ନୂଆଦିଲ୍ଲୀ,|୦୭ଫୁଟବଲକୁ ଅଲବିଦା । ବିଶ୍ୱର ଅନ୍ୟତମ ଶ୍ରେଷ୍ଠ ଫୁଟବଲର ନେୟମାର ଅନ୍ତର୍ଜାତୀୟ ଫୁଟବଲକୁ ବାଏବାଏ କହିଛନ୍ତି । ନରଓ୍ୱେଠୁ ବ୍ରାଜିଲର ଶୋଚନୀୟ ପରାଜୟ ପରେ ନେୟମାର ସବୁଦିନ ପାଇଁ ଫୁଟବଲକୁ ଅଲବିଦା କହିଛନ୍ତି । ଅନ୍ୟ ଦିଗରେ ନରଓ୍ୱେଠୁ ହାରିବା ପରେ ବ୍ରାଜିଲ ଚଳିତ ଫିଫା ୨୦୨୬ ବିଶ୍ୱକପ୍ ଟୂର୍ଣ୍ଣାମେଣ୍ଟରୁ ନିଜର ଅଭିଯାନ ଶେଷ କରିଛି ।

ନେୟମାରଙ୍କ ଅଲବିଦା ଘୋଷଣା ପରେ ବ୍ରାଜିଲ ଫୁଟବଲ ଇତିହାସରେ ଏକ ଯୁଗର ଅନ୍ତ ଘଟିଛି । ସେ ଦୀର୍ଘ ୧୬ ବର୍ଷ ଧରି ଫୁଟବଲ ଖେଳୁଥିଲେ । ଦଳ ତରଫରୁ ୧୨୯ଟି ଆପିଆରାନ୍ସରେ ସେ ୮୦ଟି ଗୋଲ୍ ସ୍କୋର କରିଛନ୍ତି । ୨୦୧୦ରେ ସେ ମେଟଲାଇଫ୍ ଷ୍ଟାଡିୟମରେ ନିଜର କ୍ୟାରିଅର ଆରମ୍ଭ କରିଥିଲେ । ଏହାସହ ସେ ଅନେକ ଲିଗରେ ମଧ୍ୟ ସାମିଲ ହୋଇଥିଲେ । ବାର୍ସେଲୋନା ଏବଂ ସେଣ୍ଟ୍ ଜର୍ମାନ୍ ପକ୍ଷରୁ ସେ ଅନେକ ମ୍ୟାଚ୍ ଖେଳିଛନ୍ତି ।

ବ୍ରାଜିଲର ପରାଜୟ ପରେ ନେୟମାର ଦୁଃଖରେ ଭାଙ୍ଗି ପଡିଥିବା ଦେଖିବାକୁ ମିଳିଥିଲା । ସେ କାନ୍ଦି ପକାଇଥିଲେ । ଯାହାର ଅନେକ ଫଟୋ ଏବଂ ଭିଡିଓ ଭାଇରାଲ ହେଉଛି । ତାଙ୍କ ଟିମ୍ ଖେଳାଳି ତାଙ୍କୁ ବୁଝାଇଥିଲେ । କିନ୍ତୁ ଏହା ତାଙ୍କୁ ଚୁପ୍ କରାଇ ପାରିନଥିଲା ।

ପରାଜୟ ପରେ ନେୟମାର କହିଛନ୍ତି ଯେ, ସେ ବହୁତ ଚେଷ୍ଟା କରିଛନ୍ତି । ବାରମ୍ବାର ପ୍ରୟାସ କରିଛନ୍ତି । କିନ୍ତୁ ଏବେ ଏହାର ଅନ୍ତ ଘଟିଛି । ଏଠାରୁ ସେ ଆରମ୍ଭ କରିଥିଲେ । ଏଠାରେ ହିଁ ସେ ଖେଳ ଶେଷ କରୁଛନ୍ତି । ତେବେ ସେ ଅନ୍ତର୍ଜାତୀୟ ଫୁଟବଲରୁ ଅବସର ଘୋଷଣା କରିଛନ୍ତି । କିନ୍ତୁ କ୍ଲବ୍ ଟୁର୍ଣ୍ଣାମେଣ୍ଟ ଖେଳିବେ । ସାଣ୍ଟୋସ୍ ଏଫସି ସହ ସେ ଆଗାମୀ ଦିନରେ ଯାତ୍ରା ଜାରି ରଖିବେ ବୋଲି ଜଣାପଡିଛି ।