ଭୁବନେଶ୍ଵର: ନବ ଦାସ ହତ୍ୟାକାଣ୍ଡର ସିବିଆଇ ତଦନ୍ତ ପାଇଁ ସରକାର କଥା ବାର୍ତ୍ତା ଆରମ୍ଭ କରିଛନ୍ତି | ସଂଗ୍ରହ ହୋଇଥିବା ତଥ୍ୟକୁ ଅନୁଧ୍ୟାନ କରୁଛନ୍ତି ସରକାର | ଆଇନ ଗତ ଦିଗକୁ ବିଚାରବିମର୍ଶ କରାଯାଉଛି ବୋଲି କହିଛନ୍ତି ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ | ଏହା ପୂର୍ବରୁ ସରକାରଙ୍କ ଦୁଇ ବର୍ଷ ପୂର୍ତ୍ତି ପରେ ବି ପ୍ରତିଶ୍ରୁତି କାହିଁକି ପୂରଣ କରିପାରିନାହାନ୍ତି ବୋଲି ପ୍ରଶ୍ନ କରିଛନ୍ତି ଦୀପାଳି | ହତ୍ୟାକାଣ୍ଡର ପଛର ପ୍ରକୃତ କାରଣ ବାହାର କରିବାକୁ ସେ ଦାବି କରିଛନ୍ତି।

ପୁଣି ଉଠିଲା ନବ ଦାସ ହତ୍ୟାକାଣ୍ଡ ପ୍ରସଙ୍ଗ | ହେବ କି ସିବିଆଇ ତଦନ୍ତ ? ପୂର୍ବତନ ସ୍ବାସ୍ଥ୍ୟ ମନ୍ତ୍ରୀଙ୍କ ପରିବାରର ଦାବିକୁ ପୂରଣ କରିବେ କି ସରକାର ? ପ୍ରାୟ ଅଢେଇ ବର୍ଷ ତଳର ରହସ୍ୟ ଉନ୍ମୋଚନ ହେବ କି ? ଏଭଳି କିଛି ପ୍ରଶ୍ନ ପୁଣି ମୁଣ୍ଡ ଟେକିଛି ଯେତେବେଳେ ସ୍ବର୍ଗତ ନବ ଦାସଙ୍କ ଝିଅ ଦୀପାଳି ଦାସ ଏହି ପ୍ରସଙ୍ଗ ଉଠାଇ ସରକାରଙ୍କ କୋର୍ଟକୁ ବଲ ଫିଙ୍ଗିଛନ୍ତି | ସରକାରକୁ ଆସିବା ପୂର୍ବରୁ ଏହି କେସର ସିବିଆଇ ତଦନ୍ତ ପାଇଁ ପ୍ରତିଶୃତି ଦେଇଥିଲା ବିଜେପି। ଏବେ ପ୍ରତିଶୃତିକୁ ପାଣିର ଗାରରେ ପରିଣତ କରିଦେଇଛି ବୋଲି କହିଛନ୍ତି ଦୀପାଳି |

ବିଜେପି ସରକାର ଏହାରି ଭିତରେ ଦୁଇ ବର୍ଷ ପୂର୍ତ୍ତି କରିଛି କିନ୍ତୁ ନବ ଦାସ ହତ୍ୟାକାଣ୍ଡ ଫାଇଲ ଦବି ଯାଇଛି ବୋଲି ସେ ଅଭିଯୋଗ କରିଛନ୍ତି। ସେପଟେ ବିଜେଡ଼ି ଏହି ପ୍ରସଙ୍ଗରେ ସରକାରକୁ ଘେରିଛି, ସରକାର କେମିତି ତଦନ୍ତ କରିବେ, ତାଙ୍କ ପରିବାରକୁ ନ୍ୟାୟ ଦେବେ ତାହା ତାଙ୍କ ଦାୟିତ୍ବ | ସରକାରକୁ ଦୁଇ ବର୍ଷ ପୁରିଥିବା ବେଳେ କାହିଁକି ତଦନ୍ତ ଆଗଉନି ବୋଲି ପ୍ରଶ୍ନ କରିଛି ବିଜେଡ଼ି।

Also Read: ରାଜଧାନୀରେ ହାଇପ୍ରୋଫାଇଲ୍ ଗଣ୍ଡଗୋଳ: 'ଡିସିପିଙ୍କ ଭଣଜା' କହି ତାରକା ହୋଟେଲରେ ରକ୍ତପାତ, ୩ ବିଟେକ୍ ଯୁବକ ଗିରଫ

ସେପଟେ ନବ ଦାସ ହତ୍ୟାକାଣ୍ଡ ସିବିଆଇ ତଦନ୍ତ ଦାବୀ ନେଇ ବିଜେପି ରାଜ୍ୟ ସଭାପତି ବଡ଼ ବୟାନ ଦେଇଛନ୍ତି | ସିବିଆଇ ତଦନ୍ତ ନେଇ କଥା ବାର୍ତ୍ତା ଚାଲିଥିବା କହିଛନ୍ତି ମନମୋହନ ସାମଲ | ସଂଗ୍ରହ ହୋଇଥିବା ତଥ୍ୟକୁ ଅନୁଧ୍ୟାନ କରୁଛନ୍ତି ସରକାର | ଏହାସହିତ ଅନ୍ୟାନ୍ୟ ତଥ୍ୟ ସଂଗ୍ରହ କରାଯାଉଛି | ଆଇନ ଗତ ଦିଗର ବିଚାରବିମର୍ଶ କରାଯାଉଛି | ନିଶ୍ଚିତ ଭାବେ ତାଙ୍କ ପରିବାରକୁ ନ୍ୟାୟ ମିଳିବ | ତାଙ୍କ ଝିଅ ବ୍ୟକ୍ତିଗତ ମତ ଦେଇଛନ୍ତି କିନ୍ତୁ ସରକାର ତଥ୍ୟ ସଂଗ୍ରହ କରି ଅନୁଧ୍ୟାନ କରୁଛନ୍ତି | ଲିଗାଲ ଦିଗକୁ ନେଇ ବିଚାର ବିମର୍ଶ କରାଯାଉଛି, ନିଶ୍ଚିତ ନ୍ୟାୟ ମିଳିବ |

ଭିଓ ଓଡ଼ିଶାର ପୂର୍ବତନ ସ୍ବାସ୍ଥ୍ୟମନ୍ତ୍ରୀ ନବ କିଶୋର ଦାସଙ୍କୁ ୨୦୨୩ ମସିହା ଜାନୁଆରୀ ୨୯ ତାରିଖରେ ଝାରସୁଗୁଡ଼ା ଜିଲ୍ଲା ବ୍ରଜରାଜନଗର ନିକଟ ଗାନ୍ଧି ଛକରେ ହତ୍ୟା କରାଯାଇଥିଲା। ମାମଲାରେ ପୂର୍ବତନ ପୋଲିସ ଏଏସଆଇ ଗୋପାଳ ଦାସଙ୍କୁ ଗିରଫ କରାଯାଇଛି | ତେବେ ହତ୍ୟାକାଣ୍ଡ ପଛର ପ୍ରକୃତ କାରଣକୁ ନେଇ ସନ୍ଦେହ ଲାଗି ରହିଛି।