - ଚେନ୍ନାଇ ସୁପର କିଙ୍ଗ୍ସରୁ ସନ୍‌ରାଇଜର୍ସ ହାଇଦ୍ରାବାଦ - ୪.୮୦ କୋଟି ଟଙ୍କା।

୭. ଜ୍ୟାକ୍ ଏଡୱାର୍ଡସ୍ - ସନ୍‌ରାଇଜର୍ସ ହାଇଦ୍ରାବାଦରୁ ଚେନ୍ନାଇ ସୁପର କିଙ୍ଗ୍ସ - ୩ କୋଟି ଟଙ୍କା।

୮. ନାଥନ ଏଲିସ୍ - ଚେନ୍ନାଇ ସୁପର କିଙ୍ଗ୍ସରୁ ସନ୍‌ରାଇଜର୍ସ ହାଇଦ୍ରାବାଦ - ୨ କୋଟି ଟଙ୍କା।