ଦେବଗଡ ୨।୩: ଘାଟିରେ ଭାରସାମ୍ୟ ହରାଇଲା ବସ୍ । ଭାରସାମ୍ୟ ହରାଇ ଓଲଟି ପଡ଼ିଲା ମଝି ରାସ୍ତାରେ । ଦୁର୍ଘଟଣାରେ ୨୦ରୁ ଅଧିକ ଆହତ ହୋଇଥିବା ସୂଚନା ମିଳିଛି । ଦେବଗଡ଼ ଜିଲ୍ଲା ରିଆମାଳ ଥାନା କଂସର ଫାଣ୍ଡି ଅଞ୍ଚଳରେ ଘଟିଛି ଏଭଳି ଦୁର୍ଘଟଣା । ଘଟଣାସ୍ଥଳରେ ପୋଲିସ ଓ ଅଗ୍ନିଶମ ବାହିନୀ କର୍ମଚାରୀ ପହଞ୍ଚି ଉଦ୍ଧାର କାର୍ଯ୍ୟରେ ଲାଗିଛନ୍ତି । ତେବେ ଆହତ ମାନେ ଏକ ଯାତ୍ରାପାର୍ଟିର କଳାକାର ଏବଂ ଅନ୍ୟ କର୍ମଚାରୀ ସୂଚନା ।

​​​​​​​

ଏ ଖବର ବି ପଢ଼ନ୍ତୁ:- ବୋମାରେ ଉଡ଼ାଇଦେବୁ ସମ୍ବଲପୁର କୋର୍ଟ, ଧମକ ପରେ ଆକ୍ସନ ମୋଡ୍‌ରେ ପୋଲିସ

ସୂଚନାଯୋଗ୍ୟ ଯେ, ଦେବଗଡ଼ ଜିଲ୍ଲା ସୋଡ଼ ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ଡଙ୍ଗାପଥର ଗାଁରେ ଅପେରା ପରିବେଷଣ ପରେ ଯାତ୍ରାପାର୍ଟି ବସ୍‌ଟି ଗୁରୁଲିଆ ଘାଟି ରାସ୍ତାରେ ଯାଉଥିଲା । ହଠାତ୍ ବସ୍‌ଟି ଭାରସାମ୍ୟ ହରାଇ ରାସ୍ତା ମଝିରେ ଓଲଟି ପଡ଼ିଥିଲା । ରିଆମାଳ ଥାନା କଂସର ଫାଣ୍ଡି ଅଞ୍ଚଳରେ ଦୁର୍ଘଟଣା ଘଟିଥିବା ଜଣାପଡିଛି । ଦୁର୍ଘଟଣା ଫଳରେ ବସ୍‌ରେ ଥିବା ୨୦ରୁ ଅଧିକ ଆହତ ହୋଇଥିବା ସୂଚନା ମିଳିଛି । ଘଟଣାସ୍ଥଳରେ ପୋଲିସ ଓ ଅଗ୍ନିଶମ ବାହିନୀ ପହଞ୍ଚି ଉଦ୍ଧାର କାର୍ଯ୍ୟ ଜାରି ରଖିଛନ୍ତି । ସମସ୍ତ ଆହତଙ୍କୁ କଂସର ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ଯାତ୍ରା ପରିବେଷଣ ପାଇଁ ବାଲେଶ୍ଵର ଜିଲ୍ଲାରୁ ଆସିଥିଲେ ଯାତ୍ରାପାର୍ଟି ।

ଏ ଖବର ବି ପଢ଼ନ୍ତୁ:- ଦୁବାଇ ଛାରଖାର, ସବୁ ଧ୍ୱଂସ : ସାଟେଲାଇଟ ଫଟୋରୁ ଆସିଲା ଭୟଙ୍କର ଚିତ୍ର