ସମ୍ବଲପୁର ୨୨।୭: ବଢ଼ିଲା ଜଳସ୍ତର । ଖୋଲିଲା ହୀରାକୁଦ ଜଳଭଣ୍ଡାରର ୨ଟି ଗେଟ୍ । ଏହି ଦୁଇଟି ଗେଟ୍ ଖୋଲିବା ପରେ ସମୁଦାୟ ୧୨ଟି ଗେଟ୍ ଦେଇ ବନ୍ୟାଜଳ ନିଷ୍କାସନ ଜାରି ରହିଛି । ଏ ନେଇ ଡ୍ୟାମ୍ କର୍ତ୍ତୃପକ୍ଷଙ୍କ ଦ୍ଵାରା ଦିଆଯାଇଥିବା ତଥ୍ୟ ଅନୁସାରେ, ଜଳଭଣ୍ଡାର ଭିତରକୁ ୧୯୨୯୨୧ କ୍ୟୁସେକ୍ ପାଣି ପ୍ରବେଶ କରୁଥିବା ବେଳେ ୨୧୬୦୬୯ କ୍ୟୁସେକ୍ ପାଣି ଡ୍ୟାମ୍ରୁ ଛଡା ଯାଉଛି । ସେହିପରି ଜଳ ଭଣ୍ଡାରର ଜଳସ୍ତର ୬୧୩.୫୬ ଫୁଟରେ ସ୍ଥିର ରହିଛି ।
Also Read:- ଦୀର୍ଘ ଦିନର ଅପେକ୍ଷାର ଶେଷ ! ମାଲକାନଗିରିରେ ଅବତରଣ କଲା ପ୍ରଥମ ଯାତ୍ରୀ ବିମାନ
ଉଲ୍ଲେଖଯୋଗ୍ୟ ଯେ, ବୁଧବାର ସକାଳେ ମୋଟ୍ ୧୦ଟି ଗେଟ୍ ଦେଇ ଜାରି ରହିଥିଲା ବନ୍ୟା ଜଳ ନିଷ୍କାସନ । ଜଳଭଣ୍ଡାରର ଜଳସ୍ଥର ରହି ୬୧୩.୩୯ ଫୁଟ ରହିଥିଲା । ଜଳସ୍ତରକୁ ଦୃଷ୍ଟିରେ ରଖି ହୀରାକୁଦର ୧୦ଟି ସ୍ଲୁଇସ୍ ଗେଟ୍ ଖୋଲାଯାଇଥିଲା । ବାମ ପାର୍ଶ୍ବରେ ୭ଟି ଏବଂ ଡାହାଣ ପାର୍ଶ୍ବରେ ୩ଟି ଗେଟ୍ ଖୋଲାଯାଇଥିଲା । ବୁଧବାର ସକାଳ ୯ଟା ସୁଦ୍ଧା ଜଳଭଣ୍ଡାରର ଜଳସ୍ତର ୬୧୩.୩୯ ଫୁଟ୍କୁ ବୃଦ୍ଧି ପାଇଥିଲା । ଜଳଭଣ୍ଡାରକୁ ୨ ଲକ୍ଷ ୧୦ ହଜାର ୨୦୪ କ୍ୟୁସେକ୍ ଜଳ ପ୍ରବେଶ କରୁଥିବା ବେଳେ ଜଳଭଣ୍ଡାରରୁ ୧ ଲକ୍ଷ ୮୬ ହଜାର ୧୩୩ କ୍ୟୁସେକ୍ ଜଳ ନିଷ୍କାସିତ ହେଉଥିଲା ।
