ନୂଆଦିଲ୍ଲୀ ୨୨।୦୩; ଇରାନକୁ ଡୋନାଲ୍ଡ ଟ୍ରମ୍ପଙ୍କ ୪୮ ଘଣ୍ଟାର ଡେଡ୍ଲାଇନ୍। ହର୍ମୁଜ ପ୍ରଣାଳୀକୁ ସ୍ବାଭାବିକ ନକଲେ ପାୱାର ପ୍ଲାଣ୍ଟ ଗୁଡ଼ିକ ଉପରେ ହେବ ଜୋରଦାର ଆକ୍ରମଣ । ଏନେଇ ନିଜର ଟ୍ରୁଥ୍ ସୋସିଆଲ ମିଡ଼ିଆ ଆକାଉଣ୍ଟରେ ସୂଚନା ଦେଇଛନ୍ତି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ। ଟ୍ରମ୍ପ ଧମକ ଦେଇଛନ୍ତି କହିଛନ୍ତି ଯେ ଯଦି ଇରାନ ୪୮ ଘଣ୍ଟା ମଧ୍ୟରେ ହର୍ମୁଜ୍ ପ୍ରଣାଳୀ ଖୋଲି ନଦିଏ, ତେବେ ଏହାର ଶକ୍ତି କେନ୍ଦ୍ରଗୁଡ଼ିକୁ ଧ୍ୱଂସ କରିଦିଆଯିବ।

ବିଶ୍ୱ ଅର୍ଥନୀତି ଉପରେ ଏପରି ପଦକ୍ଷେପର ପ୍ରଭାବ ପଡ଼ିବା ଆଶଙ୍କାରେ ଆମେରିକା ଆଜି ପର୍ଯ୍ୟନ୍ତ ଇରାନ ଶକ୍ତି କେନ୍ଦ୍ରଗୁଡ଼ିକୁ ଟାର୍ଗେଟ କରିବାରୁ ନିବୃତ୍ତ ରହିଛି। ହରମୁଜ୍ ପ୍ରଣାଳୀ ବିଶ୍ୱର ତୈଳ ଯୋଗାଣ ପାଇଁ ଏକ ପ୍ରମୁଖ ଧମନୀ । ଏହି ସାମୁଦ୍ରିକ ପଥ ଦେଇ ବିଶ୍ବର ୨୦ ତୈଳ ପରିବହନ ହୋଇଥାଏ। ଯୁଦ୍ଧ ପରଠାରୁ ଏହି ରାସ୍ତାଦେଇ ତୈଳ ପରିବହନ ବାଧାପ୍ରାପ୍ତ ହୋଇଥିବା ବେଳେ ବିଶ୍ବ ବଜାରରେ ପେଟ୍ରୋଲ, ଡିଜେଲ ଓ ଗ୍ୟାସ ଦର ହୁ ହୁ ହୋଇ ବଢ଼ିଚାଲିଛି । ଆମେରିକା ଏହି ହର୍ମୁଜ ପ୍ରଣାଳୀକୁ ଖୋଲିବାକୁ ବାରମ୍ବାର ଇରାନ ଉପରେ ଚାପ ପକାଉଥିଲେ ମଧ୍ୟ ଯୁଦ୍ଧ ଉପରେ ନିୟନ୍ତ୍ରଣ ଆଣିବାକୁ ଏହାକୁ ଅସ୍ତ୍ର କରିଛି ଇରାନ ।

ଏସବୁ ଭିତରେ ଡୋନାଲ୍ଡ ଟ୍ରମ୍ପଙ୍କ ନୂଆ ଡେଡ୍ଲାଇନ ମଧ୍ୟପ୍ରାଚ୍ୟ ଯୁଦ୍ଧକୁ ଆହୁରି ଭୟାନକ କରିବାର ଆଶଙ୍କା ସୃଷ୍ଟି କରିଛି। ସେପଟେ ଇରାନ ଏହା ଉପରେ ନିଜର ପ୍ରତିକ୍ରିୟା ପ୍ରକାଶ କରିଛି । ଆମର ଶକ୍ତି କେନ୍ଦ୍ର ଗୁଡ଼ିକ ଉପରେ ଆକ୍ରମଣ କରିବାର ଦୁଃସାହାସ ନକରୁ ଆମେରିକା । ନଚେତ ଆମେ ମଧ୍ୟ ଆମେରିକାର ଶକ୍ତିକେନ୍ଦ୍ର ଉପରେ ଆକ୍ରମଣ କରିବାକୁ ପଛାଇବୁ ନାହିଁ ବୋଲି ଇରାନ୍ ପକ୍ଷରୁ କୁହାଯାଇଛି ।

Also read-ଇସ୍ରାଏଲର 'ଲିଟିଲ୍ ଇଣ୍ଡିଆ' ଉପରେ ମିସାଇଲ୍ ଆକ୍ରମଣ, ୪୭ ଗୁରୁତର